![]() |
ସେବା ମନୋଭାବ ଗ୍ରହଣ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କର୍ତ୍ତବ୍ୟନିଷ୍ଠ ହେବେ । ଶତ୍ରୁପକ୍ଷ ଆପଣଙ୍କ ନିକଟରେ ମୁଣ୍ଡ ନୁଆଁଇ ପାରନ୍ତି । ଧନ-ଧାନ୍ୟ ଲାଭର ସୌଭାଗ୍ୟ ଅଛି । ଜନବଲ୍ଲଭ ଓ ସୁଖୀ ହେବେ । |
![]() |
ଅର୍ଥ ଆଶାକରି ବିଘ୍ନ ଉପୁଜି ପାରେ । ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ସନ୍ମାର୍ଗୀ ଓ ପ୍ରିୟଭାଷୀ ହେବେ । ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ । ମନୋଜ୍ଞ ହେବେ । ରାଜପୂଜା ମିଳିବ । |
![]() |
ପର ପାଇଁ ଜାମିନ୍ଦାର ହୋଇପାରନ୍ତି । ମିତ୍ର ଲାଭ ହେବ । ପଡ଼ୋଶୀଙ୍କ ସହ ସଦ୍ଭାବନା ବଜାୟ ରଖିବେ । ଶ୍ରେଷ୍ଠ ତଥା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିବେ । ରାଜପୂଜା ମିଳିବ । ଧନବାନ୍ ଓ ସତ୍ୟନିଷ୍ଠ ହେବେ । |
![]() |
କଳ କୌଶଳ ପ୍ରୟୋଗ କରି ଅର୍ଥ ପ୍ରାପ୍ତ ହେବେ । କୁଶଳ ସମାଚାର ପାଇ ଆତ୍ମସନ୍ତୋଷ ଲାଭ କରିବେ । ଶତ୍ରୁକୁ ପରାଜିତ କରି ଆଶ୍ୱସ୍ତ ହେବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ସୁସ୍ଥ ରହିବେ । |
![]() |
ଜଣେ ପରାମର୍ଶଦାତା ଭାବେ ପ୍ରତିଷ୍ଠା ଲାଭ କରିପାରନ୍ତି । ମନରେ ଆନନ୍ଦ-ଉଲ୍ଲାସ ଜାତ ହୋଇପାରେ । ନିସର୍ଗ ସୁଖ ମିଳିବ । ପ୍ରଭୁତ୍ୱ ବିସ୍ତାର କରିପାରନ୍ତି । ଶାସ୍ତ୍ର ଶାରଦ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଅଜାତଶତ୍ରୁ ହେବେ । |
![]() |
ବିଭାଗୀୟ କାର୍ଯ୍ୟ ପାଇଁ ଉଦ୍ୟମ ଜାରି ରଖିବେ । ନିଜକୁ କଳହମୁକ୍ତ ରଖିପାରନ୍ତି । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ପ୍ରବକ୍ତା ହୋଇପାରନ୍ତି । ଶ୍ରେଷ୍ଠ ମର୍ଯ୍ୟାଦା ସମ୍ପନ୍ନ ହେବେ । ବିଭାଗୀୟ ଅର୍ଥ ମିଳିବ । ଉପଯୁକ୍ତ କର୍ମାନୁରକ୍ତ ହେବେ । ଯଶସ୍ୱୀ ହେବେ । |
![]() |
ପରିଶ୍ରମର ମୂଲ୍ୟ ମିଳିବ । ବିଳାସ ବ୍ୟସନ କରିପାରନ୍ତି । ବୁଦ୍ଧିମାନ୍ ହେବେ । ଯାନବାହନ ସୁଖ ମିଳିବ । ଧନ ସହିତ ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ । ପୁତ୍ର ସୁଖ ମିଳିବ । ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ । |
![]() |
ଆଶାବାଦୀ ହେବେ । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ନୈତିକତା ବୃଦ୍ଧି ପାଇବ । କର୍ମରେ ଉନ୍ନତି ଘଟିବ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ମାନବବାଦୀ ହେବେ । ଜନବଲ୍ଲଭ ହୋଇପାରନ୍ତି । |
![]() |
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ଘଟିବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସ୍ୱାସ୍ଥ୍ୟବାନ୍ ହେବେ । କୀର୍ତ୍ତିମାନ୍ ହୋଇପାରନ୍ତି । ସମୃଦ୍ଧିର ସୋପାନ ଚଢ଼ିବେ । |
![]() |
ପର ପାଇଁ ମଧ୍ୟସ୍ଥ ହୋଇପାରନ୍ତି । ପଥରୋଧର ସମ୍ମୁଖୀନ ହେବା ଆଶା କରାଯାଏ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଦାୟିତ୍ୱବାନ୍ ହେବେ । କେତେକ ବନ୍ଧୁ କରଛଡ଼ା ଦେଇପାରନ୍ତି । ଦେଶରେ ଆଦର ମିଳିବ । ରାଜତୁଲ୍ୟ ଆଧିପତ୍ୟ ବିସ୍ତାର କରିବେ । |
![]() |
ଶତ୍ରୁତାର ଅବସାନ ଘଟାଇବେ । ଧନ ଲାଭର ସୂଚନା ମିଳୁଛି । ସାମାଜିକ କ୍ଷେତ୍ରରେ ମହାନତା ପ୍ରତିପାଦନ କରିପାରନ୍ତି । ଶ୍ରେଷ୍ଠ ପଦରେ ଆସୀନ ହୋଇପାରନ୍ତି । ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ । |
![]() |
ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି । ପ୍ରୀତିଭୋଜନ ମିଳିବ । ଉତ୍ତମ ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ । କାର୍ଯ୍ୟରେ ସଫଳତା ମିଳିବ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ । ଚେଷ୍ଟା ଶୁଭପ୍ରଦ ହେବ । ସୁନ୍ଦର ବସ୍ତୁ ଲାଭ ହେବ । |