ପ୍ରସ୍ତୁତି:୨୫୦ଗ୍ରା.ମେଥି ଶାଗ, ୧ଟି ବାଇଗଣ,୧ଟି ଆଳୁ,ଅଳ୍ପ କଖାରୁ ,୨ଟି କଞ୍ଚାଲଙ୍କା ୧୦ କୋଲା ରସୁଣ, ୨ ଛୋଟଚାମଚ ଫୁଟଣ, ୨ ବଡ଼ଚାମଚ ତେଲ ଓ ଆବଶ୍ୟକ ଅନୁସାରେ ଲୁଣ ।
ପ୍ରସ୍ତୁତ ପ୍ରଣାଳୀ : ଶାଗରୁ ଅଧା ନାଡ଼ କାଟି ବାହାର କରି ପରିଷ୍କାର ଭାବେ ଧୋଇ କାଟି ଦିଅନ୍ତୁ । ଆଳୁ ଓ ବାଇଗଣ କାଟି ରଖନ୍ତୁ । ରସୁଣ ଛଡ଼ାଇ ସାମାନ୍ୟ ଛେଚି ରଖନ୍ତୁ । କଡ଼େଇରେ ତେଲ ଗରମ କରି ଫୁଟଣ ଓ ଲଙ୍କା ଫୁଟାନ୍ତୁ । ତା’ପରେ ପରିବା ଓ ଲୁଣ ଦେଇ ଧିମା ଜାଳରେ ଢ଼ାଙ୍କୁଣୀ ଦେଇ ସିଝାନ୍ତୁ । ପରିବା ଦରସିଝା ହୋଇଗଲେ କଟାଶାଗ ପକାଇ ଗୋଳାଇ ଦିଅନ୍ତୁ । ଅଳ୍ପ ସମୟ ପରେ କଡ଼େଇରେ ସାମାନ୍ୟ ତେଲ ଦେଇ ରସୁଣ ଛେଚା ପକାନ୍ତୁ ଏବଂ ଗୋଳାଇ ଦେଇ ଓହ୍ଲାଇ ଆଣନ୍ତୁ । ଏହାକୁ ଗରମ ଗରମ ଖାଇବାକୁ ଦିଅନ୍ତୁ ।