ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍ କରିପାରେ। ବିଭିନ୍ନ ଦିଗରୁ ଅର୍ଥାଗମ ହେବ। ସରକାରୀ ସ୍ତରରୁଲାଭ ଉଠାଇପାରନ୍ତି। ଅଶାନ୍ତି ଦୂର ହେବ। ସୁସ୍ଥ ଓ ନିରାମୟ ରହିବେ। | |
କାୟମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି। ଶ୍ରମ ଓ ନିଷ୍ଠା ଆପଣଙ୍କୁ ମହାନ୍ କରିପାରେ। ଆର୍ଥିକ ସ୍ତିତିରେ ସ୍ବଚ୍ଛଳତା ଦେଖାଦେବ। ସତ୍ସଙ୍ଗୀ ହେବେ। ଆଳସ୍ୟ ପରାୟଣ ହେବେ। | |
ଭଲ ଆୟ ହେବ। ସରକାରୀ ବା ବନ୍ଧୁସତ୍ରୂରୁଲାଭବାନ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ମହତ୍ ହେବ। ସ୍ୱାଦ ପାଇଁ ନୁହେଁ, ସ୍ଚାସ୍ଥ୍ୟପ୍ରଦ ଆହାର ମିଳିବ। | |
ସାଧନାର ସ୍ୱର୍ଣ୍ଣମ ସୂତ୍ର ଏକାନ୍ତବାସକୁ ଆଦରି ନେଇପାରନ୍ତି। ଅତି ଯଥା ବିତର୍କରୁ ଓହରିଯାଇ ନିରବ ଦର୍ଶକ ସାଜିପାରନ୍ତି। ଭାଷା ଓ ବ୍ୟବହାର ମଧୁର ହେଲେ ବି ସମ୍ମାନ ପାଇଁ ବ୍ୟୟ ବୃଦ୍ଧିହେବ। | |
ଧର୍ମୀୟ କାର୍ଯ୍ୟରେ ମନ, ଶରୀର ଓ ସହଜାତ ପ୍ରବୃତ୍ତିକୁ ସମର୍ପଣ କରିପାରନ୍ତି। ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। ସରକାରୀ ସୂତ୍ରରୁ ଅର୍ଥ, ସମ୍ମାନ ମିଳିବ। | |
ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହେବେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିପାରନ୍ତି। ଦୀନ, ଦରିଦ୍ରଙ୍କ ଉପରେ ଦୟାର୍ଦ୍ରଚିତ୍ତ ହେବେ। | |
କଳ, ବଳ, କୌଶଳ ପ୍ରୟୋଗକରି କ୍ଷମତାଧାରୀ ହେବେ। ତା’ର ଉପଯୁକ୍ତ ବିନିଯୋଗକରି ଜନସାଧାରଣଙ୍କର ଆଦରର ପାତ୍ର ହେବେ। ସତ୍ସଙ୍ଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। | |
ଶ୍ରଦ୍ଧା ଓ ବିଶ୍ୱାସର ରଜୁରେ ଅନୁବନ୍ଧିତ ହୋଇପାରନ୍ତି।ସାମାନ୍ୟ ଅସୁସ୍ଥତା ଅନୁଭବ କରିଥିଲେ ବି କର୍ମତତ୍ପର ରହିବେ। କୃପାନିଧାନଙ୍କ କୃପାପାତ୍ର ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ। | |
ଜୀବନାଦର୍ଶକୁ ସମ୍ବର୍ଦ୍ଧିତ ଓ ଶୃଙ୍ଖଳିତ କରିପାରନ୍ତି। ଆଜି ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। କାର୍ଯ୍ୟରେ ସଫଳତା ମିଳିବ। ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। | |
ସଦଗୁଣସମ୍ପନ୍ନ ହେବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ। ଅହଂଭାବକୁ ବିସର୍ଜିତ କରିପାରିବେ। | |
ଭାଷାକୁ ନମନୀୟ ଓ କମନୀୟ କରି ପାଠକଙ୍କର ନମସ୍ୟ ହୋଇପାରନ୍ତି। ମନରେ ଲଗାମ ଦେଇ ସମର୍ପିତ ଜୀବନଯାପନ କରିବେ। ବିଭିନ୍ନ ଦିଗରୁ ଅର୍ଥାଗମ ହେବ। ପାରିବାରିକ ସୁଖ ମିଳିବ। | |
ପରିଶ୍ରମ କଠିନ ହୋଇପାରେ; ମାତ୍ର ତା’ର ମୂଲ୍ୟାଙ୍କନ ହେବ। ଦୃଢ଼ ଭକ୍ତି ଆଚରଣ କରିପାରନ୍ତି। ଧର୍ମଧ୍ୱଜାଧାରୀ ହେବେ। ଯାନବାହନ ସୁଖ ମିଳିବ। ନିଷ୍ଠାପର ଭାବେ କାର୍ଯ୍ୟକରି ପ୍ରଶଂସାର ପାତ୍ର ହେବେ। |