![]() |
ଧର୍ମପ୍ରିୟ ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇପାରନ୍ତି । ଶିଳ୍ପ ପାରଦର୍ଶୀ ହେବେ । ହାସ୍ୟ ମୁଖ, ଯୁବତୀପ୍ରିୟ ଓ ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଶାରୀରିକ ପୀଡ଼ା ଅନୁଭବ କରିବେ । ମୁଣ୍ଡରେ ଆଘାତ ଲାଗି ପାରେ । |
![]() |
ଆମୋଦ-ପ୍ରମୋଦରେ ଦିନଟି ବିତାଇ ପାରନ୍ତି । ମନ ପ୍ରସନ୍ନ ରହିବ । କାର୍ଯ୍ୟରେ ସଫଳତା ମିଳିବ । ଦୀର୍ଘ ଦିନର ଆଶା ପୂରଣ ହେବ । ପରିଶ୍ରମର ମୂଲ୍ୟ ମିଳିବ । ଶାସ୍ତ୍ରଜ୍ଞ ହେବେ । ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ରାଜପୂଜା ମିଳିବା ଆଶାକରାଯାଏ । |
![]() |
ଆୟ ବୃଦ୍ଧିର ସୂଚନା ମିଳୁଛି । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଦେବଦର୍ଶନର ସୌଭାଗ୍ୟ ଅଛି । ପାରିବାରିକ ସୁଖ ଅବ୍ୟାହତ ରହିବ । ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ । ଯଶସ୍ୱୀ ହେବେ । |
![]() |
କୃତ କର୍ମର ଫଳ ଭୋଗ କରିପାରନ୍ତି । ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଦିନଟି ସମସ୍ୟା ବହୁଳ ହୋଇପାରେ । କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ; ମାତ୍ର ବିଳମ୍ବିତ ହେବ । ବ୍ୟବସାୟରେ ପ୍ରଚୁର ଲାଭ ହେବ । ବିଚକ୍ଷଣ ବୁଦ୍ଧି ପ୍ରୟୋଗ କରି ସର୍ବଜନ ପ୍ରିୟ ପାତ୍ର ହେବେ । |
![]() |
ଆବଶ୍ୟକତା ପୂରଣ ହେବ । ବାଦ-ବିବାଦର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ । କର୍ମକ୍ଷେତ୍ର ଉତ୍ସାହପ୍ରଦ ହେବ । ବିଖ୍ୟାତ କାର୍ଯ୍ୟ କରି ଜନପ୍ରିୟତା ହାସଲ କରିପାରନ୍ତି । ସତ୍ପଥଗାମୀ ହେବେ । ଉପକାରୀଙ୍କ ପାଖରେ କୃତଜ୍ଞତା ଜଣାଇବେ । |
![]() |
ଦ୍ୱନ୍ଦ୍ୱରେ ପଡ଼ି କାର୍ଯ୍ୟ କରିପାରନ୍ତି । ଉଚ୍ଚଆଶ ଫଳବତୀ ହେବ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିପାରେ । ଶ୍ରେଷ୍ଠ ସମ୍ମାନ ମିଳିପାରେ । ନିଃଶଙ୍କ ହୋଇପାରନ୍ତି । ପ୍ରସନ୍ନ ମୂର୍ତ୍ତି ଓ ସ୍ତ୍ରୀ ପୁତ୍ରଙ୍କ ହେତୁକ ଚିନ୍ତିତ ହୋଇପାରନ୍ତି । |
![]() |
ସହକର୍ମୀଙ୍କ ସହ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ଆଳସ୍ୟ ପରାୟଣ ହୋଇପାରନ୍ତି । ବୃହତ୍ ପଦ-ପଦବୀରେ ମଣ୍ଡିତ ହୋଇପାରନ୍ତି । ତେଜୀୟାନ ଓ ଶକ୍ତିଶାଳୀ ହେବେ । ଧର୍ମରତ ହେବେ । ପ୍ରଭୂତ ପୁତ୍ର ଓ ଜନ ବଲ୍ଲଭ ହେବା ଆଶାକରାଯାଏ । |
![]() |
ଜଟିଳ ପରିସ୍ଥିତିକୁ ଆୟତ୍ତାଧୀନ କରିବାରେ ସଫଳ ହେବେ । ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବେ । ଦେବଦର୍ଶନର ସୁଯୋଗ ଅଛି । କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । ରୋଜଗାର ଆଶାନୁରୂପ ହୋଇପାରେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ନୂଆବନ୍ଧୁ ଜୁଟିବେ । |
![]() |
କୌଣସି ଦ୍ରବ୍ୟ ଅପହୃତ ହୋଇପାରେ । ଏକ ପକ୍ଷରେ ଅର୍ଥ ସମ୍ପଦ ଲାଭ ହେଉଥିବା ବେଳେ ଅନ୍ୟପକ୍ଷରେ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ଭାଗ୍ୟବାନ ହୋଇପାରନ୍ତି । ମଧୁରଭାଷୀ ହେବେ । ଦାତା, ଭୋକ୍ତା, ଗୁଣବାନ୍, ଧନୀ ଓ ମାନୀ ହୋଇପାରନ୍ତି । |
![]() |
କାର୍ଯ୍ୟରେ ସଫଳତା ମିଳିବ । କର୍ମକ୍ଷେତ୍ର ଉତ୍ସାହ ଜନକ ହେବ । ହର୍ଷ-ଉଲ୍ଲାସରେ ଦିନଟି ଅତିବାହିତ କରିପାରନ୍ତି । ମାନ ବୃଦ୍ଧିର ସୂଚନା ମିଳୁଛି । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଧନ-ବୃଦ୍ଧି ଲାଭ ହେବ । ଶତ୍ରୁ ବିଜୟୀ ହେବେ । |
![]() |
ଆୟ କ୍ରମେ ବୃଦ୍ଧି ଘଟିବ । ପରିଶ୍ରମ ସାର୍ଥକ ହେବ । ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ । ସତ୍ସଙ୍ଗୀ ହେବେ । ପରାକ୍ରମଶାଳୀ ହୋଇପାରନ୍ତି । ଶୁଭ ଯାନବାହନଯୁକ୍ତ ହେବେ । ସୂନ୍ଦର ବସ୍ତ୍ର ଲାଭ ହୋଇପାରେ । ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । |
![]() |
ନୂତନ କାର୍ଯ୍ୟ ପାଇ ଆନନ୍ଦିତ ହୋଇପାରନ୍ତି । ଲୋକ ସଂପର୍କ ବୃଦ୍ଧି ପାଇବ । ପରଧନରେ ଧନୀ ହୋଇପାରନ୍ତି । ଯୁବତୀ ମନୋରଞ୍ଜନକାରୀ ହେବେ । ରଜତ ଧନ ଦ୍ୱାରା ଧନଶାଳୀ ହେବେ । ସରଳ ଓ ବାଚାଳ ହେବେ । ଜିତେନ୍ଦ୍ରିୟ ହେବେ । ପ୍ରବଳ ପରାକ୍ରମୀ ହେବେ । |