![]() |
ଧନ ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି । ଅପାର ଗୁଣର ଅଧିକାରୀ ହେବେ । ଉପାର୍ଜନ ଆଶାନୁରୂପ ହେବ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ରହିବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । |
![]() |
କାର୍ଯ୍ୟଟି ସମସ୍ୟା ବହୁଳ ହୋଇପାରେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ମିତ୍ରମାନେ କରଛଡ଼ା ଦେଇପାରନ୍ତି । ଶତ୍ରୁମାନଙ୍କ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ । ଯୁଦ୍ଧ ଓ ଯାତ୍ରା ପାଇଁ ଶୁଭଦାୟକ । |
![]() |
ଜଟିଳ ସମସ୍ୟାର ସମାଧାନ କରିବାରେ ସଫଳ ହେବେ । ଆୟ ପରିମାଣ ବୃଦ୍ଧି ପାଇବ । ଉନ୍ନୟନ କାର୍ଯ୍ୟର ଅଗ୍ରଗତି ଘଟାଇବାରେ ପାରଙ୍ଗମ ହେବେ । ଯେଉଁ କାର୍ଯ୍ୟରେ ହାତ ଦିଅନ୍ତୁ ନାଁ କାହିଁକି ସଫଳତାର ସ୍ୱାଦ ନିଶ୍ଚୟ ଚାଖିବେ। |
![]() |
କାର୍ଯ୍ୟରେ ସଫଳତା ଲାଭ କରିବେ । ଆଶା ଫଳବତୀ ହେବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ସରକାରୀ ଧନ ପାଇପାରନ୍ତି । ଗୃହ ପରିବେଶ ସ୍ୱାସ୍ଥ୍ୟ ଉପଯୋଗୀ ହେବ । କୀର୍ତ୍ତିମାନ୍ ହେବେ । ଗୁଣଜ୍ଞ ହୋଇପାରନ୍ତି । |
![]() |
ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି । ମନ ପ୍ରଫୁଲ୍ଲ ରହିବ । କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଦୟାଳୁ ସ୍ୱଭାବର ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ନିରଳସ ହେବେ । |
![]() |
ଧନକ୍ଷୟ ହେବାର ଅବସ୍ଥା ସୃଷ୍ଟି ହୋଇଛି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଆତ୍ମ ସଂଯମୀ ହୋଇପାରନ୍ତି । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଧର୍ମପ୍ରିୟ ହେବେ । ଚଞ୍ଚଳ ଚେଷ୍ଟିତ ହେବେ । ସତର୍କତାର ଦିନ । |
![]() |
ତ୍ୟାଗପୁତ ଓ ସେବା ମନୋବୃତ୍ତିର ଗ୍ରହଣ କରିପାରନ୍ତି । ସୌଜନ୍ୟ ପ୍ରକାଶ ପାଇବ । ସଦ୍ଗୁଣର ବିକାଶ ଘଟିବ । ପାରିବାରିକ ସୁଖ ଅବ୍ୟାହତ ରହିବ । ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ଦ୍ରବ୍ୟ ପ୍ରାପ୍ତ ହେବେ । |
![]() |
ଅସମ୍ଭବକୁ ସମ୍ଭବ କରିବାରେ ପାରଙ୍ଗମ ହେବେ । କ୍ରୋଧ ସମ୍ବରଣ କଲେ ସନ୍ମାର୍ଗୀ ହେବେ । ସୁସ୍ଥ ରହିବେ । କର୍ମରେ ଉନ୍ନତି ଘଟିବ । ଶତ୍ରୁ ଆପଣା ଛାଏଁ ଅପସରି ଯିବ । ମନ ପ୍ରଫୁଲ୍ଲ ରହିବ । ଯଶସ୍ୱୀ ହେବେ । ମାନସିକ ଶାନ୍ତି ମିଳିବ । |
![]() |
ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଚାଲୁ ରହିଥିବା କାର୍ଯ୍ୟର ଅଗ୍ରଗତି ଘଟିବ । ଅଧିକ ଉତ୍ସାହିତ ହୋଇ କାର୍ଯ୍ୟକ୍ରମର ପ୍ରସାର ଘଟାଇ ପାରନ୍ତି । ବ୍ୟବସାୟ ମନ୍ଥର ଗତିରେ ଚାଲିବ । ସୁଖୀ ହେବେ । |
![]() |
ପର ପାଇଁ ଜାମିନ୍ଦାର ହୋଇପାରନ୍ତି । ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି । ଶୁଭାଶୁଭ ମିଶ୍ରିତ ଫଳ ମିଳିବ । କୃଷିକ୍ଷେତ ଲାଭଜନକ ହେବ । ବିଳାସୀ ହୋଇପାରନ୍ତି । ଯାନବାହନ ସୁଖ ମିଳିପାରେ । ସ୍ୱୟଂସିଦ୍ଧ ହେବେ । |
![]() |
କାର୍ଯ୍ୟରେ ସଫଳତା ଲାଭ କରିବେ । ମାନ୍ୟତାପ୍ରାପ୍ତ ହୋଇପାରନ୍ତି । ପାରିବାରିକ ସୁଖ ମିଳିବ । ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ସର୍ବାଙ୍ଗୀନ ଉନ୍ନତି ହେବ । ସକଳ ଗୁଣଯୁକ୍ତ, ସୁଖ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ । ମନ ନିର୍ମଳ ରହିବ । |
![]() |
ମନସ୍କାମନାପୂର୍ଣ୍ଣ ହୋଇପାରେ । କାର୍ଯ୍ୟ ହାସଲ କରିବାକୁ ହେଲେ ପ୍ରତୀକ୍ଷା ଆବଶ୍ୟକ । ପାରିବାରିକ ସୁଖ ମିଳିବ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ବିବିଧ ଧନଯୁକ୍ତ ହେବେ । ଚଞ୍ଚଳମନା ହେବେ । କୀର୍ତ୍ତିମାନ୍ ହୋଇପାରନ୍ତି । |