![]() |
ଧନଲାଭରେ କୌଣସି ବାଧାବିଘ୍ନ ଉପୁଜିବାର ପ୍ରଶ୍ନ ଉଠୁନାହିଁ । ଅସସ୍ଥତା ଅନୁଭବ କରିପାରନ୍ତି । କାର୍ଯ୍ୟ ବାଧାବିଘ୍ନର ସମ୍ମୁଖୀନ ହୋଇପାରେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ଯାନ-ବାହନରେ ସତର୍କ ହେବେ । |
![]() |
ଦିନଟି ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ । ପତ୍ନୀ ରୂପବତୀ ଓ ଶାନ୍ତସ୍ୱଭାବସମ୍ପନ୍ନ ହେବେ । ପତିବ୍ରତା ଓ ଲଜ୍ଜାଶିଳା ହୋଇପାରନ୍ତି । ଦେବ, ବ୍ରାହ୍ମଣ ଭକ୍ତିଯୁକ୍ତା ହେବେ । |
![]() |
କୌଶଳରେ ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ । ନୀଚ୍ଚ ଲୋକଠାରେ ଅନୁରକ୍ତିରହିଲେ ବି ଋଣମୁକ୍ତ ହୋଇପାରନ୍ତି । ଶୁଭକାର୍ଯ୍ୟ ସମ୍ପାଦିତ ହେବ । ସସ୍ଥ ଓ ନିରାମୟ ରହିବେ । |
![]() |
ଲେଖାପଢ଼ାରେ ପାରଦର୍ଶୀ ହେବେ । ଧନ ଆହରଣରେ କୃତକାର୍ଯ୍ୟ ହେବେ । ପୁତ୍ରମାନ ପ୍ରସିଦ୍ଧି ଲାଭ କରିପାରନ୍ତି । କୀର୍ତ୍ତିମାନ୍ ହେବେ । ମହାନୁଭବ ହେବେ । ଧନୀ ଓ ବିନୟୀ ହୋଇପାରନ୍ତି । |
![]() |
ହଠାତ୍ ସୁଖ-ସମୃଦ୍ଧିଯୁକ୍ତ ହେବେ । କୁମିତ୍ରାଦି ସଙ୍ଘ ପରିତ୍ୟାଗ କରି ସନ୍ମାର୍ଗୀ ହେବେ । ଦାରିଦ୍ର୍ୟ, କଷାଘାତରୁ ମୁକ୍ତ ହେବେ । ଚାଷାଦି କାର୍ଯ୍ୟରୁ ଲାଭବାନ୍ ହୋଇପାରନ୍ତି । ପରିବାରର ଶ୍ରେଷ୍ଠ ହେବେ । |
![]() |
ପ୍ରତ୍ୟେକ କାର୍ଯ୍ୟରେ ପୂର୍ଣ୍ଣ ସହାୟିକା ହେବେ । ଧର୍ମରତ ଓ ଗୁରୁଭକ୍ତିଯୁକ୍ତ ହୋଇପାରନ୍ତି । ଭାତୃ ଭାବଭାବ ଅତୁଟ ରହିବ । ଅଶାନ୍ତିର ବିଲୋପ ଘଟିବ । ଠାକୁରଙ୍କ ଦର୍ଶନାଭିଳାଷୀ ହେବେ । ଧନପ୍ରାପ୍ତ ହେବେ । |
![]() |
ବ୍ୟବସାୟରୁ ଧନପ୍ରାପ୍ତ ହେବେ । ପୁତ୍ରଠାରୁ ଅର୍ଥ ମିଳିବ । ଋଣ କ୍ଷେତ୍ରରେ ପାରଙ୍ଗମ ହେବେ । ଗୁରୁଙ୍କଠାରୁ ମଧ୍ୟ କଲ୍ୟାଣ ସହିତ ଅଳ୍ପ ଧନ ମିଳିପାରେ । ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି । |
![]() |
ରୋଜଗାରର ମାତ୍ରା ବୃଦ୍ଧିହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ସସୁ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ । ସସ୍ଥ ଓ ନିରାମୟ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ । |
![]() |
ସେବା ମନୋଭାବର ହୋଇପାରନ୍ତି । ଆଚାର,ବ୍ୟବହାର ଓ ଭାଷା ଭଦ୍ରୋଚିତ ହେବ । କୃଷି କର୍ମ ପ୍ରତି ଆନ୍ତରକିତା ରହିବ । ସ୍ୱଳ୍ପଭାଷୀ ହେବେ । ଅର୍ପିତ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରବେ । |
![]() |
ଜଳଯାନରୁ ଧନପ୍ରାପ୍ତିର ସୂଚନା ମିଳୁଛି । ବିଦେଶବାସରୁ ମଧ୍ୟ ଧନ ଆହରଣ କରିପାରନ୍ତି । ରାଜସେବାରୁ ଧନଭଣ୍ଡାର ପରିପର୍ଣ୍ଣ କରିବାରେ ସଫଳ ହେବେ। ବହୁ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । |
![]() |
କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । କୁଳୋଚିତ କର୍ତ୍ତା ହୋଇପାରନ୍ତି । ଅକ୍ଷୟ କୀର୍ତ୍ତି ସ୍ଥାପନ କରିବାରେ ଯତ୍ନବାନ୍ ହେବେ । ସର୍ବକ୍ଷେତ୍ରରେ ଆଦରଣୀୟ ହେବେ । ଦ୍ୱିଜଭକ୍ତ ହୋଇପାରନ୍ତି । |
![]() |
ଧର୍ମକ୍ରିୟାରତ ହୋଇପାରନ୍ତି । ଯଜ୍ଞକର୍ତ୍ତା ଭାବେ ହୋମାନଳ ସମ୍ମୁଖରେ ଆହୁତି ପ୍ରଦାନ କରିପାରନ୍ତି । ଅଧିକ କ୍ଷମତାପ୍ରାପ୍ତ ହୋଇ ତା୍ର ସଦ୍ ବ୍ୟବହାର କରବେ । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନକରିପାରନ୍ତି । |
For daily odia rashiphala visit our website daily in the morning. This is compiled from a trusted source.