Odia Short Story

New Odia Short Story Maa Kandanti Kahinki

Download Odia Books Online

Hello Everyone,

Today we are publishing another odia short story. You can find other small stories in our Odia Short Story portal. In this story the content is describe that why a mother is crying. Really how great she is, she is always get sarrow & pain for us. When we had suffering an illness, she is always keep watching for us. All careness and love have in mother. But we are always giving him to painfull things & sorrow so that everyone have should save the womens & her respect. you wil enjoy this story and will share with your friends and family.

Maa Kandanti Kahinki
                                                                      Maa Kandanti Kahinki

ପିଲାଟିଏ ତା’ର ବାପାମାଆଙ୍କ ସହିତ ପରିବାରରେ ଅତି ଖୁସିରେ ଥାଏ । ମାତ୍ର ସେ ତା’ର ମାଆଙ୍କୁ ଅନେକ ସମୟରେ କାନ୍ଦୁଥିବାର ଦେଖେ ।

ଦିନେ ଏହାର କାରଣ ପିଲାଟି ମାଆଙ୍କୁ ପଚାରି ବସିଲା । କହିଲା, ”ମାଆ ତୁମେ ବେଳେବେଳେ କାନ୍ଦୁଛ କାହିଁକି? ତୁମେ ତ ପରିବାରରେ ସମସ୍ତଙ୍କ କଥା ବୁଝୁଛ ହେଲେ ତୁମର କେଉଁକଥା ଅବୁଝା ରହିଯାଉଛି ଯେ, ତୁମେ କାନ୍ଦୁଛ?”

ପିଲାଟିର ଏଭଳି ପ୍ରଶ୍ନ ମାଆଙ୍କୁ ବଡ ଅଡୁଆରେ ପକାଇ ଦେଲା । ମାଆ କି ପ୍ରକାର ଉତ୍ତର ଦେଇ ପୁଅର ସନ୍ଦେହ ମୋଚନ କରିବେ ଠିକ୍ କରିପାରିଲେ ନାହିଁ । ତେଣୁ ପୁଅର ମନକୁ ବୁଝେଇ ଦେବା ପାଇଁ ଅତି ସାଧାରଣ ଭାବରେ ଉତ୍ତର ଦେବାକୁ ଯାଇ ମାଆ କହିଲେ, ”ଧନରେ! ମୁଁ ଜଣେ ସ୍ତ୍ରୀଲୋକ ତ ସେଇଥିପାଇଁ କାନ୍ଦୁଛି ।”

ହେଲେ ପିଲାଙ୍କ ମନ ତ ଅବୁଝା । ତାଙ୍କୁ ଯେତେ ବୁଝାଇଲେ ବି କେମିତି ହେଲା, କାହିଁକି ହେଲା – ଏହିଭଳି ପ୍ରଶ୍ନ ପଚାରି ସେମାନେ ନୟାନ୍ତ କରିଦେବେ ସିନା ସହଜରେ ଛାଡିଦେବେନି । ସୁତରାଂ ମାଆଙ୍କର ଏଭଳି ସହଜ ଉତ୍ତରରେ ପୁଅ ସନ୍ତୁଷ୍ଟ ହେଲା ନାହିଁ ।

ଆଉଦିନକର କଥା । ସେଇ ଏକା ପ୍ରଶ୍ନଟି ପୁଅ ଏବେ ବାପାଙ୍କୁ ପଚାରିଲା । ସୁତରାଂ ବାପା ଏହାର ଉତ୍ତର ଦେବାକୁ ଯାଇ ଅନ୍ୟମନସ୍କ ଭାବରେ କହିଦେଲେ, ”ସିଏ ଜଣେ ସ୍ତ୍ରୀ ଲୋକ ତ ସେଇଥି ପାଇଁ କାନ୍ଦୁଛି ।”

ଏବେ ପିଲାଟି ବାପାଙ୍କ ଉତ୍ତରରେ ବି ସନ୍ତୁଷ୍ଟ ହେଲାନାହିଁ । ହେଲେ ସେହି ପ୍ରଶ୍ନଟି ସେ ମନରୁ କେବେହେଲେ ଭୁଲି ଗଲାନାହିଁ । ସମୟକ୍ରମେ ପିଲାଟି ବଡ ହୋଇଗଲା । ତା’ମନରେ ସେଇ ପ୍ରଶ୍ନ ବି ଉଙ୍କି ମାରୁଥାଏ । ହଠାତ୍ ଦିନେ ଜଣେ ସିଦ୍ଧ ପୁରୁଷଙ୍କ ସହିତ ପିଲାଟିର ଭେଟ ହେଲା । ଏବେ ପିଲାଟି ସେହି ସିଦ୍ଧପୁରୁଷଙ୍କୁ ବି ପ୍ରଶ୍ନଟି ପଚାରିଲା ।

ଏଭଳି ଏକ ଜଟିଳ ପ୍ରଶ୍ନ ଶୁଣିବା ପରେ ସିଦ୍ଧ ପୁରୁଷ କିଛି ସମୟ ସେହି ଯୁବକକୁ ଚାହିଁ ରହିଲେ । ପ୍ରଥମେ ତା’ର ମୁଣ୍ଡର ବୁଦ୍ଧିକୁ ସାବାସୀ ଜଣାଇବା ପାଇଁ ପିଲାର ମୁଣ୍ଡରେ ହାତ ବୁଲାଇଦେଲେ । କହିଲେ, ”ବତ୍ସ! ଅସଲ କଥାଟି ହେଲା, ଈଶ୍ୱର ଯେତେବେଳେ ନାରୀ ଜାତିକୁ ସୃଷ୍ଟିକଲେ, ସେତେବେଳେ ସଂସାରର ବୋଝ ବୋହିବା ପାଇଁ ତା’ କାନ୍ଧରେ ଦେଲେ ଶକ୍ତି । ଦଶମାସ ଧାରଣ କରିବା ପାଇଁ ଓ ଜୀବନସାରା କଠିନ ପରିସ୍ଥିତି ଦେଇ ଗତି କରିବା ପାଇଁ ଦେଲେ ଅସମ୍ଭବ ପ୍ରକାରର ମାନସିକ ଶକ୍ତି । ଶେଷରେ ସମସ୍ତଙ୍କୁ ସବୁକିଛି ଦେଇ ସମସ୍ତଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନକୁ ସହିନେବା ପାଇଁ ଦେଲେ ସହନଶୀଳତା । ଏସବୁ ଦେଇ ସାରିଲା ପରେ ଈଶ୍ୱର ଚିନ୍ତାକଲେ ଯଦି ସ୍ତ୍ରୀଲୋକ ଆଖିରେ ଟିକିଏ ଲୁହ ନ ଦେବେ ତେବେ ସେମାନେ ସବୁ ସହିସହି ପାଷାଣ ପାଲଟିଯିବେ । ସେଥିପାଇଁ ସବୁ କିଛି ଅତି ସହଜରେ ସହିଯାଉଥିବା ସ୍ତ୍ରୀଲୋକମାନଙ୍କୁ ଈଶ୍ୱର ଦେଇଛନ୍ତି ଲୁହ କାନ୍ଦିବା ପାଇଁ, ନିଜର ଦୁଃଖକୁ ହାଲୁକା କରିବା ପାଇଁ ।”

ସିଦ୍ଧଗୁରୁଙ୍କ ଠାରୁ ଏଭଳି ଉତ୍ତର ପିଲାଟି ମନରେ ସନ୍ତୋଷ ଭରିଦେଲା ।

ସତରେ ଆମ ପାଇଁ ସମସ୍ତ ଦୁଃଖକଷ୍ଟ ସହି ନିତି ଆଖିରୁ ଲୁହ ଗଡାଉଥିବା ମାଆ କେତେ ମହାନ୍ । ଆମେ ରୋଗଶଯ୍ୟାରେ ପଡିଥିଲେ ସେ ଜଗିବସିଥାଏ, କୁଆଡେ ଗଲେ ଆସିବା ବାଟକୁ ଚାହିଁବସିଥାଏ, ଆମେ ନ ଖାଇଲେ ତା’ପେଟ ପୂରେନି – ଏହିଭଳି ଅନେକ କଥା, କେତେ ସ୍ନେହ ମମତା ରହିଛି ମାଆଙ୍କ ପାଖରେ ଆମପାଇଁ । ହେଲେ ତା’ ବଦଳରେ ଆମେ ମାଆଙ୍କୁ ଦେଉଛେ କ’ଣ? କେବଳ ଲାଂଛନା, ଅପମାନ ଗାଳି ଛଡା ଆଉକ’ଣ? ସୁତରାଂ ଆଜି ପ୍ରତେକ ମାନବ ନାରୀ ଜାତିର ସମ୍ମାନ ରକ୍ଷା ଲାଗି ଅଂଟାଭିଡି ଠିଆ ହେବା ଉଚିତ୍ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍।

Comments

comments

Tags

Leave a Reply

Your email address will not be published. Required fields are marked *

Back to top button
Close
X