![]() | ଆଜି ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ଆର୍ଥିକ ସ୍ଥିତି ପୂର୍ବପରି ରହିବା କୌଣସି ମୂଲ୍ୟବାନ ଜିନିଷ କ୍ରୟ କରିପାରନ୍ତି। ମଧ୍ଯାହ୍ନାରମ୍ ବନ୍ଧୁଙ୍କଠାରୁ ଗୁରୁତ୍ବପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ଯରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ । |
![]() | ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ବନ୍ଧୁଙ୍କୁ କର୍ମକ୍ଷେତ୍ରରେ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ପରିବାରରେ ଜମିଜମା ସମ୍ପରିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ । କାମ ହାସଲ ସକାଶେ ଧ୍ୟେର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ | |
![]() | ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବା ସହ ସଫଳତାର ସୂଚନା ମଧ୍ଯ ପାଇପାରନ୍ତି ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ । ଆଜି ଦିନଭିତରେ ବିବାଦୀୟ କଥାରେ ମୁଣ୍ଡ ନା ପୂରାଇବା ଭଲ। ପାରିବାରିକ ସ୍ଥିତି, କମକ୍ଷେତ୍ର, ବ୍ୟବସାୟାଦି ପ୍ରତ୍ୟେକ କାର୍ଯ୍ୟରେ ସନ୍ତୋଷଲାଭ କରିବେ। |
![]() | ପ୍ରତିବନ୍ଧକ ଓ ପ୍ରତାରଣା ମଧ୍ଯରେ ଆଘାତପ୍ରାପ୍ତ ହୋଇ ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ। ଆଶା କରିଥିବା ଦିଗରୁ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ଵରାନ୍ବିତ କରିବେ। ପଦାଧିକାରୀଙ୍କ ବଦାନ୍ୟତାରୁ ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିବୋ ସ୍ଵାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। |
![]() | ଆଜିର କର୍ମକ୍ଷେତ୍ରରେ ବିଭିନ୍ନ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ପରିସ୍ଥିତିକୁ ସମ୍ଭାଳିବାକୁ ଯାଇ ମଧୁର ବାକ୍ୟ କହି କାର୍ଯ୍ୟ ହାସଲ କରିନେବେ। ଧୀରପାଣି ପଥର କାଟେ ନୀତିରେ କାମ ହାସଲ ସକାଶେ ଧୈର୍ଯ୍ୟଧାରଣ କରିପାରିଲେ ନିଶ୍ଚୟ ଉପକୃତ ହେବେ। ସଭାସମିତିରେ ଅପ୍ରିୟ ସତକଥା କହି ଅନ୍ୟମାନଙ୍କର ଚକ୍ଷୁଶୂଳ ହେବାକୁ ପଡ଼ିପାରେ । |
![]() | ବନ୍ଧୁଙ୍କ ସହ ଆପଣଙ୍କ ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖିପାରନ୍ତି। ମିଠା କଥା କହି ବନ୍ଧୁଙ୍କୁ ଆପଣାର କରିବେ ; ଯାହା ଦ୍ବାରା କାମ ହାସଲ ସହଜ ହୋଇପାରିବ। ସମସ୍ୟାର ସମାଧାନ ହେବାରେ ସମୟକୁ ଅପେକ୍ଷା କରିବାକୁ ପଡ଼ିପାରେ । ଉତ୍ତରାଫାଲ୍ଗୁନୀ ନକ୍ଷତ୍ର ରୋଗ, ରଣ ଓ ଶତୁତା ଯୋଗୁ ବ୍ୟସ୍ତ ରହିବେ। |
![]() | ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଖଳ ଲୋକମାନଙ୍କ କଥାକୁ ବିଶ୍ବାସ କରି ଭୁଲ୍ ମାର୍ଗର ଅନୁସରଣ କରି ପସ୍ତେଇବେ। ବନ୍ଧୁଙ୍କ ସମ୍ପର୍କରେ କୌଣସି ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିକ୍ଦୁତି ଦେବେ ଓ ଆପଣ ନିରାଶ ମଧ୍ଯ ହେବେ ନାହିଁ। |
![]() | ଅଭିଳଷିତ କାମ, ମାତାଙ୍କ ସ୍ଵାସ୍ଥ୍ୟ, ଭ୍ରାତୃ ସମ୍ପର୍କରେ ଉନ୍ନତି ସଙ୍ଗକୁ ବିବାଦୀୟ ଘଟଣାରେ ବିଜୟୀ ହେବେ। ବିଶାଖା ନକ୍ଷତ୍ର ସ୍ଵାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ବନ୍ଧୁ ମାନଙ୍କ ସହ ଆଲୋଚନା କରିପାରନ୍ତି । |
![]() | ଆଜିର ପ୍ରତ୍ୟେକ ବିବାଦୀୟ ପରିସ୍ଥିତିରେ ଆପୋସ ଆଲୋଚନା ଦ୍ବାରା ସମସ୍ୟା ସମାଧାନ ହୋଇଯିବ। ମୂଳା ନକ୍ଷତ୍ରର ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ସ୍ଵାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। ଅର୍ଥଭାବ ଯୋଗୁ ବିଚଳିତ ହେବା ସହ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ | |
![]() | ପ୍ରତ୍ୟେକ ପରିସ୍ଥିତିରେ ସବୂକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ଜଣେ ବାନ୍ଧବୀ ଅନୁରକ୍ତି ପ୍ରକାଶ କରି ସାହାଯ୍ୟର ହାତ ବଢାଇ ପାରନ୍ତି। ମାଲିମକଦ୍ଦମା, ପ୍ରତିଦ୍ବନ୍ଦିତା କିମ୍ବା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଆତ୍ମୀୟତା ପରିବାରରେ ଭୁଲ୍ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇପାରେ । |
![]() | ନିଜ ଉପରେ ନ୍ୟସ୍ତ କାର୍ଯ୍ୟକୁ ଏକାଗ୍ରତା ସହ ତୁଲାଇବା ହେତୁ ଆଶ୍ଵସ୍ତି ଲାଭ କରିବେ। କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିଲେ ମଧ୍ଯ ପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ୟରୁ ଉପକୃତ ହେବେ। ଦୀର୍ଘଦିନରୁ ଚିନ୍ତା କରିଥୁବା କାମଟି ହଠାତ୍ ହୋଇଯିବ। ତଥାପି ପୂର୍ବ ଶଦୁତାର ମନୋଭାବ ପୋଷଣ କରି କୌଣସି ବ୍ୟକ୍ତି ଦ୍ବାରା ଅସମ୍ମାନିତ ହୋଇପାରନ୍ତି। |
![]() | ଦୀର୍ଘ ସମୟ ସମୀକ୍ଷା ପରେ ଯାଇ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ଯ ଆଶଙ୍କା କରି ମନ ଅସ୍ଥିର ରହିବ। ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବା ସାଙ୍ଗକୁ କାର୍ଯ୍ୟ ସାଧନ କରିବେ। ଶୁଣାକଥାକୁ ବିଶ୍ଵାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। |