 | କର୍ମକ୍ଷେତ୍ରରେ ମଧ୍ଯ ଭୁଲ୍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ପରିବହନ, ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ। ଭାତୃଦର୍ଗ ଦ୍ବାରା ପଡୋଶୀଙ୍କ ସହ ଉପୁଜିଥିବା ସମସ୍ୟା ସମାଧାନ କରିବେ । ସାମାଜିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। |
 | ଜଣେ ହିତୈଷୀଙ୍କ ଦ୍ବାରା ସମସ୍ୟା ସମାଧାନର ରାସ୍ତା ଖୋଲିଯିବ | କର୍ମକ୍ଷେତ୍ରରେ ମୃଗଶିରା ନକ୍ଷତ୍ର ଅନ୍ୟ ଉପରେ ପୂର୍ଣ୍ଣ ଭରସା କରି ପ୍ରତାରିତ ହୋଇପାରନ୍ତି। କୌଣସି ଉନ୍ନତିମୂଳକ କାମ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡିପାରେ। ସହକର୍ମୀ କିମ୍ବା ଅଧମ୍ଥନ କର୍ମଚାରୀଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। |
 | ସମ୍ପର୍କୀୟମାନେ ଫାଇଦା ହାସଲ ପାଇଁ ଫନ୍ଦିଫିକର ଯୋଜନା କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ର କିମ୍ବା ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ । ଅଫିସରେ ପରସ୍ପର ଗୋଡ଼ଟଣାଟଣି ହେତୁ କାମ ହାସଲ କଷ୍ଟକର ହୋଇପଡିବ। ପରିବାରରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ଯ ବିଶେଷ କିଛି ଗୋଳମାଳିଆ ପରିସ୍ଥିତି ଦେଖା ଦେବ ନାହିଁ। |
 | ହାତକୁ ନେଇଥିବା କାମଗୁଡିକ ସୁରୁଖୁରୁରେ ହୋଇଯିବା କାରଣରୁ ଏକ ପ୍ରକାର ଆଶ୍ଵସ୍ତି ଲାଭ କରିବେ। ଆର୍ଥିକ ଦିଗରୁ ସନ୍ତୋଷଜନକ ଫଳ ପାଇ ମନ ସୁସି ରହିବ । ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ। ଧାର କରଜ, ଭଡ଼ା ସୂତ୍ରରୁ ବକେୟା ଟଙ୍କା ଆଦି ପାଇବେ । |
 | ଆଜି ପରିଜନଙ୍କ ସହିତ ଯାତ୍ରା, ବାଣିଜ୍ୟ, ପ୍ରତିଦ୍ବନ୍ଦିତାରେ ସଫଳତା ହାସଲ କରିବେ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। କାମ ହାସଲ ସକାଶେ ହଠାତ୍ ମୋଟା ଅଙ୍କ ଅର୍ଥର ଆବଶ୍ୟକତା ପଡିପାରେ। ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍ ବୁଖମଣା ସମସ୍ୟାର ମୁଖ୍ୟ କାରଣ ହେବ। |
 | ଆଶା ପୂରଣ ହେବା ସାଙ୍ଗକୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ବ୍ୟବସାୟରେ ନୂତନ କିଛି ଯୋଡିବା ସକାଶେ ଚିନ୍ତା କରିବେ । ପରିବାରରେ ପାରସ୍ପରିକ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ଜମିଜମା କାରବାର, ପ୍ରେସ୍, ପବ୍ଲିକେଶନରେ ସମସ୍ୟା ସମାଧାନ ହୋଇଯିବ। |
 | ସାମାଜିକ ସ୍ତରରେ ଧର୍ମକାର୍ଯ୍ୟ କରି ଏବଂ ପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ଯରୁ ଉପକୃତ ହେବେ । ଶାରୀରିକ ପରିଶ୍ରମ ଜନିତ କ୍ଳାନ୍ତି ଅନୁଭବ କରିବେ। ବନ୍ଧୁମାନେ ନିଜର ଫାଇଦା ହାସଲ କରିବା ଲାଗି ମନ ବଳାଇବେ। ବ୍ୟବସାୟ କିମ୍ବା ପରିବହନରେ ଝଗଡ଼ା ଲାଗିପାରେ । |
 | ସବୁ କାମ ଠିକ୍ ଠିକ୍ ହେବ କିନ୍ତୁ ସୁବିଧାରେ ନୁହେଁ ବହୁତ ଝଡ଼ଝଞ୍ଜା ମଧ ଦେଇ ଗତି କରିବାକୁ ପଡିବ | କାମଗୁଡ଼ିକ ମନ୍ଥର ହେବ ଏବଂ ଅନ୍ୟମାନଙ୍କ ସହ ବୁଝାମଣା ଠିକ୍ ରହିବ ନାହିଁ। ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରି ପାରନ୍ତି। ଅବଶ୍ୟ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ। |
 | ନିଜ ଲୋକମାନେ ବିଶ୍ବାସଘାତକତା କରିପାରନ୍ତି, ଏଣୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ଚଳିବା ଭଲ ହେବ। କୁସଂସର୍ଗରୁ ଦୂରେଇ ରହିବା ଭଲ, ନତୁବା ସମାଲୋଚିତ ହେବାକୁ ପଡିପାରେ । ନୂତନ ଗୃହ କିମ୍ବା ଜମିଜମା ବିଷୟରେ ନୂତନ ଚୁକ୍ତିପତ୍ର ସ୍କାକ୍ଷରିତ ହୋଇପାରେ । ରପ୍ଵାନି ବାଣିଜ୍ୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। |
 | ଦୀର୍ଘଦିନରୁ ଲାଗି ରହିଥିବା ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିପାରେ। ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ ଓ କାର୍ଯ୍ୟ ଅବଶ୍ୟ ହାସଲ କରିବେ। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ପାରିବାରିକ ସମସ୍ୟାକୁ ଚତୁରତାର ସହ ସମାଧାନ କରିବେ । |
 | ସରକାରୀ ସ୍ତରରୁ ଆଶା କରୁଥିବା ଶୁଭଖବର ପାଇ ଖୁସି ହେବେ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। କେତେକ କ୍ଷେତ୍ରରେ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ପୈତୃକ ସମ୍ପିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ । |
 | ସମସ୍ୟା ସୁଧୁରିଯିବା କାରଣରୁ ପାରିବାରିକ ସଦ୍ଭାବ କ୍ରମଶଃ ବୃଦ୍ଧି ପାଇବ। ଭୁଲ୍ ବୁଝାମଣାଜନିତ ବନ୍ଧୁ ସମ୍ପର୍କରେ ଅବନତି ଘଟିପାରେ । ବ୍ୟବସାୟରେ ଭାଗୁଆଳିମାନଙ୍କ ସହ ମାନମନାନ୍ତର ଦେଖା ଦେଇପାରେ। ଧାତୁ, ଅଳଙ୍କାର, ଞଷଧପତ୍ର ଓ ସୌଖୀନା ଦ୍ରବ୍ୟ କ୍ରୟ କରିପାରନ୍ତି। |
For daily odia rashiphala visit our website daily in the morning. This is compiled from a trusted source.
Comments
comments