ମିଳିଥିବା ସୁଯୋଗର ଉପଯୋଗ କରିପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ଶୁଭ ଖବର ପାଇ ଉତ୍ଫୁଲ୍ଲିତ ହୋଇପାରନ୍ତି । କୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଚତୁରତାର ସହ କୌଶଳ ପ୍ରୟୋଗ କରି ଶତ୍ରୁ ବିନାଶ କରିବେ । | |
ହଜି ଥିବା ଦ୍ରବ୍ୟ ଖୋଜିଲେ ପାଇବେ । ଦୁଃଖଶୋକରେ ଦିନଟି ଅତିବାହିତ କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । କନ୍ୟା, ପୁତ୍ର, ପୌତ୍ର, ପପୌତ୍ରାଦି ଲାଭ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି । ସ୍ତ୍ରୀଧନରେ ସୁଖୀ ହେବେ । | |
ଆପଣ ଚାହୁଁଥିବା ସାହାଯ୍ୟ ମିଳିବ । ଦୃଢ଼ ମନୋବଳ ନେଇ କାର୍ଯ୍ୟ କରି ଚାଲିବେ ଓ ସେଥିରେ ସଫଳତା ମିଳିବ । ଶତ୍ରୁ ବୃଦ୍ଧି ଯୋଗଁ ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ । କୃଷିକ୍ଷେତକୁ ତ୍ୱରାନ୍ୱିତ କରିପାରନ୍ତି । ଯାନବାହନ ସୁଖ ମିଳିପାରେ । | |
ମା’ଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି । ଶୁଭ ଖବର ପାଇ ଖୁସି ହେବେ । କାର୍ଯ୍ୟରେ ଅବହେଳା କରି, ପରେ ମନସ୍ତାପ କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଅଞ୍ଚଳ ଲୋକଙ୍କ ପ୍ରଶଂସାର ପାତ୍ର ହେବେ । ନିଜ ପସନ୍ଦରେ କାର୍ଯ୍ୟ କରି ସଫଳ ହେବେ । | |
ପୂର୍ବରୁ ଅର୍ଜନ କରିଥିବା ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇ ସଫଳ କାମ ହେବେ । ମନୋବଳ ଦୃଢ଼ ରହିବ । କୌଣସି କାର୍ଯ୍ୟରେ ପଛଘୁଞ୍ଚା ଦେବେ ନାହିଁ । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । ନୀତିନିଷ୍ଠ ହେବେ । ଚଞ୍ଚଳ ମନ ଓ ଅତି ସୁଖୀ ହେବେ । | |
ଦରକାରୀ ପଦାର୍ଥଟି ଅକ୍ଳେଶରେ ମିଳିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସତ୍କାର୍ଯ୍ୟରେ ବ୍ୟୟ କରିପାରନ୍ତି । ଆନନ୍ଦ ଉତ୍ସବ ଲାଗି ରହିବ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଚିନ୍ତାଧାରା ଉନ୍ନତମାନର ହେବ । ବନ୍ଧୁ ସୁଖ ମିଳିପାରେ । | |
ବନ୍ଧୁବର୍ଗଙ୍କ ଆଦରଣୀୟ ହେବେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ମନରେ ସରସତା ଆସିବ । ଲୋକପ୍ରିୟତା ବୃଦ୍ଧି ହୋଇପାରେ । ସୁଖଶାନ୍ତିରେ ସମୟ ଅତିବାହିତ କରିପାରନ୍ତି । ବ୍ୟୟ ବୃଦ୍ଧି ହେବ । ଚଞ୍ଚଳ ଚେଷ୍ଟିତ ହେବେ । | |
ଯାତ୍ରା ଫଳଦାୟକ ହେବ । ରୋଜଗାରର ମାତ୍ରା ବୃଦ୍ଧି ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ । ସରକାରୀ କୃପା ଲାଭ କରିପାରନ୍ତି । ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବା ଆଶା କରାଯାଏ । ସରକାରୀ ଅର୍ଥ ମିଳିବାର ସୁଯୋଗ ଅଛି । କରିତ୍କର୍ମା ହୋଇପାରନ୍ତି । | |
ବ୍ୟବସାୟ ଲାଭଜନକ ହେବ । ଆୟ ପରିମାଣ ବୃଦ୍ଧି ପାଇବ । କର୍ମକ୍ଷେତ୍ର ଉନ୍ନତମାନର ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଆଶା ପୂରଣ ହୋଇପାରେ । ଦୟାଳୁ ସ୍ୱଭାବର ହେବେ । ସତ୍କର୍ମରେ ବ୍ୟୟ କରିପାରନ୍ତି । ସେବାକ୍ଷେତ୍ରରେ ନିଜକୁ ନିୟୋଜିତ କରିବେ । | |
ପିଲାମାନଙ୍କ ପାଇଁ ଚିନ୍ତିତ ହୋଇପାରନ୍ତି । ପରିଭ୍ରମଣ କରି ଶାନ୍ତି ଲାଭ କରିବେ । ସ୍ୱାସ୍ଥ୍ୟ ରକ୍ଷା ହେବ । ବିଳାସ-ବ୍ୟସନ କରିପାରନ୍ତି । କର୍ମତତ୍ପରତା ପ୍ରକାଶ ପାଇବ । ପାରିବାରିକ ସୁଖ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । | |
ଅଧିକାର ସାବ୍ୟସ୍ତ କରିପାରନ୍ତି । ଦାୟିତ୍ୱ ବୃଦ୍ଧି ହେବ । ମନ ଆକୁଳିତ ହୋଇପାରେ । ପରିଶ୍ରମର ଫଳ ମିଳିବ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । ନାନା ବିଭବରେ ମଣ୍ଡିତ ହେବେ । | |
ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ବନ୍ଧୁମାନଙ୍କ ସହାୟତା ପାଇ ଖୁସି ହୋଇପାରନ୍ତି । ପତ୍ନୀଙ୍କ ପରାମର୍ଶ ସର୍ବୋକୃଷ୍ଟ ହେବ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ପରିବାରଙ୍କ ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ । |