![](https://www.odiaweb.in/wp-content/uploads/2018/12/mesha-rashi.png) | ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ କାମରେ ଅଗ୍ରଗତି ଘଟିପାରେ। ଦ୍ବିଜା ନକ୍ଷତ୍ରର ଆର୍ଥିକ ସଙ୍କଟ ଲାଗି ରହିଲେ ମଧ୍ଯ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇବେ। ନିକଟ ସମ୍ପର୍କୀୟମାନେ କାଳେ ଦେବାକୁ ପଡ଼ିବ, ଏହି ଚିନ୍ତାରେ ପାଖ ମାଡ଼ିବେ ନାହିଁ। ସ୍ଥିର ମନ ନେଇ କାମକଲେ ସମସ୍ୟାର ସରଳ ସମାଧାନ ହେବା ସମ୍ଭାବନା ରହିଛି। । |
![](https://www.odiaweb.in/wp-content/uploads/2018/12/rashi-brusha.png) | ଆଜି କର୍ମକ୍ଷେତ୍ରରେ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବାକୁ ବାଧ୍ଯ ହେବେ। ରୋହିଣୀ ନକ୍ଷତ୍ର କଳା, ସାହିତ୍ୟରେ ଉନ୍ନତି ଓ ବନ୍ଧୁଙ୍କ ଦ୍ବାରା ପ୍ରଶଂସିତ ହେବେ। ଆନୁଷ୍ଠାନିକ କାମରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ଆର୍ଥିକ ସ୍ଥିତି କମ୍ଜୋର୍ ରହିବା ଫଳରେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ଯ ହେବେ। |
![](https://www.odiaweb.in/wp-content/uploads/2018/12/mithun-rashi.png) | ସ୍ବାସ୍ଥ୍ୟ ସଚେତନତାର ଅଭାବଜନିତ ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ। ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାରକରି ଉଚିତ ପଦକ୍ଷେପ ନିଅନ୍ତୁ। ପାଖରେ ନ ଥିବା ଜିନିଷଟି ପାଇଁ ତର୍କ ଓ ବିବାଦ ବଢ଼ିପାରେ। ପଡ଼ୋଶୀମାନେ ବାକ୍ଚାତୁରୀ କଥା କହି କାର୍ଯ୍ୟ ହାସଲ କରିପାରନ୍ତି। |
![](https://www.odiaweb.in/wp-content/uploads/2018/12/karkata-rashi.png) | ଏକାଦଶସ୍ଥ ଉଚ୍ଚସ୍ଥାନ ଚନ୍ଦ୍ର ଯୋଗୁ ମନା ପ୍ରପୁଲ୍ଲ ରହିବା ଏବଂ ଯାହା ଆଶା କରୁଛନ୍ତି ପାଇବେ। ଅଶ୍ଳେଷା ନକ୍ଷତ୍ର ବ୍ୟବସାୟରେ ଲାଭବାନ୍ ହେବେ, ମାତ୍ର ଆଶାନୁରୂପ ନ ହୋଇପାରେ। ଆଜିର ପ୍ରତ୍ୟାବର୍ଭନ ପଥରେ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ପରିବାରରେ କାହାର ସ୍ଵାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ । |
![](https://www.odiaweb.in/wp-content/uploads/2018/12/singha-rashi.png) | କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସାନିଧ୍ଯରୁ ଉପକୃତ ହେବେ | ଉତ୍ତରାଫାଲ୍ଗୁନୀ ନକ୍ଷତ୍ର ଅନ୍ଯମାନଙ୍କ ପାଇଁ ନିଜେ ହଇରାଣରେ ପଡ଼ିପାରନ୍ତି। ପ୍ରଶାସନିକ ସ୍ତରରେ ସହଯୋଗ ଅଭାବରୁ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ। ଅଭାବ କାରଣରୁ ଓ ପରୋକ୍ଷ ଶତ୍ରୁତାରୁ ମନ ଅବସ୍ଥା ଠିକ୍ ରହି ନ ପାରେ । |
![](https://www.odiaweb.in/wp-content/uploads/2018/12/kanya-rashi.png) | ଆଜି ହଠାତ୍ ବିଳାସ ଉପକରଣ କିଣିବା ସକାଶେ ଘରୁ ବରାଦ ପାଇପାରନ୍ତି । ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ମନୋଭାବ ବଦଳିଯିବା କାରଣରୁ ପ୍ରିୟ ବନ୍ଧୁଟି ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ମଧ୍ଯ ପାଖ ମାଡ଼ିବେ ନାହିଁ। ଚିତ୍ରା ନକ୍ଷତ୍ରର ବ୍ୟବସାୟରେ ଲାଭ ଅପେକ୍ଷା କ୍ଷତି ଅଧିକ ହୋଇପାରେ । |
![](https://www.odiaweb.in/wp-content/uploads/2018/12/tula-rashi.png) | କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହେବ। ତଥାପି କେତେକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ପରିବାରରେ କାହାର ସ୍ଵାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ। ସ୍ବାତୀ ନକ୍ଷତ୍ରର ପଡ଼ୋଶୀମାନେ ସ୍ବାର୍ଥସାଧାନ ମାନସରେ କର୍ଥଁଳିଆ କଥା କହିପାରନ୍ତି। |
![](https://www.odiaweb.in/wp-content/uploads/2018/12/bicha-rashi.png) | ଆଜି ଅନୁରାଧା ନକ୍ଷତ୍ର ସକାଶେ ସକାଳୁଆ ଯାତ୍ରା ମନକୁ ଆହ୍ଲାଦିତ କରିବ। ସାଙ୍ଗସାଥୀଙ୍କ ସହ କିଛି ନୂଆ ସ୍ଥାନକୁ ପରିଦର୍ଶନରେ ଯାଇପାରନ୍ତି । ଅନ୍ୟମନସ୍କ କାରଣରୁ କିମ୍ବା ଅସାବଧାନତା ହେତୁ ଟଙ୍କା ପଇସା ହଜିଯାଇପାରେ । କଳା, କ୍ରୀଡ଼ା, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। |
![](https://www.odiaweb.in/wp-content/uploads/2018/12/dhanu-rashi.png) | ଆଜିର ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ, କିନ୍ତୁ ଏଥିପାଇଁ ଟଣା ଓଟରା ଲାଗିବ। ବିବାଦୀୟ ଘଟଣାରେ, ପରିବହନରେ, ବ୍ୟବସାୟରେ, ଶତୁଠାରୁ ଦୂରେଇ ରୁହନ୍ତୁ। ଭତ୍ତରାଷାଢ଼ା ନକ୍ଷତ୍ରର ପରିବାରରେ ପ୍ରିୟ କଥା କହି ସମସ୍ୟାକୁ ସ୍ମୁଧାରିନେବେ । |
![](https://www.odiaweb.in/wp-content/uploads/2018/12/makar-rashi.png) | ବନ୍ଧୁ କିମ୍ବା ହିତୈଷୀଙ୍କ ଦର୍ଶନ ପାଇଁ ମନ ଛଟପଟ ହୋଇପାରେ । ଶିଳ୍ପ ବାଣିଜ୍ୟ କ୍ଷେତ୍ରରେ, ପରିବହନରେ ଏବଂ ଚେଷ୍ଟା କରୁଥିବା କାମରେ ସମସ୍ୟା ସମାଧାନ ହୋଇଯିବ। ଭଲ କଥା କହିଲେ ମଧ୍ଯ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାରକରିବେ। ଶ୍ରବଣା ନକ୍ଷତ୍ର ଭୁଲ୍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। |
![](https://www.odiaweb.in/wp-content/uploads/2018/12/kumbha-rashi.png) | ଆଜିର କାମ ଅନ୍ୟମାନଙ୍କ ସକାଶେ ଯେତିକି ସହଜ ହୋଇପାରୁଛି ଆପଣଙ୍କ ପାଇଁ ସେପରି ନ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ପାରିବାରିକ ବିବାଦରେ ନୀରବ ରହିବାକୁ ବାଧ୍ୟ ହେବେ । ଶତଭିଷା ନକ୍ଷତ୍ର କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି। |
![](https://www.odiaweb.in/wp-content/uploads/2018/12/mina-rashi.png) | ଉତ୍ତରଭାଦ୍ରପଦ ନକ୍ଷତ୍ର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ବାରା ସ୍ଥଗିତ କାମ ହାସଲ କରିବେ। ଅସୁବିଧା ନ ହେଲେ ମଧ୍ୟ କେତେକ କ୍ଷେତ୍ରରେ ବୃଥା ଆଶଙ୍କା କରି ମନ ଅସ୍ଥିର ରହିବ। ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କଟୁ କଥା କହିବାକୁ ପଛାଇବେ ନାହିଁ। ବନ୍ଧୁମିଳନ, ଦେବଦର୍ଶନ, ସତ୍ସଙ୍ଗ, ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ। |