
ସାମଗ୍ରୀ :
ମାଂସ-୫୦୦ଗ୍ରାମ୍
ଲଙ୍କା-୪ଟି
ଅଦା-୧ ଇଞ୍ଚ
ଦହି-୨୫୦ଗ୍ରାମ୍
କାଜୁବଟା-୩ଚାମଚ
ପିସ୍ତାବାଦାମ ବଟା -୩ ଟେବୁଲ୍-ଚାମଚ
ଘିଅ-୩ ଟେବୁଲ୍-ଚାମଚ
ଜିରା-୧ ଚାମଚ
ଅଳେଇଚ-୪ଟି
ଲବଙ୍ଗ-୪ଟି
ପିଆଜ ବଟା -୩ ଟେବୁଲ୍-ଚାମଚ
ରସୁଣ ବଟା-୧ ଟେବୁଲ୍-ଚାମଚ
ପୋଦିନା ପତ୍ର-୧୦ଟି
ସାଫ୍ରନ୍-୧ ଚିମୁଟା
ଉଷୁମ କ୍ଷୀର-୨ ଟେବୁଲ୍-ଚାମଚ
ଲ୍ଲେମ୍ବୁରସ-୨ ଟେବୁଲ୍-ଚାମଚ
ଗୋଲମରିଚ ଗୁଣ୍ଡ-୧ ଛୋଟ ଚାମଚ
ଲୁଣ-ସ୍ୱାଦାନୁସାରେ
ପ୍ରଣାଳୀ :
ମାଂସକୁ ୧-୧୧/୨ ଇଞ୍ଚ ଖଣ୍ଡରେ କାଟି ରଖନ୍ତୁ | ଲଙ୍କା ଓ ଅଦାକୁ କାଟି ରଖନ୍ତୁ | ଦହି ଫେଣ୍ଟି ପିସ୍ତା ଓ କାଜୁ ବଟାରେ ମିଉଶାନ୍ତୁ | କରେଇରେ ତେଲ ଗରମ କରନ୍ତୁ ଓ ଜିରା, ଲବଙ୍ଗ,ଅଳେଇଚପକାନ୍ତୁ | ଫୁଟିଲେ ବଟା ପିଆଜ ପକାଇ ୩-୪ ମିନିଟ୍ ଭାଜନ୍ତୁ | କଞ୍ଚାଲଙ୍କା,ଅଦା ଓ ରସୁଣ ବଟା ପକାଇ ଆଉ ୬ ମିନିଟ୍ ଭାଜନ୍ତୁ | ତା ପରେ ମାଂସ ପକାଇ ଗୋଳାନ୍ତୁ | ମାଂସରୁ ପାଣି ବାହାରିଲେ ଦହି ଓ ପୋଦିନା ପକାଇ ଗୋଳାଇ ୧୫ ମିନିଟ୍ ମଧ୍ୟମ ଆଞ୍ଚରେ ଘୋଡାଇ ବସାନ୍ତୁ | କ୍ଷୀରରେ ସାଫ୍ରନ୍ ପକାଇ ମିଶାଇ ମାଂସରେ ଦିଅନ୍ତୁ | ଘୋଡଣୀ ଲଗାଇ ଚାରିପଟୁ ଅଟାରେ ବନ୍ଦ କରିଦିଅନ୍ତୁ | ୨୦-୩୦ ମିନିଟ୍ କମ୍ ଆଞ୍ଚରେ ବସାନ୍ତୁ | ତା ପରେ ଘୋଡଣୀ ଖୋଲି ଗୋଲମରିଚ ଗୁଣ୍ଡ,ଲୁଣ ଓ ଲେମ୍ବୁରସ ମିଶାଇ ସର୍ଭିଙ୍ଗ୍ ଡିସ୍କୁ କାଢିନ୍ତୁ |