| ଆଜି ଅଷ୍ଟମ ଚନ୍ଦ୍ରଜନିତ ଦୈହିକ ଓ ମାନସିକ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ରଣ ପରିଶୋଧ ଓ” ସାଙ୍ଗକୁ ପୂର୍ବଶତ୍ରୁତା ଦୁଶ୍ଚିନ୍ତା ବୃଦ୍ଧି କରିବ । ଅବଶ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲାଭବାନ୍ ହେବେ। ଅଟକି ରହିଥିବା କାମକୁ ପୂରା ଦମ୍ରେ କରିବା ପାଇଁ ନିଷ୍ପତି ନେଇପାରନ୍ତି । |
| ଶନି ଓ ରାହୁଙ୍କ ପ୍ରଭାବରୁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ଚାପର ସମ୍ମୁଖୀନ ହେବାକୁ ପଡ଼ିବ। ପାରିବାରିକ କ୍ଷେତ୍ରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବଢ଼ିଯିବ। ରାଜନୀତି ଓ କ୍ରୀଡ଼ା ତଥା ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହେବ। |
| କୌଣସି ହୃଦୟବାନ୍ ବ୍ୟକ୍ତିଙ୍କ ସହାୟତାରୁ କାର୍ଯ୍ୟସିଦ୍ଧି ହେତୁ ମନ ପ୍ରଫୁଲ୍ଲ ରହିବ। ନୂତନା ଯାନବାହନ, ଗୃହ ଓ ଜମିଜମା, ପରିବହନ କ୍ଷେତ୍ରରେ ଉନ୍ନତି କରିବେ। ସ୍ଥିର ମନରେ କାମ କରନ୍ତୁ, ଦେଖୁବେ ସବୁକିଛିର ସମାଧାନ ଆପଣାଛାଏଁ ହୋଇଯିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ଅସହଯୋଗ କରିପାରନ୍ତି। |
| କର୍ମକ୍ଷେତ୍ରରେ ଅନ୍ୟମନସ୍କ ରହିବା କାରଣରୁ ବିଭିନ୍ନ ପ୍ରକାର ସମସ୍ୟାକୁ ଡାକି ଆଣିପାରନ୍ତି। ଶିଳ୍ପ, ବାଣିଜ୍ୟ, ରାଜନୀତି, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ପୂଷ୍ୟା ସଫଳତା ହାସଲ କରିବେ। ଆଇନ ଅଦାଲତ କ୍ଷେତ୍ରରେ ଟେନ୍ସନ ଦୂରେଇଯିବ। ବିଶେଷ ଭ୍ରମଣ ଓ କଠିନ ଶ୍ରମଜନିତ ସାମୟିକ ଅସୁସ୍ଥତା ଅନୁଭବ କରିବେ। |
| ରାଶିରେ ବୁଧଙ୍କ ପ୍ରଭାବଜନିତ କାର୍ଯ୍ୟସିଦ୍ଧି ଓ ଆର୍ଥିକ ସାହାଯ୍ୟ ପାଇପାରିବେ | ବନ୍ଧୁଙ୍କ ପରାମର୍ଶକ୍ରମେ କୌଣସି ନୂତନ କାମର ଯୋଜନା କରିପାରନ୍ତି ସହକର୍ମୀଙ୍କ ସହ ଆଲୋଚନା, ଖେଳ, ମଉଜ ˆ ମଜଲିସ୍ରେ ସମୟ କଟାଇବେ। ପରିବାର ଭିତରେ ସବୁକଥାକୁ ସନ୍ଦେହ କଲେ କ୍ଷତିରେ ପଡ଼ିବେ। |
| ବଳବାନ୍ ରାଶ୍ୟାଧିପ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଦକ୍ଷତା ପ୍ରଦାନ କରି ଗୌରବ ବିମଣ୍ଡିତ କରିବେ । ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ । ଆକସ୍ମିକ ଭାବେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବା ସହିତ ଅର୍ଥ ସମ୍ପର୍କିତ ସମସ୍ୟା ସୁଧାରିନେବେ। |
| ରାହୁ ଓ କେତୁଙ୍କ କୁପ୍ରଭାବରୁ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉଙ୍କିମାରିବ କିନ୍ତୁ ପୂର୍ଣ୍ଣାଙ୍ଗ ହେବନାହିଁ। ତଥାପି କୌଣସି ନୂତନ କର୍ମାରମ୍ଭ କରିବେ ଏଥିରେ ସହଯୋଗ ଅବଶ୍ୟ ମିଳିବ। ପରିବାରର ଆବଶ୍ୟକତା ଅନୁଯାୟୀ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି। – ବ୍ୟୟଭାର କ୍ରମଶଃ କମିଆସିବ ଓ ଏ ଦିଗରେ ବନ୍ଧୁ ସାହାଯ୍ୟ କରିପାରନ୍ତି। |
| ¬ ପାପଗ୍ରହମାନଙ୍କ ପ୍ରଭାବରେ ବିଭିନ୍ନ ପ୍ରକାର କାମରେ ବ୍ୟସ୍ତ ରହୁଥିବା ଯୋଗୁ ମାନସିକ ସ୍ଥିରତା ରହିବ ନାହିଁ। ବାକିଥୁଵବା ଟଙ୍କା ପଇସାକୁ ନେଇ ଵିତର୍କର ସମ୍ମୁଖୀନ ହେବାକୁ ପଡ଼ିପାରେ | ଘରୋଇ ବରାଦ ଅନୁଯାୟୀ କିଛି ମନୋରଞ୍ଜନ ଜିନିଷ କ୍ରୟ କରିବେ। ପାରିବାରିକ ସମସ୍ୟା ସମାଧାନରେ ସଫଳ ହେବେ। |
| ଆପଣଙ୍କ କାର୍ଯ୍ୟଦକ୍ଷତା, କଳା କୁଶଳତା ଓ ବନ୍ଧୁବସଳତା ମାନସିକ ସ୍ଥିରତା ପାଇଁ ଖୋରାକ ଯୋଗାଇବ । କିନ୍ତୁ ବ୍ୟବସାୟ କ୍ରମଶଃ ସମସ୍ୟା ବହୁଳ ହେବାରୁ ଚିନ୍ତିତ ରହିପାରନ୍ତି ଭ୍ରମଣ, ସଙ୍ଗଠନ, ରାଜନୀତି ଓ ପ୍ରଶାସନ ପାଇଁ ଦିନଟି ବହୁତ: ଭଲ। କର୍ମକ୍ଷେତ୍ରରେ ଉପଯୁକ୍ତ ଭାବେ ସମ୍ମାନିତ ହୋଇପାରନ୍ତି । |
| ଗୁରୁଚଣ୍ଡାଳ ଯୋଗ ପ୍ରଭାବରେ କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡ଼ିବ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ । ପାରିବାରିକ ସମସ୍ୟାର ସରଳ ସମାଧାନ ଦିଗରେ ଆତ୍ମୀୟଙ୍କ ଭୂମିକା ଅବିସ୍ମରଣୀୟ ରହିବ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ ଅବଶ୍ୟ ଲକ୍ଷ୍ୟ ପୂରଣ ହେବ। |
| ଶୁକ୍ରଙ୍କ ସୁପ୍ରଭାବରେ ନୂତନ ବନ୍ଧୁପ୍ରସ୍ତାବ ସ୍ଥିରୀକୃତ ହେବା କାରଣରୁ ମନ ଖୁସି ହୋଇଯିବ। କଳା, ସାହିତ୍ୟ, ଚଳଚ୍ଚିତ୍ରରେ ଉନ୍ନତି କରିବେ ଓ ପ୍ରଶଂସିତ ମଧ୍ଯ ହେବେ। ଆଜିର ଯାତ୍ରାରେ ଯାନ୍ତ୍ରିକ ତୁଟି ସମସ୍ୟାକୁ ଦ୍ବିଗୁଣିତ କରିପାରେ । ଗତକାଲିର ଯୋଜନା ମୁତାବକ କାର୍ଯ୍ୟରେ ସଫଳତା ପାଇବେ । |
| କୌଣସି ସିଦ୍ଧାନ୍ତ ଗ୍ରହଣ ନ କରି ପରିସ୍ଥିତିକୁ ଲକ୍ଷ୍ୟକରି କାମକଲେ ଭଲ ହେବ। ଆଜିର କର୍ମ କ୍ଷେତ୍ରରେ ସହକର୍ମୀମାନଙ୍କ ସହ ଯୁକ୍ତି ତର୍କଠାରୁ ଦୂରେଇ ରହିବା ଭଲ । ପାଖ ପଡ଼ୋଶୀଙ୍କ ସହାୟତାରୁ ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମି ଯାଇପାରେ । ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। |