![]() |
ଶ୍ରମ ସାର୍ଥକ ହେବ । କଳ୍ପନା ବିଳାସୀ ହେବେ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିପାରେ । ସନ୍ମାର୍ଗୀ ହେବେ । ପ୍ରମଦାଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହେବେ । ବିଶେଷ ଜ୍ଞାନର ଅଧିକାରୀ ହେବେ । ବକ୍ତା ହୋଇପାରନ୍ତି । ଶ୍ରେଷ୍ଠ ପଦବୀ ମିଳିବ । |
![]() |
ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାର୍ଯ୍ୟ କଲେ ସଫଳତା ମିଳିବ । ମନରେ ଭକ୍ତି ଭାବ ଜାଗ୍ରତ ହେବ । ପାରିବାରିକ ସୁଖ ମିଳିବ । ସଜ୍ଜନମାନଙ୍କ ସାନ୍ନିଧ୍ୟ ମିଳିବ । ମହାନ୍ ବ୍ୟକ୍ତିଭାବେ ପରିଚିତ ହେବେ । ନିଜ ବନ୍ଧୁଙ୍କ ହିତୈଷୀ ହେବେ । |
![]() |
ସାମାନ୍ୟ ମାତ୍ରାର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଅସୁସ୍ଥତା ଅନୁଭବ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ସହ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଖୁବ୍ ସତର୍କତାର ସହ ଚଳିବାକୁ ପଡ଼ିବ । ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ନିଷେଧ । |
![]() |
ମାନସିକ ଶାନ୍ତି ଫେରି ପାଇବେ । ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ କରିପାରନ୍ତି । ଭଦ୍ର ବ୍ୟବହାର କରି ଜନାଦୃତ ହୋଇପାରନ୍ତି । ମନୋରମା କନ୍ୟା ସହିତ ଅବିବାହିତଙ୍କର ବିବାହ ସମ୍ବନ୍ଧ ସ୍ଥିର ହେବ । ବିଭିନ୍ନ ସ୍ତରରୁ ଅର୍ଥ ମିଳିବ । |
![]() |
ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ଶତ୍ରୁ ଉପରେ କଡ଼ା ନଜର ରଖିବାକୁ ପଡ଼ିବ । ସଙ୍ଗୀତ ପ୍ରିୟ ହେବେ । ଭୋଗ-ବିଳାସ କରିପାରନ୍ତି । କଳାଧନ ପାଇବାକୁ ପ୍ରବଳ ଉଦ୍ୟମ କରିବେ । ଅଧିକ ବିଦ୍ୟାର ଅଧିକାରୀ ହେବେ । ସୁବର୍ଣ୍ଣ ପ୍ରାପ୍ତ ହେବେ । |
![]() |
ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉତ୍ଫୁଲ୍ଲିତ ହେବେ । ଅନ୍ୟାୟର ପ୍ରତିବାଦ କରିବେ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ସାଧାନାରେ ସିଦ୍ଧି ପ୍ରାପ୍ତ ହେବେ । କୋଟିନିଧି ପ୍ରାପ୍ତିର ସୂଚନା ମିଳୁଛି । ସୁଖ ମିଳିବ । ଚିତ୍ତ ସନ୍ତୁଷ୍ଟ ହେବ । |
![]() |
ପୈତୃକ ସମ୍ପତ୍ତି ପାଇବାକୁ ହକ୍ଦାର ହେବେ । ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି । ସବୁ ବାଧା-ବିଘ୍ନକୁ ଏଡ଼ାଇ କର୍ମକ୍ଷେତ୍ରକୁ ସଫଳ ରୂପାୟନ କରିବାରେ ସକ୍ଷମ ହେବେ । ବହୁ ମିତ୍ରଙ୍କ ସହାୟତା ପାଇ ଉପକୃତ ହେବେ । କୁଳର ମୁଖ୍ୟ ହେବେ । |
![]() |
ମାନସିକ ସ୍ତରରେ ଶାନ୍ତିର ବାତାବରଣ ପ୍ରବାହିତ ହେବ । ସେବା ପରାୟଣ ହୋଇପାରନ୍ତି । ପୂଜ୍ୟପୂଜା ଉପରେ ଗୁରୁତ୍ୱ ଦେବେ । ହର୍ଷଯୁକ୍ତ ବିଶୁଦ୍ଧଭାଷୀ, ଧନଶାଳୀ, ବହୁ ମୁକ୍ତାର ଅଧିକାରୀ ହେବେ । ନିଜ କର୍ମ ପାଇଁ ଗର୍ବିତ ହେବେ । |
![]() |
ସ୍ଥାନାନ୍ତର ଯୋଗ ଅଛି । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଶୀଳଧନ ପ୍ରାପ୍ତ ହେବେ । ବରିଷ୍ଠ ଓ ଶ୍ରେଷ୍ଠ ହୋଇପାରନ୍ତି । ପରାମର୍ଶ ଦାତା ହେବେ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ଓ ସହଯୋଗ ପାଇ ଆତ୍ମ ସନ୍ତୋଷ ଲାଭ କରିବେ । ମିଷ୍ଟାନ୍ନ ଭୋଜନ ମିଳିବ । |
![]() |
ବାଧ୍ୟତାର ସମ୍ମୁଖୀନ ହେବେ । ସୁଖ-ସନ୍ତୋଷ ଲାଭ କରିବେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଚେଷ୍ଟାରେ ସଫଳତା ଲାଭ କରିବେ । କର୍ତ୍ତବ୍ୟନିଷ୍ଠ ହୋଇପାରନ୍ତି । ନାନା ବିଭବ ମଣ୍ଡିତ ହୋଇପାରନ୍ତି । ରାଜାଧିରାଜ ହୋଇପାରନ୍ତି । |
![]() |
କୌଣସି ଦ୍ରବ୍ୟ ଅପହରଣ ହୋଇପାରେ । ବ୍ୟୟ ବୃଦ୍ଧି ହୋଇପାରେ । ପ୍ରଭୂତ ବିତ୍ତର ଅଧିକାରୀ ହେବେ । ନାନା ପ୍ରକାର ସୁବିଦ୍ୟା ଅର୍ଜନ କରିବା ଦ୍ୱାରା ଜ୍ଞାନ-ଗରିମା ବୃଦ୍ଧି ପାଇବ । ବିଚକ୍ଷଣ ହେବେ । ଶାନ୍ତି ମିଳିବ । |
![]() |
ବ୍ୟବସାୟରେ ଅଧିକ ଅର୍ଥ ବିନିଯୋଗ କଲେ ଲାଭପ୍ରଦ ହେବ । ସୁଖ-ସମ୍ମାନ ଲାଭ କରିବେ । ବିଜ୍ଞାନୀ ହେବେ । ବରପ୍ରାପ୍ତ ହୋଇପାରନ୍ତି । ସତ୍ୟର ପୂଜାରୀ ହେବେ । ସୁବକ୍ତା ଭାବେ ଜନ-ମନ କିଣିବାରେ ସକ୍ଷମ ହେବେ । ପ୍ରୀତି ଲାଭ ହେବ । |