ପ୍ରସ୍ତୁତି ସାମଗ୍ରୀ– ୪କପ୍ ପାଣି, ୪ଚା ଚାମଚ ଲୁଣ, ୧ବଡ ଫୁଲକୋବି, ୧ବଡ ଚାମଚ ପୋସ୍ତଦାନା, ୨ବଡ ଚାମଚ କାଜୁବାଦାମ, ୧ ୦ ଗ୍ରାମ ଅଦା, ୬କୋଲା ରସୁଣ, ୨ଟା କଞ୍ଚାଲଙ୍କା, ୧/ ୨ କପ୍ ବନସ୍ପତି ତେଲ, ୨ଟା ବିଲାତି ବାଇଗଣ, ୧/ ୨ ଚା ଚାମଚ ହଳଦୀଗୁଣ୍ଡ, ୧ଚା ଚାମଚ ଧନିଆଗୁଣ୍ଡ, ୧/ ୨ କପ୍ ଫେଣ୍ଟା ଦହି, ୧ବଡ ଚାମଚ କଟା ଧନିଆପତ୍ର ।
ପ୍ରଣାଳୀ- ଗୋଟିଏ ବେଲାରେ ୪କପ୍ ପାଣି ରଖି ୨ ଚା ଚାମଚ ଲୁଣ ମିଶାନ୍ତୁ । ସେଥିରେ ଫୁଲକୋବି ୧/ ୨ ଘଣ୍ଟେ ଡୁବେଇ ରଖି ପାଣିଫିଙ୍ଗି ଦିଅନ୍ତୁ । ପୋସ୍ତଦାନା, କାଜୁବାଦାମରେ ୩ ବଡଚାମଚ ପାଣି ଛିଞ୍ଚି ଛିଞ୍ଚି ବାଟି ଦିଅନ୍ତୁ । ଅଦା, ରସୁଣ ଓ ଲଙ୍କାକୁ ବାଟି ଅଲଗା ରଖନ୍ତୁ । କୁକରରେ ତେଲ ପ୍ରାୟ ୨ ମିନିଟ୍ ଗରମ କରି ପିଆଜ ପକାନ୍ତୁ ଓ ସୁନେଲି ବାଦାମୀ ଦିଶିବା ପର୍ଯ୍ୟନ୍ତ ଭାଜନ୍ତୁ । ଅଦା-ରସୁଣ ବଟା, ବିଲାତି ବାଇଗଣ, ହଳଦୀଗୁଣ୍ଡ, ଧନିଆ ଗୁଣ୍ଡ, ଜ୍ଚିରା | ଗୁଣ୍ଡ, ଲଙ୍କାଗୁଣ୍ଡ ୧୮୪ କପ୍ ପାଣି ବଳକା ୩ ଚା ଚାମଚ ଲୁଣ ମିଶାନ୍ତୁ ଓ ମଝିରେ ମଝିରେ ଗୋଳେଇ ବିଲାତି ବାଇଗଣ ସିଝିଯିବା ଯାଏଁ କଷନ୍ତୁ । ୧ ବଡ ଚାମଚ ଦହି ପକେଇ ହାରାହାରି ୧/ ୨ ମିନିଟ୍ ପର୍ଯ୍ୟନ୍ତ ଗୋଳେଇ ରାନ୍ଧନ୍ତୁ। ଯେପରିକି ଦହି ସମ୍ପୂର୍ଣ୍ଣ ରୂପେ ମିଶିଯିବ । ବଳକାଦହି ମଧ୍ଯ, ସେହିପରି ୧ଚାମଚ ହିସାବରେ ଗୋଳେଇ ଗୋଳେଇମିଶାନ୍ତୁ । ତାପରେ, ପ୍ରାୟ ୩ ମିନିଟ୍ ରାନ୍ଧିଲେ ତେଲ ଅଲଗା ଦିଶିବ । ଏଥର ଫୁଲକୋବି ପକାନ୍ତୁ ଓ ଗୋଳେଇ ପ୍ରାୟ ୫ ମିନିଟ୍ ରାନ୍ଧନ୍ତୁ ଫୁଲକୋବିର ତଳଟା ତଳକୁ ରହିଥିବା ଦରକାର । ଆଞ୍ଚଠାରୁ ଦୂରରେ, କାଜୁବାଦାମ ବଟା ଆଉ ବଳକା ୧/୪କପ୍ ପାରିକୁ ଫୁଲକୋବି ଚାରିପଟେ ଗୋଳେଇ ଦିଅନ୍ତୁ । କୁକର ବନ୍ଦ କରି ଆଞ୍ଚ ତେଜି ଦିଅନ୍ତୁ ସମ୍ପୂର୍ଣ ପ୍ରେସର ଆସିବା ପର୍ଯ୍ୟନ୍ତ । ଆଞ୍ଚ କମେଇ ଦେଇ ୨ମିନିଟ୍ ରାନ୍ଧି ଦେବାକୁ ଦିଅନ୍ତୁ । ଆଞ୍ଚ ଉପରୁ କୁକର ଓହ୍ଲେଇଦେଇ ତା’ର ଭେଣ୍ଟ ୱେଟ୍ ସାମାନ୍ୟ ଟେକିଦେଇ ପ୍ରେସର ଛାଡିଦିଅନ୍ତୁ କୁକର ଖୋଲି ପରଷିବା ପାତ୍ରରେ ଫୁଲକୋବି ରଖନ୍ତୁ ଓ ମସଲାକୁ କୋବି ଉପରେ ସବୁଆଡୁ ସମାନ ରୂପେ ଓଜାଡନ୍ତୁ । ଧନିଆ ପତ୍ରରେ ସଜେଇ ଦେଇ ଗରମ ଗରମ ପରଷନ୍ତୁ ।