Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»ଭାତ»ପଲଉ
    ଭାତ

    ପଲଉ

    Suchitra PBy Suchitra POctober 24, 2021No Comments2 Mins Read
    Facebook Twitter Pinterest LinkedIn Tumblr Email
    Palau-Odia-Recipe
    Palau-Odia-Recipe
    Share
    Facebook Twitter LinkedIn Pinterest Email
    Palau-Odia-Recipe
    Palau-Odia-Recipe

    ପଲଉ ଏକ ପ୍ରକାରର ଅନ୍ନ ଜାତୀୟ ଖାଦ୍ୟ ଓ ଗରମ ପାଣିରେ ଚାଉଳକୁ ଶିଝାଇ ଏହା ପ୍ରସ୍ତୁତ କରାଯାଏ । କେତେକ ପ୍ରସ୍ତୁତି ପ୍ରଣାଳୀରେ ଚାଉଳକୁ ପ୍ରଥମେ ଟିକେ ତେଲରେ ଭାଜି ତାହା ସୁନେଲି ରଙ୍ଗର ହୋଇଯିବା ପରେ ତାହାକୁ ଗରମପାଣିରେ ଶିଝାଯାଏ । ପଲଉରେ ଭଜା ପିଆଜ, ଅନ୍ୟ ଭଜା ପରିବା, ମସଲା ଆଦି ମଧ୍ୟ ମିଶାଯାଏ । ସ୍ଥାନୀୟ ଲୋକଙ୍କ ପସନ୍ଦ ଅନୁସାରେ ପଲଉରେ ମାଛ, ମାଂସ, ପାସ୍ତା, କାଜୁ, ମଟର, ବିନ୍‍ସ୍, ଆଳୁ, ଗାଜର, କିଶ୍‍ମିଶ୍ ଆଦି ମଧ୍ୟ ମିଶାଯାଇପାରେ । ଭାରତରେ ଲୋକେ ମଧ୍ୟାହ୍ନ ବା ରାତ୍ରି ଭୋଜନ ପାଇଁ କେବେ କେବେ ପଲଉ ଉପଭୋଗ କରନ୍ତି, କିନ୍ତୁ ଭୋଜି ଓ ଉତ୍ସବରେ ପ୍ରାୟତଃ ପଲଉ ରନ୍ଧା ହୋଇଥାଏ । ପଲଉରୁ ବହୁ ପରିମାଣର ଶ୍ଵେତସାର ଓ ସ୍ନେହସାର ମିଳିଥାଏ । ପଲଉ ସହିତ କେହି କେହି ଦହି ବା ରାଇତା ଖାଇବା ପସନ୍ଦ କରନ୍ତି । ବିରିୟାନି ପଲଉ ପରି ଦେଖାଗଲେ ମଧ୍ୟ ଉଭୟଙ୍କ ପ୍ରସ୍ତୁତି ପ୍ରଣାଳୀ ଭିନ୍ନ ଭିନ୍ନ ।

    ଆବଶ୍ୟକୀୟ ସାମଗ୍ରୀ:

    • ଚାଉଳ-୨ କପ୍
    • ପାଣି-୪ କପ୍
    • ଗାଜର, କଞ୍ଚା ମଟର, କ୍ୟାପ୍ସିକମ୍ ବା ଶିମଳା ମରିଚ
    • ତେଜପତ୍ର-୨ଟି
    • ତେଲ-୪ ଚାମଚ
    • ଘିଅ-୪ ଚାମଚ
    • ଲଙ୍କା- ୫, ଡାଲଚିନି-୧, ଅଲେଇଚ-୨ଟା
    • କାଜୁ-୧୦ରୁ୧୫ଟା
    • ଅଦା-ଅଳ୍ପ
    • ଗରମ ମସଲା
    • ଲୁଣ‌-ସ୍ଵାଦ ଅନୁଯାୟୀ

    ପ୍ରସ୍ତୁତି ପ୍ରଣାଳୀ:

    • ତେଲ ଓ ଘିଅ ଗରମ ହେଲେ ସେଥିରେ ଅଦା, ଲଙ୍କା, ତେଜପତ୍ର, ଅଳେଇଚ, ଡାଲଚିନି ପକାଇ ଭଜାଯାଏ ।
    • ତା’ପରେ କଞ୍ଚା ମଟର, କଟା ଗାଜର, କଟା ବିଟ୍ ଆଦି ପରିବାକୁ ଧୋଇ ସେଥିରେ ମିଶାଇ ଭାଜି ଦିଆଯାଏ ।
    • ପରିବା ଭାଜି ହୋଇଗଲେ ସେଥିରେ ଚାଉଳକୁ ୨ରୁ ୩ ମିନିଟ୍ ହାଲୁକାରେ ଭାଜି ଦେଇ ପାଣି ଢାଳି ଦିଆଯାଏ ।
    • ପାଣି ଫୁଟି ଗଲେ ସେଥିରେ ଲୁଣ ମିଶାଯାଏ ଓ ଚୁଲିର ଜାଳକୁ କମ୍ କରି ଦିଆଯାଏ ।
    • ଶେଷରେ ସେଥିରେ କାଜୁ, ୧ ଚାମଚ ଘିଅ ଓ ଅଳପ ଗରମ ମସଲା ଦେଇ ଚୁଲିକୁ ବନ୍ଦ କରି କିଛି ସମୟ ଛାଡ଼ି ଦିଆଯାଏ ।
    Odia Recipe Palau Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Gajara Soup

    December 23, 2023

    Vegetable Soup

    December 22, 2023

    Raga Khata Soup Recipe

    December 19, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.