Prepare time: 10 min
Cook: 20 min
Ready in: 30 min
ଓକିଛି ସ୍ନାକ୍ସ ଖାଇବାକୁ ଇଛା ହଉଛି କିନ୍ତୁ ବେଶି ସମୟ ନାହିଁ କିଛି ସ୍ପେସାଲ ବନାଇବାକୁ ଟାଇମ୍ ନାହିଁ !! କିଛି ଚିନ୍ତା କରନ୍ତୁ ନାହିଁ । ଆଳୁ ଫ୍ରାଏ ଅଛିନା….।
ଆବଶ୍ୟକୀୟ ସାମଗ୍ରୀ:
- ୫୦୦ ଗ୍ରାମ ଆଳୁ, ସରୁ ସରୁ କରି କାଟି ନିଅ
- ଆବଶ୍ୟକ ପରିମାଣର ତେଲ
- ୧୦୦ ଗ୍ରାମ ଅଟା
- ୧/୨ ଚାମଚ୍ ଲୁଣo
- ୧/୨ ଚାମଚ୍ ବେକିଙ୍ଗ ପାଉଡର
- ୧/୨ ଚାମଚ୍ ଲଙ୍କା ପାଉଡର୍
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଅଟ, ବେକିଙ୍ଗ୍ ପାଉଡର, ଲୁଣ, ଲଙ୍କା ଗୁଣ୍ଡ ସହିତ ପାଣି ଦେଇ ଗୋଳାଇ ଦିଅନ୍ତୁ । ଭଲ ଭାବରେ ଗୋଳାନ୍ତୁ ।
- ସରୁ ସରୁ ଆଳୁ ଗୁଡିକୁ ସେଥିରେ ବୁଡାଇ ଦିଅନ୍ତୁ ।
- ତେଲ ଗରମ କରି ସେଥିରେ ଛାଣି ଦିଅନ୍ତୁ
- ଟମାଟୋ ସସ୍ ସହିତ ପରଶି ଦିଅନ୍ତୁ ।