 | ଚିନ୍ତାଧାରା ବିକ୍ଷିପ୍ତ ରହିବା କାରଣରୁ କୌଣସି କାମ ` ଶୃଙ୍ଖଳିତ ହୋଇପାରିବନାହିଁ। ପିଲାମାନଙ୍କ ସ୍ବାସ୍ଥ୍ୟହାନି ଏବଂ ଶିକ୍ଷା ସମ୍ପର୍କିତ ସମସ୍ୟା ମାନସିକ ସ୍ଥିତିକୁ ବିଷାଦିତ କରି ରଖିବ। ଅଟକି ରହିଥିବା କାମକୁ ପୂରା ଦମ୍ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ନିଜ ପରିସରରେ ବିବାଦୀୟ ଘଟଣାରେ ପାଟି ଖୋଲିବା ଠିକ୍ ହେବନାହିଁ । |
 | ସମୟ ଓ ପରିସ୍ଥିତିବଶତଃ ପ୍ରତ୍ୟେକ କ୍ଷେତ୍ରରେ ସଂଘର୍ଷମୟ ସ୍ଥିତି ଲାଗି ରହିବ। ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିବେ। ପାରିବାରିକ କ୍ଷେତ୍ରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା କାରଣରୁ ବ୍ୟସ୍ତତା ମଧ୍ଯ ବଢ଼ିଯିବ। ରାଜନୀତି ଓ କ୍ରୀଡ଼ା ତଥା ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହେବେ । |
 | ସମସ୍ତ ସୁବିଧା ଥିଲେ ମଧ୍ଯ ନିର୍ଦ୍ଦିଷ୍ଟ ସମୟରେ କାମ ନ ହେବା କାରଣରୁ ବ୍ୟସ୍ତ ହେବେ। ରଣ ଭାରରେ ଅତିଷ୍ଠ ହେବା କାରଣରୁ ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ହଠାତ୍ ଓ କୌଣସି ହୃଦୟବାନ ବ୍ୟକ୍ତିଙ୍କ ସହାୟତାରୁ କାର୍ଯ୍ୟସିଦ୍ଧି ହେତୁ ମନ ପ୍ରଫୁଲ୍ଲିତ ରହିପାରେ। ବନ୍ଧୁଙ୍କ ପ୍ରେରଣାରେ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ । |
 | ପରୋକ୍ଷଶତ୍ରୁତା ହେତୁ ଭଲ କାମ କଲେ ମଧ୍ୟ° ସମାଲୋଚିତ ହେବେ | ଅନ୍ୟମନସ୍କ ରହି ବିଭିନ୍ନ ପ୍ରକାରର ସମସ୍ଯାକୁ ଡାକି ଆଣି ପାରନ୍ତି। ଘରର ` ବରାଦ ଜିନିଷ ଭୁଲ୍ ବଶତଃ ଭୁଲିଯିବେ ଓ ପରିବାରରେ ଏଥ୍ଵପାଇଁ ଝଗଡ଼ା ଲାଗିବ। ଶିଳ୍ପ, ବାଣିଜ୍ୟ, ରାଜନୀତି, କଳା, ସାହିତ୍ୟ ଓ ସଙ୍ଗୀତ ଆସରରେ ନିଜକୁ ହଜାଇ ଦେଇପାରନ୍ତି। |
 | କୌଣସି ନୂତନ କାମର ଯୋଜନା କରିବେ ଓ ସଫଳତା ମଧ୍ୟ ପାଇବେ | ବହୁଙ୍କ ସହ ଆଲୋଚନା, ଖେଳ, ମଉଜ ମଜଲିସ୍ରେ ସମୟ କଟାଇପାରନ୍ତି। ସହକର୍ମୀଙ୍କ ଘରୋଇ ବ୍ୟାପାରରେ ମୁଣ୍ଡ ପୂରାନ୍ତୁନାହିଁ, ଯାହାକି ସମସ୍ୟାର କାରଣ ହୋଇପାରେ । ମନୋରଞ୍ଜନ କାର୍ଯ୍ୟକ୍ରମ କିମ୍ବା ସଭାସମିତିରେ ସଫଳତା ହାସଲ କରିବେ । |
 | ମନରେ ବିଭିନ୍ନ ପ୍ରକାରର ଚିନ୍ତା ଉଙ୍କି ମାରିବ କିନ୍ତୁ କିଛି ଅସୁବିଧା ହେବନି। କୌଣସି ନୂତନ କର୍ମାରମ୍ଭ କରିବେ ଓ ଏଥିରେ ସହଯୋଗ ଅବଶ୍ୟ ମିଳିବ । ନିର୍ମାଣ ଓ ଜମିଜମା କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ଦୀର୍ଘ ପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । |
 | କୌଣସି କାମରେ ବ୍ୟସ୍ତତା ବଢ଼ିଯାଇପାରେ କିନ୍ତୁ କିଛି ଅସୁବିଧା ହେବ ନାହିଁ। ବାଣିଜ୍ୟ, ପରିବହନ ଓ ବ୍ୟବସାୟ ଦିଗଟି ମନ୍ଦ ହେବନି । ଆଜି ଘରୋଇ ବରାଦ ଅନୁଯାୟୀ କିଛି ମନୋରଞ୍ଜନ ଜିନିଷ କ୍ରୟ କରିବେ। ପାରିବାରିକ ସମସ୍ୟା ସମାଧାନରେ ସଫଳ ହେବେ । |
 | ଆଜି ହଠାତ୍ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ବନ୍ଧୁଙ୍କ ମାଧ୍ଯମରେ ହଠାତ୍ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । କର୍ମ କ୍ଷେତ୍ରରେ ଉପଯୁକ୍ତ ଭାବେ ସମ୍ମାନିତ ହୋଇପାରନ୍ତି। ପିଲାମାନଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇପାରନ୍ତି । |
 | ପାରିବାରିକ ସମସ୍ୟାର ସରଳ ସମାଧାନ କରି ମନକୁ ହାଲୁକା କରିବେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ ଏବଂ ନିକଟ ସମ୍ପର୍କୀୟମାନଙ୍କ ସହ କଳହରେ ଲିପ୍ତ ରହିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ପ୍ରତିବନ୍ଧକ ଲାଗି ରହିବ। ଆଜିର ଫେରିବା ବାଟରେ ବନ୍ଧୁଙ୍କ ସହ ସାଧାରଣ ବଚସା ହୋଇପାରେ । |
 | ସନ୍ତାନ-ସନ୍ତତି ଲାଭର ସୂଚନା ମଳିୁ୍ଛି। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଜିତେନ୍ଦ୍ରିୟ ହୋଇପାରନ୍ତି । ପରାକ୍ରମୀ ହେବେ। ବଖ୍ୟାତ କୀର୍ତ୍ତିସ୍ଥାପନ କରିବେ। |
 | ପରିବାରରେ ଘଟିଯାଇଥିବା କେତେକ ଅତୀତ ଘଟଣାକୁ ସ୍ମରଣ କରି ଅନୁତାପ କରିବେ। ଯାତ୍ରା ସମୟରେ ଯାନ୍ତିକ ତ୍ରୁଟି ସମସ୍ୟାକୁ ଦ୍ବିଗୁଣିତ କରିପାରେ। ଗତକାଲିର ଯୋଜନା ମୁତାବକ କାର୍ଯ୍ୟରେ ସଫଳତା ପାଇବେ। ଆକସ୍ମିକ ଭାବରେ ଧାରକରଜ କରିବାକୁ ପଡିପାରେ । |
 | କାର୍ଯ୍ୟହାନି କାରଣରୁ ମାନସିକ ଅସ୍ଥିରତା ଲାଗି ରହିବ। କର୍ମକ୍ଷେତ୍ରରେ ଆଜି ଦିନଟିରେ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ। ସ୍ଵାସ୍ଥ୍ୟ ପ୍ରତି ଅବହେଳା ନ କରି ସାବଧାନତା ଅବଲମ୍ବନ କରନ୍ତୁ । ରାଜନୈତିକ ପୃଷ୍ଠପୋଷକତାରୁ ଶତୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯାଇପାରେ । |
For daily odia rashiphala visit our website daily in the morning. This is compiled from a trusted source.
Comments
comments