 | ଆଜି ଶନିଙ୍କ ଗୃହରେ ଚନ୍ଦ୍ର ଥୁବାରୁ ଅତୀତ କଥାକୁ ନେଇ ଚିନ୍ତିତ ରହିବେ। କୌଣସି କାମ ପ୍ରତି ଉତ୍ସାହ ରହିବ ନାହିଁ। ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ। ବନ୍ଧୁଙ୍କଠାରୁ ସାହାଯ୍ୟ, ସହଯୋଗ ପାଇ ଖୁସି ହେବେ। ଆଜିର ସକାଳୁଆ ଯାତ୍ରାରେ ଅଭିଳଷିତ ଫଳ ପାଇବା ସାଙ୍ଗକୁ ଆଶଙ୍କା କରୁଥୁବା ଘଟଣା ସେମିତି କିଛି ହେବ ନାହିଁ। |
 | ନବମସ୍ଥ ଚନ୍ଦ୍ରଙ୍କ ଯୋଗୁ ଘର କଥା ବିଷୟରେ ଚିନ୍ତାକରିବେ। ବିଳମ୍ବ ହେଲେ ମଧ୍ଯ କାମଗୁଡ଼ିକ ଠିକ୍ ଭାବରେ ସମ୍ପନ୍ନ ହେବାରେ କୌଣସି ଅସୁବିଧା ରହିବ ନାହିଁ। କୌଣସି କାମରେ ଦୂରକୁ ପଠାଇବା ସକାଶେ ବନ୍ଧୁଙ୍କୁ ଅପେକ୍ଷାକରି ବିରକ୍ତି ପ୍ରକାଶ କରିପାରନ୍ତି ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂରହୋଇପାରେ | |
 | ଆର୍ଥିକ ଅନଟନଜନିତ କାମ ସ୍ଥଗିତ ରହିଯିବା ଭଳି ପରିସ୍ଥିତି ଆଜିର ମୁଖ୍ୟ ସମସ୍ୟା ହେବ। ସମ୍ପର୍କୀୟଙ୍କ ପାଇଁ ଭଲକାମ କରିବାକୁ ଯାଇ ଅପଦସ୍ଥହେବାକୁ ପଡ଼ିପାରେ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ଓ ପ୍ରିୟବନ୍ଧୁମାନଙ୍କ ସହାନୁଭୁତି ଅବଶ୍ୟ ପାଇବେ । ପାରିବାରିକ ତିକ୍ତତାକୁ ଆତ୍ମୀୟଙ୍କ ସହାୟତାରେ ସମାପ୍ତି କରିବେ । |
 | ଶୁକ୍ର ରାଶିରେ ରହି ଆଜି ଆପଣଙ୍କୁ ରୁଚିକର ଭୋଜନ, ନୂତନ ବସ୍ତ୍ରଭୂଷଣ ଓ ମଜା ମଉଜର ଅବସର ଜୁଟାଇ ପାରନ୍ତି। କିନ୍ତୁ ଅଶ୍ଳେଷା ନକ୍ଷତ୍ର ଖାଇବା, ପିଇବାରେ ଅବହେଳାକରି ନିଜର ସ୍ବାସ୍ଥ୍ୟ ପାଇଁ ନିଜେ ହିଁ ବାଧକ ସାଜିବେ। ଟଙ୍କା ପଇସାର ଅଭାବ ନ ଥିଲେ ମଧ୍ଯ ଖର୍ଚ୍ଚଚରିବାରେ ସାବଧାନ ହେବା ନିତାନ୍ତ ଆବଶ୍ୟକ | |
 | ଆଜି ହଠାତ୍ କୌଣସି ବନ୍ଧୁଙ୍କ ଜରୁରୀ ଡାକରା ପାଇ ଦୂରଯାତ୍ରା କରିବାକୁ ପଡ଼ିପାରେ। ବହୁ ଖର୍ଚ୍ଚାନ୍ତ ହୋଇ ମନମ୍ତାପ କଲେ ମଧ୍ଯ ନିଜକୁ ନିୟନ୍ତ୍ରଣରେ ରଖୁପାରିବେ। ପରିବାରରେ କାହାର ସ୍ଵାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁମ୍ପ୍ତା ବ୍ୟାହତ ହୋଇପାରେ । ପ୍ରଶାସନିକ ସ୍ତରରେ ପରିଚାଳନାଗତ ସମସ୍ୟା ବୃଦ୍ଧିପାଇବ । |
 | ମଙ୍ଗଳ ରାଶିରେ ଥିବାରୁ ବନ୍ଧୁ କଥା ରଖିବ ଯଥା ସମୟରେ ଆସିବେ। ଆବଶ୍ୟକ ଅର୍ଥ କିମ୍ବା ବାଚନିକ ସାହାଯ୍ୟ ସକାଶେ ସମ୍ପର୍କୀୟ ସହଯୋଗର ପ୍ରତିଶ୍ଣୁତି ଦେବେ । ଚିତ୍ରା ନକ୍ଷତ୍ର ସୁଯୋଗ ପାଇଲେ ମଧ୍ଯ ସଦ୍ବ୍ୟବହାର କରିବା କଷ୍ଟକର । ଭୁଲ୍ ବୁଝାମଣାରେ ତର୍କବିତର୍କ ବଢ଼ିବା କାରଣରୁ ଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ । |
 | ଆଜି ଅଭିଳାଷ ପୂରଣହେବା କାରଣରୁ ସମୟ ଆନନ୍ଦରେ କଟାଇବେ। କର୍ମକ୍ଷେତ୍ରରେ କିଛିନା କିଛି କାରଣକୁ ନେଇ ଟେନ୍ସନ ଲାଗିରହିବ। ନିଜ ପରିସରରେ ଶୁଣାକଥାକୁ ବିଶ୍ବଵାସକଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। କଳା, ସାହିତ୍ଯ, ସଙ୍ଗୀତ, ରାଜନୀତି, ସାମ୍ବାଦିକତା, ଆଇନ ଓ ଅଦାଲତରୁ ଶୁଭଫଳ ପାଇବେ | |
 | ଆଜିର ଚନ୍ଦ୍ର ରାଶି ପ୍ରତି ବିଶେଷ ଅନୁକୂଳ ନ ଥିବା ହେତୁ ସାଧାରଣ କଥାରେ ବିରକ୍ତି ହୁଅନ୍ତୁ ନାହିଁ। ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହେବେ। ସଙ୍ଗଠନ, ରାଜନୀତି, ସାମ୍ବାଦିକତା, ଅଧ୍ଯୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ। ସାହିତ୍ୟ, ସଙ୍ଗୀତ, ଚଳଚିତ୍ର, ଗବେଷଣା ଓ ଅନୂସନ୍ଧାନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। |
 | ପାରିବାରିକ ସ୍ଥିତିରେ ଉନ୍ନତି ହେବାର ଅନୁଭବକରି ଆଶ୍ଵସ୍ତି ଲଭିବେ। ମନ ଭଲ ନ ରହିଲେ ସୁଦ୍ଧା ବନ୍ଧୁଙ୍କ ଅନୁରୋଧ ରକ୍ଷାକରି ତାଙ୍କ ସାଙ୍ଗରେ ଯିବାକୁ ବାଧ୍ଯ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ସଭାସମିତିରେ ଗଠନମୂଳକ ପ୍ରସ୍ଥାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । |
 | ଆଜି ଯାହାକୁ ଯାହା କହିବେ ସେ ପ୍ରତିବାଦ କରିପାରିବେ ନାହିଁ। ବାରମ୍ବାର ମାଗିଲେ ମଧ୍ଯ ଦେଉ ନ ଥିବା ବାକି ଟଙ୍କା ଆଜି ଅପରାହ୍ନରେ ପାଇବେ। ଦେହ ଭଲ ରହିଲେ ମଧ୍ଯ ସାମୟିକ କେତେକ ପାରିପାର୍ଶ୍ଵିକ ସମସ୍ୟା ମନକୁ ଆକ୍ରାନ୍ତ କରିବ। ନିଜର ସୁଖ, ସୁବିଧାକୁ ପ୍ରାଧାନ୍ୟଦେଇ ନିଜ ଲୋକମାନେ ବିଶ୍ବାସଘାତକତା କରିପାରନ୍ତି। |
 | ଟିକିଏ ସହି ସମ୍ଭାଳି ରହିଗଲେ ପରିବାରରେ ସୁଖ ଶାନ୍ତି ଫେରିଆସିବ। ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରିବା ବୁଦ୍ଧିମାନ୍ର କାମ ହେବ। ଅନ୍ୟଥା ଏଥଵପାଇଁ ପରକ୍ଷଣରେ ବହୁମୂଲ୍ୟ ଦେବାକୁ ପଡ଼ିପାରେ । ଏଣେ ଆକସ୍ମିକ ଭାବରେ ପୁରାତନ ରୋଗର ପ୍ରାଦୁର୍ଭାବ ବୂଦ୍ଧି ପାଇବ ଯାହାକି ମୁଣ୍ଡବ୍ୟଥାର କାରଣ ହୋଇପାରେ । |
 | ବୃଥା ଭାବନାରେ ସମୟ ଅପଚୟ ନ କରି ଯେତିକି ପାରିବେ ତାହା କରିନେବା ଆଜି ପାଇଁ ଭଲ। ସ୍ବାସ୍ଥ୍ୟ ହାନି ଓ ପାଖପଡ଼ୋଶୀଙ୍କ କଟୁସ୍ତି ମନରେ ଗଭୀର ରେଖାପାତ କରିପାରେ। ଆବଶ୍ୟକତା ପୂରଣ କରିବା ସକାଶେ ରଣ କରିବାକୁ ପଡ଼ିପାରେ । ସାଧାରଣ କଥାକୁ ନେଇ ଭାଙ୍ଗିପଡିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ। |