Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ମସଲା ଭାତ
    Odia Recipe

    ମସଲା ଭାତ

    Suchitra PBy Suchitra POctober 30, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Fry Rice
    Fry Rice
    Share
    Facebook Twitter LinkedIn Pinterest Email
    Fry Rice
    Fry Rice

    ସାମଗ୍ରୀ :

    • ଚାଉଳ—୫୦୦ ଗ୍ରାମ୍‌
    • ପିଆଜ-୨ଟି ବଡ଼
    • କଞ୍ଚାଲଙ୍କା — ୬ଟି
    • ରସୁଣ–୩ କୋଲା
    • ଆଳୁ–୧ଟି ଛୋଟ
    • ବଵାଇଗଣ-_-୧ଟି ଛୋଟ
    • ଫୁଲକୋବି– ୧୦୦ ଗ୍ରାମ୍‌
    • ତେଲ— ୨ ଟେବୁଲ୍‌-ଚାମଚ
    • ଅଳେଇଚ ମଞ୍ଜି- ୬ଟିର
    • ଜିରା—୧ ଚାମଚ
    • ଡାଲ୍‌ଚିନି- ୨ ଇଞ୍ଚ
    • ଲବଙ୍ଗ -୪ଟି
    • ତେଜପତ୍ର -୨ଟି
    • ଭୁର୍ସୁଙ୍ଗ ପତ୍ର -୮ଟି
    • ହଳଦି—୧ ଚାମଚ
    • ଲଙ୍କାଗୁଣ୍ଡ– ୧ ଚାମଚ
    • ଧନିଆଗୁଣ୍ଡ–୧ ଚାମଚ
    • ନଡ଼ିଆକୋରା- ୭୫ ଗ୍ରାମ୍‌
    • ଗ୍ରୀନ୍‌ ମଟର -୭୫ ଗ୍ରାମ୍‌
    • ଚିନିସିରା–୧ ବଡ଼ ଚାମଚ
    • ଲୁଣ-ସ୍ୱାଦାନୁସାରେ
    • ଭଜା କାଜୁ ଦରକୁଟା–୧ ବଡ଼ ଚାମଚ
    • ଧନିଆ ପତ୍ର -୧ ବଡ଼ ଚାମଚ

    ପ୍ରଣାଳୀ :

    ଭାତକୁ ୩୦ ମିନିଟ୍‌ ଭିଜାଇ ଛାଣି ରଖନ୍ତୁ । ପିଆଜକୁ ସରୁ ଲମ୍ବାରେ, କଞ୍ଚାଲଙ୍କା ଓ ରସୁଣକୁ ଛୋଟ ଛୋଟ କରି କାଟନ୍ତୁ । ଆଳୁ, ବାଇଗଣ ଓ ଫୁଲକୋବିକୁ ସମାନ ଆକାରରେ ଛୋଟ ଛୋଟ କାଟି ରଖନ୍ତୁ । ପ୍ୟାନ୍‌ରେ ତେଲ ଗରମ କରି ଭୁର୍ସୁଙ୍ଗ ପତ୍ର, ଜିରା, ଡାଲ୍‌ଚିନି, ଲବଙ୍ଗ ଅଳେଇଚ, ତେଜପତ୍ର ପକାଇ ଫୁଟାନ୍ତୁ । ଏଥର କଟା ପିଆଜ ପକାଇ ଲାଲ୍‌ ହେବାଯାଏଁ ଭାଜନ୍ତୁ । ସେଥୁରେ କଞ୍ଚାଲଙ୍କା, ରସୁଣ, ହଳଦି, ଲଙ୍କାଗୁଣ୍ଡ, ଧନିଆପତ୍ର, ତିଆରି ମସଲାଗୁଣ୍ଡ ପକାଇ ୩-୪ ମିନିଟ୍‌ ଭାଜନ୍ତୁ । ତା ପରେ ନଡ଼ିଆକୋରା ପକାଇ ଆଉ ୨ ମିନିଟ୍‌ ଭାଜି ମଟର, ଆଳୁ, ବାଇଗଣ, ଫୁଲକୋବି ଏବଂ ୧୦୦ ମିଲିଗ୍ରାମ୍‌ ପାଣି ଦିଅନ୍ତୁ । ପାଣି ଫୁଟି ପରିବା ଅଧା ସିଝିଗଲେ ଚାଉଳ, ଚିନିପାଣି ଓ ଦରକାର- ମୁତାବକ ଲୁଣ ଦେଇ ମଧ୍ୟମ ଆଞ୍ଚରେ ଘୋଡ଼ଣୀ ଦେଇ ଭାତ ହେବାଯାଏଁ ରାନ୍ଧନ୍ତୁ (ପ୍ରାୟ ୧୦-୧୨ ମିନିଟ୍‌) । ଶେଷରେ ଧନିଆପତ୍ର, କାଜୁଭଜା ଓ ବଟର ପକାଇ ସଭର୍ଭିଙ୍ଗ ପ୍ଲେଟ୍‌କୁ କାଢ଼ନ୍ତୁ ।

    Fry Rice Recipe Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.