
Prepare time: 15 min
Cook: 30 min
Ready in: 45 min
ଯଦିଓ ଏହି ବ୍ୟଞ୍ଜନ ପାଇଁ ଦରକାରୀ ସାମଗ୍ରୀ ସହଜରେ ମିଳିଯାଏ, ତଥାପି ଯେଉଁମାନେ ଓଡିଶାବାହାରେ ରହୁଛନ୍ତି ସେମାନଙ୍କ ପାଇଁ ଏହା ସଂଗ୍ରହ କରିବାଟା ଟିକେ କଷ୍ଟ ।
ଆବଶ୍ୟକୀୟ ସାମଗ୍ରୀ:
- ଆଳୁ-ଛୋଟ ୧ଟା
- ପୋଟୋଳ-୨୫୦ଗ୍ରାମ
- ପିଆଜବଟା-୧ ଚାମଚ
- ଅଦାବଟା-୧/୨ଚାମଚ
- ରସୁଣବଟା-୧/୨ ଚାମଚ
- ନାଲିଲଙ୍କାଗୁଣ୍ଡ-୧ଚାମଚ
- ହଳଦିଗୁଣ୍ଡ-୧ଚାମଚ
- ଗରମମସଲା-୧/୨ଚାମଚ
- ଲୁଣ-ସ୍ୱାଦାନୁସରେ
- ଚିନି-୧/୨ଚାମଚ
- ଦହି-୧ ୧/୨ଚାମଚ
- ତେଲ-ଦରକାର ମୁତାବକ
ପ୍ରସ୍ତୁତି ପ୍ରଣାଳୀ:
ପୋଟୋଳକୁ ଚାରିଫାଳ କର ଯେପରି ମୁଣ୍ଡିଲଗିଥିବ । ତେଲରେ ଆଳୁଓ ପୋଟୋଳକୁ ଛାଣିଦିଅ । ଅଳ୍ପ ତେଲରେ ପିଆଜ, ଅଦା, ରସୁଣବଟା ଦେଇ କସିଦିଅ । ନାଲିଲଙ୍କା, ହଳଦି, ଗରମ୍ ମସଲା ଦେଇ ପୁଣି କସିଦିଅ । ମସଲ ଭଲକରି ଭାଜିହେଲେ ପୋଟୋଳ ମିଶାଅ । ଲୁଣ, ଚିନି ଓ ଦହି ମିଶଇ ଭାଜି ଦିଅ । ଅଳ୍ପ ଝୋଳ ଥିବ । ଧନିଆପତ୍ର ଦେଇ ପରଷିଯାଏ ।