
ସାମଗ୍ରୀ :
- ଚାଉଳ—୫୦୦ ଗ୍ରାମ୍
- ପିଆଜ-୨ଟି ବଡ଼
- କଞ୍ଚାଲଙ୍କା — ୬ଟି
- ରସୁଣ–୩ କୋଲା
- ଆଳୁ–୧ଟି ଛୋଟ
- ବଵାଇଗଣ-_-୧ଟି ଛୋଟ
- ଫୁଲକୋବି– ୧୦୦ ଗ୍ରାମ୍
- ତେଲ— ୨ ଟେବୁଲ୍-ଚାମଚ
- ଅଳେଇଚ ମଞ୍ଜି- ୬ଟିର
- ଜିରା—୧ ଚାମଚ
- ଡାଲ୍ଚିନି- ୨ ଇଞ୍ଚ
- ଲବଙ୍ଗ -୪ଟି
- ତେଜପତ୍ର -୨ଟି
- ଭୁର୍ସୁଙ୍ଗ ପତ୍ର -୮ଟି
- ହଳଦି—୧ ଚାମଚ
- ଲଙ୍କାଗୁଣ୍ଡ– ୧ ଚାମଚ
- ଧନିଆଗୁଣ୍ଡ–୧ ଚାମଚ
- ନଡ଼ିଆକୋରା- ୭୫ ଗ୍ରାମ୍
- ଗ୍ରୀନ୍ ମଟର -୭୫ ଗ୍ରାମ୍
- ଚିନିସିରା–୧ ବଡ଼ ଚାମଚ
- ଲୁଣ-ସ୍ୱାଦାନୁସାରେ
- ଭଜା କାଜୁ ଦରକୁଟା–୧ ବଡ଼ ଚାମଚ
- ଧନିଆ ପତ୍ର -୧ ବଡ଼ ଚାମଚ
ପ୍ରଣାଳୀ :
ଭାତକୁ ୩୦ ମିନିଟ୍ ଭିଜାଇ ଛାଣି ରଖନ୍ତୁ । ପିଆଜକୁ ସରୁ ଲମ୍ବାରେ, କଞ୍ଚାଲଙ୍କା ଓ ରସୁଣକୁ ଛୋଟ ଛୋଟ କରି କାଟନ୍ତୁ । ଆଳୁ, ବାଇଗଣ ଓ ଫୁଲକୋବିକୁ ସମାନ ଆକାରରେ ଛୋଟ ଛୋଟ କାଟି ରଖନ୍ତୁ । ପ୍ୟାନ୍ରେ ତେଲ ଗରମ କରି ଭୁର୍ସୁଙ୍ଗ ପତ୍ର, ଜିରା, ଡାଲ୍ଚିନି, ଲବଙ୍ଗ ଅଳେଇଚ, ତେଜପତ୍ର ପକାଇ ଫୁଟାନ୍ତୁ । ଏଥର କଟା ପିଆଜ ପକାଇ ଲାଲ୍ ହେବାଯାଏଁ ଭାଜନ୍ତୁ । ସେଥୁରେ କଞ୍ଚାଲଙ୍କା, ରସୁଣ, ହଳଦି, ଲଙ୍କାଗୁଣ୍ଡ, ଧନିଆପତ୍ର, ତିଆରି ମସଲାଗୁଣ୍ଡ ପକାଇ ୩-୪ ମିନିଟ୍ ଭାଜନ୍ତୁ । ତା ପରେ ନଡ଼ିଆକୋରା ପକାଇ ଆଉ ୨ ମିନିଟ୍ ଭାଜି ମଟର, ଆଳୁ, ବାଇଗଣ, ଫୁଲକୋବି ଏବଂ ୧୦୦ ମିଲିଗ୍ରାମ୍ ପାଣି ଦିଅନ୍ତୁ । ପାଣି ଫୁଟି ପରିବା ଅଧା ସିଝିଗଲେ ଚାଉଳ, ଚିନିପାଣି ଓ ଦରକାର- ମୁତାବକ ଲୁଣ ଦେଇ ମଧ୍ୟମ ଆଞ୍ଚରେ ଘୋଡ଼ଣୀ ଦେଇ ଭାତ ହେବାଯାଏଁ ରାନ୍ଧନ୍ତୁ (ପ୍ରାୟ ୧୦-୧୨ ମିନିଟ୍) । ଶେଷରେ ଧନିଆପତ୍ର, କାଜୁଭଜା ଓ ବଟର ପକାଇ ସଭର୍ଭିଙ୍ଗ ପ୍ଲେଟ୍କୁ କାଢ଼ନ୍ତୁ ।