Odia Short Story

New Odia Short Story Bishwasaghatakatara Phala Ati Bishama

Download Odia Books Online

Hello Everyone,

Today we are publishing another odia short story. You can find other small stories in our Odia Short Story portal. This story named the result of killer of faith is very bad. From this its learn that who will do kill of faith with others he will first hunting that. you wil enjoy this story and will share with your friends and family.

Bishwasaghatakatara Phala Ati Bishama
                                                         Bishwasaghatakatara Phala Ati Bishama

ଘଂଚ ଜଙ୍ଗଲ ଭିତରେ ଏକ ବିରାଟ ପିପ୍ପଳ ବୃକ୍ଷ । ତା’ ଡାଳରେ ଅନେକ ପକ୍ଷୀ ବସାବାନ୍ଧି ଥାଆନ୍ତି । ପକ୍ଷୀମାନେ ସେମାନଙ୍କର ଛୁଆମାନଙ୍କୁ ଛାଡି ସକାଳୁ ସକାଳୁ ବାହାରିଯାଆନ୍ତି ଖାଦ୍ୟ ଅନ୍ୱେଷଣରେ ଯେ, ସଂଧ୍ୟାବେଳକୁ ଫେରନ୍ତି ।

ସେହି ବୃକ୍ଷରେ ଏକ ବଗ ଦମ୍ଫତ୍ତି ଓ କାକ ଦମ୍ଫତ୍ତି ବି ବାସ କରୁଥାନ୍ତି । ଆଉ ବୃକ୍ଷର କୋରଡରେ ବାସ କରୁଥାଏ ଏକ କଳାସାପ । ଯେତେବେଳେ ପକ୍ଷୀମାନେ ବାହାରକୁ ଯାଆନ୍ତି ସାପଟି ଗଛ ଡାଳରେ ବୁଲିବୁଲି ପକ୍ଷୀ ଶାବକମାନଙ୍କୁ ଖାଇଯାଏ । ଏଥିରୁ ବଗ ଓ କାକ ଦମ୍ଫତ୍ତି ମଧ୍ୟ ବାଦପଡି ନଥିଲେ । ଏହି କାରଣରୁ ସେମାନେ ଦୁଃଖୀ ଥିଲେ ।

ଦିନେ ବଗ ଓ କାଉ ଦମ୍ଫତ୍ତି ବସି ଏହାର ନିରାକରଣ ଚିନ୍ତା କଲେ ।

ସେଇ ବୃକ୍ଷ ନିକଟରେ ଏକ ନେଉଳ ବି ବାସ କରୁଥାଏ । ସେ ଅତି ଦୟାଳୁ ଓ ପରୋପକାରୀ ଥିଲା । ଏହି ଗୁଣ ଯୋଗୁଁ ନେଉଳ କେବେ ଅସୁସ୍ଥ ହୋଇ ପଡିଲେ ବୃକ୍ଷଟିଯାକର ପକ୍ଷୀ ତାକୁ ସାହାଯ୍ୟ କରୁଥିଲେ । ସୁତରାଂ ନେଉଳ ସବୁ ପକ୍ଷୀମାନଙ୍କ ପ୍ରତି କୃତଜ୍ଞ ଥିଲା ।

ଦିନକର କଥା ପକ୍ଷୀମାନଙ୍କର ଏଭଳି ଅସହାୟ ଓ ଚିନ୍ତିତ ଅବସ୍ଥା ଦେଖି ନେଉଳ କହିଲା, ”ଦୁଃଖ କରନ୍ତୁ ନାହିଁ । ସାପ ତ ମୋତେ ଲୁଚିଛପି ରହି ଏକାମ କରୁଛି । ସୁତରାଂ ତୁମମାନଙ୍କ ଭିତରୁ କେହି ଯଦି ସାପର ଉପସ୍ଥିତି ମୋତେ ଜଣାଇ ଦେବ ତେବେ ମୁଁ ତାକୁ ମାରିଦେବି ।”

ନେଉଳ କଥାରେ ପକ୍ଷୀମାନେ ରାଜି ହୋଇଗଲେ । ପକ୍ଷୀମାନଙ୍କ ତରଫରୁ କାଉ ଦମ୍ଫତ୍ତିଙ୍କୁ ଏହି ଦାୟିତ୍ୱ ଦିଆଗଲା । କାରଣ ସେ ହିଁ ରାଉ ରାଉ ହୋଇ ସାପ କେଉଁଠି ଅଛି ଜଣାଇବା ଠିକ୍ ରୂପେ କରିପାରିବ ।

ମାତ୍ର କାଉ ଥିଲା ସ୍ୱଭାବରେ ଖଳ ଓ ଦୁଷ୍ଟ ପ୍ରକୃତିର । ସେ ନିଜର ସ୍ୱାର୍ଥ ହାସଲ ଲାଗି ସାପପାଖରେ ପହଁଚିଗଲା । ସାପଟିକୁ ନିଜର ବନ୍ଧୁରୂପେ ଗ୍ରହଣକରି ବଗ ଦମ୍ଫତ୍ତି ବିରୋଧରେ କହିଲା । ସେ ସାପକୁ କହିଲା, ”ତୁମ ଶରୀର କଳା, ଆଉ ମୋର ରଙ୍ଗ ବି କଳା । ମାତ୍ର ବଗର ରଙ୍ଗ ଧଳା ଓ ଆଉ ସୁନ୍ଦର ଯୋଗୁଁ ସେ ମନରେ ଭାରି ଗର୍ବ କରୁଛି ଓ ଆମମାନଙ୍କୁ ଘୃଣା ବି କରୁଛି । ସୁତରାଂ ତୁମେ ଯଦି ମୋତେ ସାହାଯ୍ୟ କରନ୍ତ, ତେବେ ତାକୁ ଆଚ୍ଛା କରି ପାନେ ଦିଅନ୍ତେ ।”

ସାପଟି କାଉ କଥାରେ ରାଜି ହେବାରୁ କାଉ କହିଲା, ”ବନ୍ଧୁ! ଏଇ ବୃକ୍ଷମୂଳେ ନେଉଳ ବି ପକ୍ଷୀମାନଙ୍କ କଥାରେ ପଡି ତୁମକୁ ଜୀବନରେ ମାରିଦେବା ପାଇଁ ଜଗି ବସିଛି । ମୋତେ ଦାୟିତ୍ୱ ଦିଆଯାଇଛି ତୁମର ଅବସ୍ଥିତି ସୂଚନା ଦେଲେ ହିଁ ନେଉଳ ତମକୁ ମାରିବ । ହେଲେ ମୁଁ ଏଣିକି ତୁମକୁ ସାହାଯ୍ୟ କରିବି । ତୁମେ ପକ୍ଷୀମାନଙ୍କୁ ମାରିଖାଅ । ପ୍ରଥମେ ବଗ ଶାବକକୁ ଖାଇଯାଅ ।”

ଏଥର ତାହାହିଁ ହେଲା । କାଉଟି ନୀରବ ରହିଯିବାରୁ ସାପ ନିର୍ବିଘ୍ନରେ ବଗ ଶାବକମାନଙ୍କୁ ଖାଇଗଲା । ତାପରେ ପାଖ ବସାରେ ଥିବା କାଉ ଶାବକମାନଙ୍କୁ ବି ଛାଡିଲା ନାହିଁ ।

ଏହା ଦେଖି କାଉ କହିଲା, ”ସାପ ତୁମେ ପରା ମୋର ବନ୍ଧୁ ଏ କ’ଣ କଲ? ମୋ’ ପ୍ରତି ଏଭଳି ବ୍ୟବହାର କରି ପାରିଲ କେମିତି? ଏହା କ’ଣ ବିଶ୍ୱାସଘାତକର କାର୍ଯ୍ୟ ନୁହେଁ?”

ଏହା ଶୁଣି କୃଷ୍ଣସର୍ପ କହିଲା, ”ମୁଁ ତ ମୋର କ୍ଷୁଧା ନିବାରଣ ପାଇଁ ଏହା କଲି । କ୍ଷୁଧା ଜ୍ୱାଳା ନିକଟରେ ମିତ୍ରତା ତ ଛାର । ତୁମେ କ’ଣ ଜାଣିନାହଁ ଯେ ପେଟର ଭୋକ ପାପପୁଣ୍ୟର ବିଚାର କରିପାରେ ନାହିଁ ବୋଲି? ତା’ ଛଡା ତୁମ ସହିତ ମିଶି ରହୁଥିବା ଏ ବୃକ୍ଷର ପକ୍ଷୀମାନଙ୍କର ତୁମେ ଯଦି ବନ୍ଧୁ ହୋଇପାରିଲ ନାହିଁ, ତେବେ ଏଇ ଅଳ୍ପ ସମୟ ମିଳାମିଶାରେ ତୁମେ କିପରି ମୋର ବନ୍ଧୁ ହୋଇ ପାରିବ? ତୁମର ଅନେକ ଦିନର ସାଥୀ ବଗର ଶାବକକୁ ମୋତେ ଖାଇବା ପାଇଁ କହି ବଗପ୍ରତି ତୁମେ ବିଶ୍ୱାସଘାତକତା କରି ନାହଁ କି? ଏବେ ମୁଁ କଲି, ଅସୁବିଧା କ’ଣ ହେଲା?”

କାଉର ଏଭଳି କାର୍ଯ୍ୟକୁ ସମସ୍ତେ ନିନ୍ଦା କଲେ । ସାପଟି ସେ ବୃକ୍ଷଛାଡି ଅନ୍ୟତ୍ର ଚାଲିଗଲା । ପକ୍ଷୀମାନେ ଏକାଠି ହୋଇ କାଉକୁ ସେ ବୃକ୍ଷରେ ରଖେଇ ଦେଲେ ନାହିଁ । ମନଦୁଃଖରେ କାଉ ଦମ୍ଫତ୍ତି ଅନ୍ୟତ୍ର ଉଡି ଚାଲିଗଲେ ।

ଏଥିରୁ ଶିକ୍ଷା ମିଳେ ଯିଏ ଅନ୍ୟପ୍ରତି ବିଶ୍ୱାସଘାତକତା କରିଥାଏ, ସେ ନିଜେ ଆଗ ତା’ର ଶିକାର ହୁଏ । ଯେମିତି ଅନ୍ୟ ପାଇଁ ଗାତ ଖୋଳିଲେ ନିଜେ ଗାତରେ ପଡିବାକୁ ହୁଏ ।

Comments

comments

Tags

Leave a Reply

Your email address will not be published. Required fields are marked *

Back to top button
Close
X