Prepare time: 30 min
Cook: 30 min
Ready in: 1 hr
ଆଳୁଦମ ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ ଅଟେ ଯାହାକୁ ଦହିବରା ସହିତ ଖାଇବାକୁ ଲୋକ ଭଲ ପାଆନ୍ତି । କଟକ ସହର ଦହିବରା-ଆଳୁଦମ ପାଇଁ ଖ୍ୟାତିଲାଭ କରିଛି । ଖାସ କରି ବିଡ଼ାନାସୀର ରଘୁ ଦହିବରା-ଆଳୁଦମ ଏକ ପରିଚିତ ନାଁ ଅଟେ । ଆଜି ଆଣିବା ଆଳୁଦମର ପ୍ରସ୍ତୁତି।
ଆବଶ୍ୟକ ସାମଗ୍ରୀ
- ଆଳୁ
- ପିଆଜ
- ଅଦାବଟା
- ରସୁଣବଟା
- ଜିରାଗୁଣ୍ଡ
- ଧନିଆଗୁଣ୍ଡ
- ଲଙ୍କାଗୁଣ୍ଡ
- ହଳଦିଗୁଣ୍ଡ
- ଆବଶ୍ୟକ ଅନୁଯାୟୀ ତେଲ ଏବଂ ସ୍ୱାଦ ଅନୁଯାୟୀ ଲୁଣ
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଆଳୁକୁ ଧୋଇ ସିଝାଇ ଦିଅନ୍ତୁ । ଆଳୁ ସିଝିଗଲା ପରେ ତା’ର ଚୋପା ଛଡ଼ାଇ ଚାରିଖଣ୍ଡ କରି କଟାଯାଏ ।
ଏଥର କଡ଼େଇରେ ତେଲ ପକାଇ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ଭାଜି ହୋଇଗଲେ ସେଥିରେ ଅଦାବଟା ଓ ରସୁଣବଟା ପକାଇ କିଛି ସମୟ କଶନ୍ତୁ ।
ଟିକେ ବାସ୍ନା ଆସିଲେ ୫ ମିନିଟ୍ ପରେ ଜିରାଗୁଣ୍ଡ, ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ, ହଳଦିଗୁଣ୍ଡ ଓ ଆବଶ୍ୟକ ଅନୁଯାୟୀ ଲୁଣ ପକାଇ ପୁଣି କଶନ୍ତୁ । କଷି ହୋଇଗଲା ପରେ ସେଥିରେ କଟାଯାଇଥିବା ଆଳୁ ପକାଇ ଘଣ୍ଟି ଦିଅନ୍ତୁ । ୫ ମିନିଟ୍ କଷିଲା ପରେ ପ୍ରସ୍ତୁତ ହୋଇଗଲା ଆଳୁଦମ ।