 | ପାରିବାରିକ ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ନିର୍ମାଣାଧୀନ କାମରେ, ଯୋଗାଯୋଗ, ବ୍ୟବସାୟିକ, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ପ୍ରତିବନ୍ଧକ ଦୂର ହେବ। ପୁରୁଣା ଦିନର ରାଗ ଶୁଝଇବାକୁ ଯାଇ ନିକଟ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ଆବଶ୍ୟକତା ପୂରଣ ସକାଶେ କରଜ କରିପାରନ୍ତି। |
 | ଆଜି ଦିନଟିରେ ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ସମସ୍ୟା ଲାଗି ରହିବ। ଅବଶ୍ୟ ଶିଳ୍ପ, ବାଣିଜ୍ୟ,ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ମନର ବଳ ଖୁବ୍ ଟାଣ ରହିବ ଓ ଅଟକି ରହିଥୁବା କାମକୁ ଶେଷ କରିପାରିବେ। ଅର୍ଥ ସାହାଯ୍ୟ ଲାଭକରି ଅଟକି ଯାଉଥବା କାମକୁ ଅଗ୍ରଗାମୀ କରାଇବାରେ ସାହାଯ୍ୟ କରିବ। |
 | ସମସ୍ୟା ଲାଗି ରହିଥିଲେ ମଧ୍ଯ କାମଗୁଡ଼ିକୁ ସମ୍ପନ୍ନ କରିବେ। ବିବାଦୀୟ ପରିସ୍ଥିତିରେ ମଧ୍ଯସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ୍ ଦେବାକୁ ପଡ଼ିପାରେ । ବ୍ୟବସାୟରେ ସମସ୍ୟା ବଡ଼ ଆକାର ଧାରଣ କରିବାର ସମ୍ଭାବନା ରହିଛି। ସ୍ଵାସ୍ଥ୍ୟଗତ ସମସ୍ୟା ସମାଧାନ ସକାଶେ ଅନ୍ୟର ପରାମର୍ଶକୁ ଗ୍ରହଣ କରିବାକୁ ଶ୍ରେୟସ୍କର ମନେକରିବେ। |
 | ଅନ୍ୟଦ୍ବାରା ପ୍ରଭାବିତ ହୋଇ କୌଣସି କାମ କରିବା ଦ୍ବାରା ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ । ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପାରିବାରିକ କଳହକୁ କେନ୍ଦ୍ରକରି ଭାବପ୍ରବଣତା ବୃଦ୍ଧି ପାଇବ। ବ୍ୟବସାୟ କ୍ଷେତ୍ରରେ, ପରିବହନରେ କିମ୍ବା ମାଲିମକଦ୍ଦମାରେ ସଫଳତା ପାଇବେ। |
 | ଆଜି ପୂର୍ବ ନିର୍ଵାରିତ କାମ ସମ୍ପନ୍ନ କରିବାରେ ଅସୁବିଧା ହେବ ନାହିଁ| କର୍ମକ୍ଷେତ୍ରରେ ସହକର୍ମୀଙ୍କ ମଧ୍ଯରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ । ଆର୍ଥିକ ଅନଟନକୁ ଦୂରେଇବାରେ ପଡ଼ୋଶୀଙ୍କ ଅବଦାନ ଅବିସ୍ମରଣୀୟ ରହିବ। ହୋଟେଲ ଶିଳ୍ପ ଲୌହ, ଷ୍ଟେସନାରୀ ବ୍ୟବସାୟରେ ଲାଭବାନ୍ ହେବେ। |
 | ମନରେ ଧୈର୍ଯ୍ୟ ଓ ସାହସ ଭରପୂର ରହିଥିବା କାରଣରୁ ଆଜି କୌଣସି ସମସ୍ୟା ଆପଣଙ୍କୁ ଵିଚଳିତ କରିପାରିବ ନାହିଁ । କଳା, ସାହିତ୍ଯ, ସାମ୍ବାଦିକତା ଓ ସଭା ସମିତିରେ ସମସ୍ୟା ସମାଧାନ ସକାଶେ ସମର୍ଥ ହେବେ। କିଛି ଶୁଭ ଖବର ପାଇ ମନରେ ଲୁଚିଥିବା ଦୁଃଖ ଓ ନୈରାଶ୍ୟକୁ ପାସୋରି ଦେଇପାରନ୍ତି । |
 | ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯନ୍ନ କଲେ ନିଶ୍ଚିତ ସଫଳତା ଅର୍ଜନ କରିବେ। ଶିଳ୍ପ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ଝଟକା ଲାଗିପାରେ | କେତେକ କ୍ଷେତ୍ରରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି । ପରିବାରରେ ମତପାର୍ଥକ୍ୟଜନିତ ଅଶାନ୍ତି ଦେଖା ଦେଇପାରେ । |
 | କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ଯାତ୍ରା କାଳରେ କୌଣସି ଦରକାରୀ ଜିନିଷ ଘରେ ଛାଡ଼ି ଦେଇପାରନ୍ତି। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ଦେଖାସାକ୍ଷାତରୁ ଉପକୃତ ହେବେ। |
 | ପାରିବାରିକ ସମସ୍ୟାରେ ମନ ଭାରାକ୍ରାନ୍ତ ହେତୁ ମନୋବଳ ହ୍ରାସ ପାଇବ। ଶିଳ୍ପ, ବାଣିଜ୍ୟ ତଥା ପରିବହନ କ୍ଷେତ୍ରର ସ୍ଥଗିତ କାମକୁ ପୂରା କରିବେ । ରଚନାତ୍ମକ କାର୍ଯ୍ୟ, ଆଲୋଚନା, ଲେଖାପଢ଼ା କ୍ଷେତ୍ରରୁ ଶୁଭଫଳ ପାଇବେ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ବାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । |
 | ବନ୍ଧୁଙ୍କ ପରାମର୍ଶ କ୍ରମେ କୌଣସି ‘ ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିପାରନ୍ତି। ବିବାଦୀୟ ଘଟଣା ଅମୀମାଂସିତ ରହିବା କାରଣରୁ ମାନସିକ ଯନ୍ତ୍ରଣା ପାଇବେ। ସହକର୍ମୀଙ୍କ ଆଗମନକୁ ଅପେକ୍ଷା କରିବା ହେତୁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ପରିବାର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । |
 | କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ, ଯଦ୍ଵାରାକି ବନ୍ଧୁବର୍ଗଙ୍କ ଦ୍ବାରା ପ୍ରଶଂସିତ ହେବେ । ପଡ଼ୋଶୀ ସହାନୁଭୂତି ପ୍ରଦର୍ଶନ କରିବେ। ପାରସ୍ପରିକ ସହାନୁଭୂତି ମାଧ୍ଯମରେ ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ। ଚେଷ୍ଟା କରିଥିବା କାମରେ, କଚେରି ମାମଲାରେ, ଜମିଜମା ବିବାଦରେ, ଉପକୃତ ହେବେ | |
 | ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇପାରେ । ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମ ସମ୍ପନ୍ନରେ ଅସୁବିଧା ହେବ ନାହିଁ । ପାରିବାରିକ ଜୀବନରେ ଅନାଦର ପାଇପାରନ୍ତି,ଫଳରେ ମାନସିକ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନାକୁ ଏଡି ହେବ ନାହିଁ। ଦୋକାନବାଡି, ନିର୍ମାଣ, ଯାତ୍ରା, ବିବାଦ, ସଭାସମିତି, ପ୍ରଭୃତିରୁ ଆଶ୍ବସ୍ତି ଲାଭ କରିବେ । |