ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ଶତ୍ରୁମାନେ ଅନିଷ୍ଟ ଘଟାଇବାକୁ ଉଦ୍ୟମ କରିପାରନ୍ତି । ପ୍ରସନ୍ନମୂର୍ତ୍ତି ଓ ରାଜସମ୍ମାନଯୁକ୍ତ ହେବେ । ଗର୍ବୀ ଓ ଶଙ୍କାହୀନ ହୋଇପାରନ୍ତି । | |
ଦ୍ରବ୍ୟ ଲାଭର ସୂଚନା ମିଳୁଛି । ଜୀବନ ଶୃଙ୍ଖଳିତ ହେବ । ବ୍ୟବସାୟ ଲାଭଜନକ ହେବ । ସୁସ୍ଥ ଓ ନିରାମୟ ରହିବେ । କାର୍ଯ୍ୟରେ ସଫଳତା ମିଳିବ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ସମ୍ମାନ ବୃଦ୍ଧି ହେବ । | |
କର୍ତ୍ତବ୍ୟ ପାଳନରେ ନିଷ୍ଠା ରହିବ । ସେବା କାର୍ଯ୍ୟରେ ଆଗେଇବେ । ଦୂରଯାତ୍ରା ଶୁଭଦାୟକ ହେବ । ମନରେ ଉଦ୍ବେଗ ଜାତ ହୋଇପାରେ । ଆୟ ଊଣା ହେବନାହିଁ । ଚାକିରିରେ ସମ୍ମାନିତ ହେବେ । | |
କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି । ଲୋକସମ୍ପର୍କ ବୃଦ୍ଧି ହେବ । ବିଭିନ୍ନ ସୂତ୍ରରୁ ଆୟ ବୃଦ୍ଧିର ସୂଚନା ମିଳୁଛି । ଚାକିରି କ୍ଷେତ୍ରରେ ପ୍ରିୟତା ଅର୍ଜନ କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । | |
ସାମାନ୍ୟ ଶାରୀରିକ କ୍ଲେଶ ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ହେବେ । ଅପରାହ୍ଣରୁ ଆନନ୍ଦ ଉପଭୋଗ କରିବେ । ବ୍ୟବସାୟ ଲାଭଜନକ ହେବ । ମନ ପ୍ରସନ୍ନ ରହିବ ଓ ଦାମ୍ପତ୍ୟ ସୁଖ ମିଳିବ । | |
ସୁଖ-ସନ୍ତୋଷ ଲାଭ କରିପାରନ୍ତି । କାର୍ଯ୍ୟରେ ଆଗେଇବେ । ସୁସ୍ଥ ଓ ନିରାମୟ ରହିବେ । ବିଭିନ୍ନ ଦିଗରୁ ଆୟ ଆସିବ । ଚାକିରି କ୍ଷେତ୍ରରେ ଆଦର ସମ୍ମାନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । | |
କାର୍ଯ୍ୟ ହାସଲ କରିବାକୁ ହେଲେ କ୍ରୋଧ ସମ୍ବରଣ କରିବାକୁ ପଡ଼ିବ । ଶତ୍ରୁ ଆପଣାଛାଏଁ ଅପସରି ଯାଇପାରେ । ବ୍ୟୟ ସଙ୍କୁଚିତ ହୋଇପାରେ । ଚାକିରିରେ ସମ୍ମାନିତ ହେବାର ଯଥେଷ୍ଟ ସମ୍ଭାବନା ଅଛି । | |
ପରାକ୍ରମଶାଳୀ ହେବେ । ବହୁଜନଙ୍କ ପୋଷକ ହୋଇପାରନ୍ତି । ସନ୍ମାର୍ଗୀ ହେବେ । ବ୍ୟବସାୟ ବଢ଼ାଇ ପାରନ୍ତି । ଧନବାନ୍ ହେବେ । ବଂଶମର୍ଯ୍ୟାଦା ରକ୍ଷାକରି ପାରନ୍ତି । ସଂଗ୍ରାମୀ ହୋଇପାରନ୍ତି । | |
ରାଜସେବାରୁ ଧନପ୍ରାପ୍ତିର ସୂଚନା ମିଳୁଛି । ଯାନ-ବାହାନ ସୁଖ ଭୋଗ କରିବେ । କୃଷି କ୍ଷେତକୁ ତ୍ୱରାନ୍ୱିତ କରିପାରନ୍ତି । ପରୋପକାରୀ ହେବେ । ପୁତ୍ର ସୁଖରେ ସୁଖୀ ହେବେ । ବୁଦ୍ଧିମାନ୍ ହେବେ । | |
ପ୍ରଶଂସିତ ହେବେ । ସେବା କାର୍ଯ୍ୟରେ ଆଗକୁ ବଢ଼ିବେ । ଆଶା ଫଳବତୀ ହେବ । ବିଭିନ୍ନ ସୂତ୍ରରୁ ଆୟ ଆସିପାରେ । ବ୍ୟବସାୟରୁ ଲାଭ ମିଳିବ । ନିଜ କର୍ମ କରିବାଲାଗି ମନରେ ପ୍ରସନ୍ନତା ଦେଖାଦେବ । | |
ମନୋବଳ ଦୃଢ଼ ରହିବ । ଆୟ ଊଣା ହେବ ନାହିଁ । ଚାକିରିରେ ପଦୋନ୍ନତି ପାଇବା ସହିତ ସମ୍ମାନିତ ହେବା ଯୋଗ ଅଛି । ସତ୍ୟ, ଶାନ୍ତି, ଦୟା ଓ ଦାନଶୀଳ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । | |
କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ବିଭିନ୍ନ ସୂତ୍ରରୁ ଆୟ ବୃଦ୍ଧିର ସୂଚନା ମିଳୁଛି । ଧନବାନ୍ ହେବେ । ଗୁଣଯୁକ୍ତ ହୋଇପାରନ୍ତି । ସାଧୁସନ୍ଥଙ୍କ ସେବାରେ ନିଜକୁ ନିୟୋଜିତ କରିପାରନ୍ତି । |