| ଆଜିର ମନ ଚାହୁଁଥିବା ଜିନିଷ ଲାଭ କରିବା ଆଶା ଅପୂରଣ ରହିବ ନାହିଁ। ବ୍ୟବସାୟ, ସଭାସମିତି, ଯାତ୍ରା ଓ ବନ୍ଧୁମିଳନ କ୍ଷେତ୍ରରେ ସମୟ କଟାଇବେ। ଅଫିସ୍ରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ଦେଖାଦେଇପାରେ । ଆଲୋଚନା, ସତ୍ସଙ୍ଗ, ଆନୁଷ୍ଠାନିକ କାମ ତଥା ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ବନ୍ଦ୍ଵ ଦୂର ହେବ । |
| ଶାରୀରିକ ଦୁର୍ବଳତା ଯୋଗୁ କୌଣସି କାମ କରିବାକୁ ଆଗ୍ରହ ଲାଗିବନାହିଁ। ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବାର ଆଶା ରହିଛି। ଆଜିର କର୍ମକ୍ଷେତ୍ରରେ ସମ୍ମାନ୍ନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ। |
| ଆଜି ବନ୍ଧୁଙ୍କ ସାହାଯ୍ୟରୁ ମାନସିକ ଦ୍ବନ୍ଦ୍ବର ଅବସାନା ଘଟିବ। ସାମାଜିକ ସ୍ତରରେ ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭକରି ଖୁସୀ ରହିବେ । ଫେରନ୍ତା ବାଟରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମକରି ଅନୂତପ୍ତ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ । |
| ବନ୍ଧୁ ଗହଣରେ ଭାବପ୍ରବଣବଶତଃ ବିରକ୍ତିକର କଥା କହି ଅପଦସ୍ଥ ହେବେ। ପରକଥାରେ ପ୍ରଭାବିତ ହୋଇ ଭୁଲ୍ ମାର୍ଗ ଅନୁସରଣ କରିପାରନ୍ତି। ସହକର୍ମୀଙ୍କ ପରାମର୍ଶରେ ଜମିଜମା କାରବାର ବୃଦ୍ଧି ପାଇଁ ଚେଷ୍ଟିତ ହେବେ। ସତ୍ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। |
| କର୍ମଜଞ୍ଜାଳ ବୃଦ୍ଧିଜନିତ ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବନାହିଁ | ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ମାଲିମକଦ୍ଦମା କିମ୍ବା ବିବାଦୀୟ ଘଟଣାରେ ବିଜୟୀ ହେବେ । ବ୍ୟବସାୟରେ ସନ୍ତୋଷଜନକ ଫଳ ଦେଖାଦେଇପାରେ । |
| ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ଅବଶ୍ୟମ୍ଭାବୀ । ସାମାଜିକ ଜୀବନରେ ଅନ୍ୟାୟ ବିରୋଧରେ ସ୍ବର ଉଠାଇ ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି। ଆକସ୍ମିକ ଭାବେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ। ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । |
| ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ ଓ ସଫଳତା ମଧ୍ଯ ପାଇବେ। ବନ୍ଧୁମାନଙ୍କ ସହ ହସସୁସି ଓ ବିଳାସ ବ୍ୟସନରେ ସମୟ ଅତିବାହିତ ହେବା ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରିବେ। ପୁରାଣ ପଠନ, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। |
| ଆଳସ୍ୟ ଓ ଅବହେଳା କାରଣରୁ ଗୁରୁତ୍ବପୂର୍ଣ୍ଣ କାମ ଗୁଡ଼ିକ ଅଟକି ରହିଯିବ। ଦୀର୍ଘ ସମୟର କାର୍ଯ୍ୟବ୍ୟସ୍ତତା ହେତୁ ଶାରୀରିକ କ୍ଳାନ୍ତି ଅନୁଭବ କରିବେ। ପାରିବାରିକ ଜୀବନରେ ସହନଶୀଳତା ଗୁଣର ଅଭାବ ଅଶାନ୍ତିର କାରଣ ହେବ। ଗବେଷଣା, ରଚନାତ୍ମକ କାମ, ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। |
| ଆଜିର ପ୍ରତ୍ୟୁଷ ଯାତ୍ରାରେ ହାତରୁ ପଇସା ଖର୍ଚ୍ଚକରି ବନ୍ଧୁଙ୍କୁ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । କୌଣସି ବନ୍ଧୁଙ୍କ ଦ୍ବାରା ପ୍ରତାରିତ ହେବାର ବହୂତ ସମ୍ଭାବନା ରହିଛି। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟାକରି କେତେକାଂଶରେ ଉପକୃତ ହେବେ । |
| କର୍ମକ୍ଷେତ୍ରରେ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବ। ସାୟାହ୍ନେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଆଜି ଫେରନ୍ତା ବାଟରେ ଅସାବଧାନତାବଶତଃ ଦବ୍ର୍ୟ ନଷ୍ଟହେବାର ଆଶଙ୍କା ରହିଛି। ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ଯସ୍ଥତା ଭଲ କାମ ଦେବ ଓ ମାମଲା ଫଇସଲା ହୋଇଯିବ | |
| ଆଜି ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବ। ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି, ମାତ୍ର ଜଣେ ବନ୍ଧୁଙ୍କ ସାହାଯ୍ୟକୁ ଭୁଲିପାରିବେ ନାହିଁ। ଘର ସାଜସଜ୍ଜା, ନିର୍ମାଣ, ଆନୁଷ୍ଠାନିକ କାମ, ନୃତ୍ୟ ଓ ସଙ୍ଗୀତରେ ମଜ ରହିପାରନ୍ତି। ଆର୍ଥକ ଦିଗଟି ଭଲ ରହିବାରୁ ଜନହିତକର କାମ ପାଇଁ ଚିନ୍ତା କରିବେ। |
| ଆଜି ହଠାତ୍ ପ୍ରତ୍ୟୁଷରେ ଯାତ୍ରାକରି ଆଶା କରୁଥିବା ଜିନିଷ ଲାଭ କରିପାରନ୍ତି ପାରିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟିହେବାର ସମ୍ଭାବନା ରହିଛି। ପରୋକ୍ଷ ଶତ୍ରୁତା କାରଣରୁ ଯେତେ ଭଲ କାମ କଲେ ମଧ୍ଯ କମକ୍ଷେତ୍ରରେ ସମାଲୋଚିତ ହେବେ। ଶିଳ୍ପ, ବାଣିଜ୍ୟ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ । |