 | କର୍ମକ୍ଷେତ୍ରରେ କୌଣସି ବିଜାତୀୟ ବ୍ୟକ୍ତି ସମସ୍ୟା ସୃଷ୍ଟିରେ ସହାୟକ ହେବେ । ବିବାଦୀୟ ପରିସ୍ଥିତିରେ ଜଣେ ଗୌରବର୍ଣ୍ଣ ବ୍ୟକ୍ତି ସାହାଯ୍ୟ କରିବେ। ଆଧ୍ଯାତ୍ମିକ ଭାବଧାରାରେ ଉଦ୍ବୁଦ୍ଧ ହୋଇପାରନ୍ତି । ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ। |
 | କୌଣସି ଅଭାବ ନ ଥାଇ ମଧ୍ଯ ମନଟା ଭଲ ଲାଗିବ ନାହିଁ। ସାମାଜିକ ସ୍ତରରେ ସଭା ସମିତିରେ ପ୍ରଶଂସିତ ହେବେ। ମନର ଦୁଃଖକୁ ଲୁଚାଇ ରଖି ହସି ହସି କଥା କହିବେ। ଆଜିହିଁ ଶେଷ କରିବାକୁ ଭାବୁଥ୍ବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ବ୍ୟବସାୟ, ବାଣିଜ୍ୟ, ଶିଳୁ ଓ ଏଜେନ୍ଶିପରୁ ଖୁସି ରହିବେ | |
 | . ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି, ସେଥିରେ ବିଳମ୍ବରେ ସଫଳତା ପାଇବେ। ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି । ମିଠା କଥା କହି ବନ୍ଧୁଙ୍କ ମନରେ ବିଶ୍ବାସ ଜନ୍ମାଇବାରେ ସମର୍ଥ ହେବେ। ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ। |
 | ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମ ସବୁ ଠିକ୍ ଠିକ୍ ହୋଇଯିବ। ତଥାପି ଯେତେ ଭଲ କାମ କଲେ ମଧ୍ଯ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। |
 | ଗଠନମୂଳକ କାର୍ଯ୍ୟରେ ନେତୃତ୍ବ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି, ବାସ୍ତବରେ ସେପରି କିଛି ହେବନି । ମଘା ନକ୍ଷତ୍ରର ଅତୀତର ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ସତ୍ସଙ୍ଗ ସାଙ୍ଗକୁ ଧର୍ମ ଚର୍ଜା ପ୍ରତି ମନ ବଳିପାରେ । |
 | ଆକସ୍ମିକ ବନ୍ଧୁମିଳନ ଓ ଆନୁଷ୍ପାନିକ କାମରୁ ଖୁସି ରହିବେ। ଠିକଣା ଜାଗାରେ ପ୍ରିୟ ଲୋକଟିକୁ ନ ପାଇ ବ୍ୟସ୍ତ ହୋଇ ପଡିବେ। କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିବେ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଆର୍ଥିକ ଅନଟନ ହେତୁ ବିଭିନ୍ନ ପ୍ରକାରର ଯୋଜନା କରିବେ। |
 | ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳା ପାଇବେ। ପରିସ୍ଥିତିକୁ ଲକ୍ଷ୍ୟ କରି ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ। ସଭାସମିତିରେ ଯୋଗ ଦେଇ ଲାଭବାନ୍ ହେବେ। ˆ ଦୈହିକ ଦୂର୍ବଳତା ଯୋଗୁ ମନୋବଳ କମି ଯାଇପାରେ । |
 | ଘଟଣାଗୁଡ଼ିକୁ ଅସ୍ଵାଭାବିକ ଭାବେ ଚିନ୍ତା କରିବେ। ଦୁର୍ଭାବନା ବଢ଼ିଚାଲିବ ଓ ଅନ୍ୟମାନଙ୍କୁ ସହଜରେ ବିଶ୍ବାସ କରି ପାରିବେ ନାହିଁ। ବନ୍ଧୁମାନଙ୍କ ସାହାଯ୍ୟରୁ ବିବଦମାନ ସ୍ଥିତିରୁ ସହସା ମୁକ୍ତି ମିଳିବ। ନୀଚ ବ୍ୟକ୍ତି ଦ୍ବାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି । |
 | ଅସାବଧାନତା କାରଣଣୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିବେ। ଆଲୋଚନା କାଳରେ ନ୍ୟାୟୋଚିତ ପରାମର୍ଶ ଏବଂ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଦେହ ଭଲ ରହିଲେ ମଧ୍ଯ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇବେ। ପାରିବାରିକ ଦ୍ବନ୍ଦର ଅବସାନ ଘଟିବ। |
 | ଚେଷ୍ଟା କରୁଥିବା କାମରେ ପ୍ରତି ବନ୍ଧକ ସୃଷ୍ଟି ହୋଇପାରେ। ଅଫିସ୍ କାମରେ ଛୋଟ ଘଟଣା ପ୍ରତି ଗୁରୁତ୍ବ ଦିଅନ୍ତୁ ନାହିଁ। ଭୁଲ୍ ବୁଝାମଣାରୁ ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିଲ୍ଫତା ଦେଖାଦେଇପାରେ । ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ। |
 | ଛୋଟ ଛୋଟ କାମ ହାତକୁ ନେଲେ ଦ୍ବନ୍ଦରେ ତ ପଡ଼ିପାରନ୍ତି। ଦେହ ଭଲ ରହିଲେ ମଧ୍ଯ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇବେ। ବିବାଦୀୟ ସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । |
 | ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ । ଟେନ୍ସନ୍ କମିଯିବ ଓ ସହଯୋଗ ଭିଭିରେ କାମ କଲେ ଉପକାର ପାଇବେ। ନିରୁଦିଷ୍ଟ ବ୍ୟକ୍ତିଙ୍କ ଖୋଜ ଖବର ପାଇପାରନ୍ତି। ବିଭିନ୍ନ ପ୍ରକାରର ଭୋଗ ବିଳାସରେ ବାଧାବିଘ୍ନ ଘଟିପାରେ । ଯେଉଁଥ୍ପାଇଁ ଆଶଙ୍କା କରୁଛନ୍ତି, ସେଥ୍ବରେ କିଛି ହେବ ନାହିଁ| |
For daily odia rashiphala visit our website daily in the morning. This is compiled from a trusted source.
Comments
comments