ଆଶା କରୁଥିବା କାମରେ ସଫଳତା ହେତୁ ମାନସିକ ସ୍ଥିତି ଭଲ ରହିବ। ସ୍ବାସ୍ଥ୍ୟ ଖରାପ ନ ଥିଲେ ମଧ୍ଯ ବିଭିନ୍ନ ଘରୋଇ ଝମେଲାରୁ ମନ ଭଲ ରହିବ ନାହିଁ। ବାଣିଜ୍ୟ ଓ ବ୍ୟବସାୟ ତଥା ଲେଖାପଢ଼ା ଓ ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। | |
ଧନବାନ୍ ହେବେ। ଅପାର ଗୁଣର ଅଧିକାରୀ ହେବେ। ଉପାର୍ଜନ ଆଶାନୁରୂପ ହେବ। ଶାରୀରିକ ଶକ୍ତି ସମ୍ପନ୍ନ ବ୍ୟକ୍ତି ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ଓ ନରାମୟ ରହିବେ। | |
ଆଜିର ଦିନଟିରେ ଅଟକି ରହିଥିବା କାମଗୁଡିକ ସୁବିଧାରେ ହୋଇଯିବ। ଆଲୋଚନା ସମୟରେ ବନ୍ଧୁମାନଙ୍କର କଥାକୁ ଠିକ୍ ଭାବେ ବୁଝି ପାରିବେନାହିଁ। ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ କିମ୍ବା କିଛି କରିବା ସକାଶେ କର୍ମମୁଖର ହେବେ । ଲକ୍ଷ୍ୟ ହାସଲରେ ସମର୍ଥ ହେବେ ଓ ସଫଳତା ମଧ୍ଯ ପାଇବେ। | |
ଆଗାମୀ ସମୟର ପରିସ୍ଥିତି ଜଟିଳ ମନେକରୁଛନ୍ତି ବାସ୍ତବରେ ସେମିତି କିଛି ହେବନି। ଅର୍ଥ ସଂକଟ ହେତୁ ବ୍ୟବସାୟ, ବାଣିଜ୍ୟ ଓ ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ପାରସ୍ପରିକ ଜିଦ୍ଖୋର ମନୋବୃତ୍ତି ହେତୁ ତିକ୍ତତା ଦେଖାଦେବ। ଅଫିସରେ ବାଧ୍ଯତାମୂଳକ ଭାବେ କେତେକ କାମ କରିବାକୁ ବାଧ୍ଯ ହେବେ । | |
ପ୍ରତ୍ୟୁଷରୁ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିବାକୁ ପଡିପାରେ। ଦେହ ଭଲ ରହିବ ମାତ୍ର କଠିନ ପରିଶ୍ରମ କିମ୍ବା ବିଶେଷ ଭ୍ରମଣଜନିତ କ୍ଳାନ୍ତିବୋଧ କରିବେ। ବନ୍ଧୁଙ୍କ ସାହାଯ୍ୟରୁ ମନୋବଳ ବୃଦ୍ଧି ପାଇବ ଓ ସ୍ଥଗିତ କାମ ଆରମ୍ଭ କରିବାକୁ ମନ ବଳାଇବେ। ବିଭିନ୍ନ ପ୍ରକାରର ପ୍ରତିଦ୍ବନ୍ଦିତା, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିପାରେ । | |
ବାଲ୍ୟବନ୍ଧୁଙ୍କ ଅନୁରୋଧରେ କୌଣସି କାମ ସକାଶେ ନିଜକୁ ପ୍ରସ୍ତୁତ କରିପାରନ୍ତି। ଜଣେ ସହକର୍ମୀଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ଯହେବେ। ମାଲିମକଦ୍ଦମା, ତର୍କ ବିତର୍କ, ସଭା ସମିତି, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ । | |
ବନ୍ଧୁଙ୍କ ଉପରେ ସାଧାରଣ କଥାରେ ରାଗିଯିବାରୁ ଵିବାଦ ବଢ଼ିପାରେ। ଗୁରୁଜନଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ଘଟିବା ହେତୁ ଏକ ପ୍ରକାର ଆଶ୍ଵସ୍ତି ଲାଭ କରିବେ । ନିଜ ଦୋଷରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ। କଳା, ସାହିତ୍ଯ, ସାମ୍ବାଦିକତା ଓ ପ୍ରଶାସନିକ ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । | |
ମାନସିକ ଅସୁସ୍ଥତା କାରଣରୁ ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ଦ୍ରବ୍ୟ ନଷ୍ଟ ହେବା କାରଣରୁ ଅନ୍ୟ ଉପରେ ରାଗିପାରନ୍ତି। ଅଫିସ୍ରେ ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ। ସହକର୍ମୀଙ୍କ ବଦାନ୍ୟତାରୁ ଅପରାହ୍ନେ ଅର୍ଥ ଓ ସମ୍ମାନ ପାଇ ମନ ଖୁସି ହୋଇଯିବ। | |
ସହକର୍ମୀଙ୍କଠାରୁ କୌଣସି ଖବର ପାଇ ନିଜକୁ ପ୍ରସ୍ତୁତ ରଖିବାକୁ ଚେଷ୍ଟା କରିବେ। ପ୍ରିୟ କଥା କହି ଭୁଲ୍ ବୁଝାମଣା ହେତୂକ ସମସ୍ୟାକୁ ସୁଧାରି ନେବା ସକାଶେ ଆପ୍ରାଣ ଉଦ୍ୟମ ଚଳାଇପାରନ୍ତି। ପଡ଼ୋଶୀମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ବାଧ୍ଲାଭଳି ଅପଶଙବ୍ଦ କହିପାରନ୍ତି ବାକି ରହିଥିବା ଟଙ୍କା ପାଇବାରେ ଅସୁବିଧା ହେବ ନାହିଁ। | |
ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ମାତ୍ର ତରବର ହୁଅନ୍ତୁ ନାହିଁ। ପିଲାଙ୍କ କଳହକୁ କେନ୍ଦ୍ରକରି ପଡ଼ୋଶୀ ଲଘୁକ୍ରୋଧ ପ୍ରକାଶ କରିପାରନ୍ତି। ପରିବାରରେ ଶାନ୍ତି ଫେରି ଆସିବା ସକାଶେ ଚେଷ୍ଟା କଲେ ଉପକୃତ ହୋଇପାରିବେ। ରତ୍ପାନି କାରବାର ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ। | |
କର୍ମକ୍ଷେତ୍ରର ସମସ୍ୟା ସମାଧାନ ସକାଶେ ଚେଷ୍ଟା କରି ସଫଳତା ପାଇବେ |ଆର୍ଥିକ ଉନ୍ନତି ଘଟିବ ଯଦିଓ ଏଥିପାଇଁ ବହୂତ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ । ପ୍ରତିଦ୍ବନ୍ଦିତା ମଧ୍ଯରେ ବାଣିଜ୍ୟ, ବ୍ୟବସାୟ ପରିବହନରୁ ବହୁତ ଲାଭ ପାଇବେ। କୌଣସି ଗୁରୁତ୍ବପୂର୍ଣ କାର୍ଯ୍ୟ ସକାଶେ ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହୋଇପାରେ । | |
ଅଟକି ରହିଥିବା କାମ ସୁବିଧାରେ ସମ୍ପନ୍ନ କଷ୍ଟକର ହେବ। ଆତ୍ମୀୟଙ୍କ ସହଯୋଗରୁ ପ୍ରାଫ୍ୟ ଅର୍ଥ ଓ ସମ୍ମାନ ପାଇବାରେ ଅସୁବିଧା ହେବ ନାହିଁ। ସଭାସମିତି କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଉପରିସ୍ଥଙ୍କ ଆଦେଶ ପ୍ରାପ୍ତ ହୋଇ କର୍ମକ୍ଷେତ୍ରରେ ଗୁରୁଦାୟିତ୍ବ ବହନ କରିବାକୁ ପଡ଼ିବ। |