| ଆଜି କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଦୃଢ଼ ଓ କଠୋରୁକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇବେ। ମୁହଁରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଅଶ୍ଵିନୀ ନକ୍ଷତ୍ର ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ ପଡ଼ିବ | |
| ସହକର୍ମୀଙ୍କ ସହଯୋଗରେ ଆଜିର କାମ ଆଗେଇ ନେବେ। ଅଫିସ୍ କିମ୍ବା ଆଲୋଚନା କ୍ଷେତ୍ରରେ କାର୍ଯ୍ୟବ୍ୟସ୍ତ ଯୋଗୁ କେତେକ କାମ ଠିକ୍ ସମୟରେ କରିପାରିବେ ନାହିଁ। ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ଯରୁ ନିଜର ସ୍ବାର୍ଥ ହାସଲ କରିପାରନ୍ତି। କୃତ୍ତିକା ନକ୍ଷତ୍ର ଘରୋଇ କ୍ଷେତ୍ରରେ ଅଭାବ ନ ଥାଇ ମଧ୍ଯ ମନଟା ଭଲ ଲାଗିବ ନାହିଁ। |
| କୌଣସି ବ୍ୟକ୍ତିଙ୍କୁ କଟୁସତ୍ୟ କହି ତିକ୍ତତା ସୃଷ୍ଟି ଆଶଙ୍କା ରହିଛି। ଆରଦ୍ରା ନକ୍ଷତ୍ର ସକାଶେ ସାଧାରଣ ତୋଷାମଦିଆ କଥାରେ ମନ ବଦଳି ଯାଇପାରେ । କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ । |
| ଉଦ୍ୟମ ଅବ୍ୟାହତ ରଖିଲେ ମଧ୍ଯ ଯେତିକି ଓ ଯେମିତି ପାଇବା କଥା ତାହା ନ ପାଇ ଅନୁତପ୍ତ ହୋଇପାରନ୍ତି। ଅର୍ଥର ଅଭାବ ନ ଥିଲେ ମଧ୍ଯ କେତେକ ଅପୂରଣୀୟ ଆଶା ଦୁଶ୍ଚିନ୍ତାର କାରଣ ହେବ। ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାନିକ୍ଷ ଲାଭକରି ଆତ୍ମବିଭୋର ହେବେ। ମାଲିମକଦ୍ଦମା, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ମାନସିକ ଅଶାନ୍ତି ବଢ଼ିବ । |
| ଗ୍ରହମାନଙ୍କ ଶୁଭତ୍ଵ କାରଣରୁ ଆଜି ଯାହା ଚାହୁଁଛନ୍ତି ତାହା ପାଇବାରେ ଅସୁବିଧା ରହିବ ନାହିଁ। ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପା ଏ ଦିଗରେ ସାହାଯ୍ୟ କରିବ। କ୍ରୀଡ଼ା, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବାଣିଜ୍ୟ, ଶିଳ୍ପ ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ ହୋଇଯିବ। |
| ଆଜି ଦିନଟିରେ କିଛି ପାଇବାର ଆଶା ରଖିଲେ କିଛି ଦେବା ପାଇଁ ଚେଷ୍ଟା କରନ୍ତୁ। ବହୁତ ଦିନରୁ ଶତ୍ରୁତା କରୁଥିବା ଲୋକଟି ମନକୁ ବାଧା ଭଳି କଥା କହିପାରେ। କୌଣସି ବ୍ୟକ୍ତି ଦ୍ବାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ଅତି ପ୍ରିୟ ବନ୍ଧୁଙ୍କଠାରୁ ଗୁରୁତ୍ବପୂର୍ଣ୍ଣ ଖବରଟି ପାଇ ଖୁସି ଅନୁଭବ କରିବେ । |
| ସାହାଯ୍ୟ ପାଇଁ ପ୍ରତିଶ୍ରୁତି ଦେଇଥିବା କୌଣସି ବନ୍ଧୁ ସବୁଦିନ ପାଇଁ ସ୍ମରଣୀୟ ରହିଯାଇପାରନ୍ତି। କିନ୍ତୁ ଶତ୍ରୁଠାରୁ ଦୂରତା ରଖି କାମ କରିବା ଭଲ ହେବ, ନତୁବା ହଇରାଣ ହେବାକୁ ପଡ଼ିପାରେ। ପରିବାରରେ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିଯିବାର ସୂଚନା ରହିଛି। ଶିଳ୍ପ, ବାଣିଜ୍ୟ, ସାମ୍ବାଦିକତା ଓ ଅର୍ଥ ସମ୍ବନ୍ଧିତ କାମରେ ସଫଳତା ପାଇବେ। |
| ଯାହା ଦୀର୍ଘଦିନ ହେଲା ହୋଇପାରି ନ ଥଲା ଆଜି ଆକସ୍ମିକ ଭାବେ ତାହା ସମ୍ପନ୍ନ ହୋଇଯିବ। ପରିବହନ, ଶିଳ୍ପ ଓ ବ୍ୟବସାୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନ୍ନ କଲେ ସଫଳ ହେବେ। ପରିବାର ସଦସ୍ୟଙ୍କ ତରଫରୁ ସମସ୍ୟା ଆସିପାରେ। ସଭାସମିତିରେ ସାଧାରଣ କଥାକୁ ଜଟିଳ ଭାବେ ଗ୍ରହଣ କରିପାରନ୍ତି। |
| କର୍ମଭାବରୁ କର୍ମାଧିପ ଅଷ୍ଟମସ୍ଥ ହେତୁ କୌଣସି ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ କର୍ମକ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ। ଆର୍ଥିକ ସ୍ଥିତି ସୁଧାରିବାରେ ବନ୍ଧୁ ସାହାଯ୍ୟ କରିବେ। ବାଟରେ ଯିବା ସମୟରେ ଯାନ୍ତ୍ରିକ ତୁଟି ଅସୁବିଧାରେ ପକାଇପାରେ। ଚେଷ୍ଟା କରୁଥିବା କାମରେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। |
| ପ୍ରତ୍ୟେକ କ୍ଷେତ୍ରରେ ଅନ୍ତଦ୍ବନ୍ଦ୍ବ ଲାଗି ରହିବ !। କୌଣସି ବ୍ୟକ୍ତିଠାରୁ ହଠାତ୍ ଦୁଃଖଦ ଖବର ପାଇ ବିଚଳିତ ହେବେ। ଈର୍ଷାପରାୟଣ ମନୋଭାବ ପୋଷଣକରି ପଡ଼ୋଶୀ ବିଭିନ୍ନ ଝମେଲା ସୃଷ୍ଟି କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି, ଗବେଷଣା ଓ ରଚନାତ୍ମବକ କାର୍ଯ୍ୟରୁ ସୁଫଳ ପାଇବେ। |
| ପାରିବାରିକ ସମସ୍ୟାର ସମାଧାନ ଲାଗି ନିଜ ବନ୍ଧୁମାନଙ୍କ ସାହାଯ୍ୟ ଭିକ୍ଷା କରିପାରନ୍ତି। ବନ୍ଧୁ ଗହଣରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବାର ଅଶଙ୍କା ରହିଛି। କଳା, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଦେହ ଭଲ ରହିଲେ ମଧ୍ଯ ସାମୟିକ କ୍ରନିକ୍ ରୋଗରେ କଷ୍ଟ ପାଇବେ । |
| ନିର୍ଦ୍ଦିଷ୍ଟ ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା କାରଣରୁ ବ୍ୟସ୍ତତା ପ୍ରକାଶ କରି ଅଶାନ୍ତ ରହିପାରନ୍ତି। ଅନ୍ୟମାନଙ୍କ ଅସୁବିଧାକୁ ସୁଧାରିବା ସକାଶେ ସୁପରାମର୍ଶ ଦେବାରେ ପଛାଇବେ ନାହିଁ। ପରିସ୍ଥିତି ବଶତଃ ଧାର କରଜ କରି ଆବଶ୍ୟକତାକୁ ଚଳାଇ ନେବାକୁ ବାଧ୍ଯହେବେ। ଫେରିବା ରାସ୍ତାରେ ଅପରିଚିତ ବ୍ୟକ୍ତିଙ୍କୁ ବିଶ୍ଵାସ କରି ଖାଲରେ ପଡ଼ିପାରନ୍ତି। |