ଦ୍ରବ୍ୟ ଲାଭର ସୂଚନା ମିଳୁଛି । ପରିଶ୍ରମର ମୂଲ୍ୟାଙ୍କନ ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ । ମରେ ପ୍ରସନ୍ନତା ଆସିବ । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ଚିନ୍ତାଧାରା ଉନ୍ନତମାନର ହେବ । କୀର୍ତ୍ତିମାନ୍ ହୋଇପାରନ୍ତି । | |
ପ୍ରତିଶୋଧ ନେବା ସହିତ କାର୍ଯ୍ୟରେ ଆଗକୁ ବଢ଼ିବେ । ଆଶ୍ୱସ୍ତି ମିଳିବ । ଶୁଭଖବର ପାଇ ପ୍ରଫୁଲ୍ଲିତ ହେବେ । ସୁଖ-ସମ୍ମାନ ଲାଭ କରିପାରନ୍ତି । ଦୁଶ୍ଚିନ୍ତା ଦୂର ହେବ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । କାର୍ଯ୍ୟ ସିଦ୍ଧି ହେବ । | |
ଭ୍ରମଣ ଯୋଗ ଅଛି । ବନ୍ଧୁ ମିଳନ ଘଟିପାରେ । ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସ୍ଥିତି ପ୍ରତିକୂଳ ରହିବ । ଦେହ କଷ୍ଟ ଭୋଗ କରି ପାରନ୍ତି । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । କେବଳ ଭାଗବ୍ୟବସାୟ ଲାଭଜନକ ହେବ । | |
ଭ୍ରାତୃ ବିବାଦର ସୁସମାଧାନ ହେବ । ଆମୋଦପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି । ମନରେ ପ୍ରସନ୍ନତା ଦେଖାଦେବ । ବିଭିନ୍ନ ଉତ୍ସବାଦିରେ ଯୋଗଦାନ କରିପାରନ୍ତି । ବନ୍ଧୁଙ୍କ ସାହାଯ୍ୟରେ କାର୍ଯ୍ୟ ହାସଲ କରିବେ । ପତ୍ନୀଙ୍କ ସାହାଯ୍ୟ ମିଳିବ । | |
ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି । ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ । ସ୍ୱାସ୍ଥ୍ୟ ଭଲ ରହିବ । ଶକ୍ତିମାନ୍ ହେବେ । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ । ଚାକିରି ଜୀବନ ସୁଖକର ହେବ । | |
ଆଶା-ଆଶଙ୍କାରେ ଦିନ କଟାଇପାରନ୍ତି । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଶାନ୍ତ-ସନ୍ତୋଷ ଲାଭ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପାରିବାରିକ ସୁଖ ମିଳିବ । ସୁସ୍ଥ ଓ ନିରାମୟ ରହିବେ । ସଫଳତା ପାଇଁ ସୁଯୋଗ ଅଛି । | |
ଯାତ୍ରାକାଳୀନ ସତର୍କତା ଏକାନ୍ତ ଲୋଡ଼ା । ଶତ୍ରୁ ବୃଦ୍ଧି ହେବାର ସମ୍ଭାବନା ଅଛି । ପ୍ରମାଦହୀନ ହେବେ । ନିରୀହ ସ୍ୱଭାବର ହୋଇପାରନ୍ତି । ସାଧୁ ସେବାର ସୁଯୋଗ ମିଳିବ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ । ଯାନବାହନ ସୁଖ ମିଳିବ । | |
ନିଜ କାର୍ଯ୍ୟରେ ସମୀକ୍ଷା କରିବେ । ପରିଶ୍ରମର ଫଳ ମିଳିବ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟରେ ସଫଳତା ଲାଭ କରିବେ । ପ୍ରତିଯୋଗିତାରେ ବିଜୟୀ ହେବେ । ସମ୍ମାନ ମିଳିବ । | |
ଦକ୍ଷତାର ସଦୁପଯୋଗ କରିପାରନ୍ତି । ସ୍ୱାଧୀନ ଭାବେ କିଛି ନ କରି ପରାମର୍ଶ ନେଇପାରନ୍ତି । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । କାର୍ଯ୍ୟରେ ସଫଳତା ମିଳିବ । ଭାଗ୍ୟବାନ୍ ହେବେ । ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । | |
ଗୃହ ଜଞ୍ଜାଳ ବଢ଼ିପାରେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ରୋଜଗାର ବୃଦ୍ଧି ହେବ । ବନ୍ଧୁ ଓ ସରକାରୀ ସହାୟତାରେ ଲାଭବାନ୍ ହେବେ । ସ୍ୱାସ୍ଥ୍ୟ ଭଲ ରହିବ । ଚିନ୍ତାଧାରା ଉନ୍ନତମାନର ହେବ । | |
ଭାବି, ଚିନ୍ତି ସିଦ୍ଧାନ୍ତ ନିଅନ୍ତୁ । ଭୁଲ ସିଦ୍ଧାନ୍ତ ନେଲେ ସୁଧାରିବାକୁ ଖର୍ଚ୍ଚାନ୍ତ ହୋଇପାରନ୍ତି । ମଧୁର ବଚନ କହି ପରକୁ ଆପଣାର କରିବେ । ପାରିବାରିକ ସୁଖ ମିଳିବ । ସୁବିଦ୍ୟା ସମ୍ପନ୍ନ ହେବେ । ଚଞ୍ଚଳ ଚେଷ୍ଟିତ ହେବେ । ତେଜୀୟାନ୍ ହେବେ । | |
ଶୁଭକାର୍ଯ୍ୟ ପାଇଁ ଅକୁଣ୍ଠିତ ଚିତ୍ତରେ ବ୍ୟୟ କରିବେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ସତ୍କର୍ମରେ ନିଜକୁ ନିୟୋଜିତ କରିବେ । ଧନବାନ୍ ଓ ସଗୁଣ ସମ୍ପନ୍ନ ହେବେ । ଚଞ୍ଚଳତାଯୁକ୍ତ ହେବେ । କାର୍ଯ୍ୟର ସଫଳ ରୂପାୟନ କରି ସରକାରଙ୍କ କୃପର ପାତ୍ର ହେବେ । |