ସାମଗ୍ରୀ:
(ଅଧକପ୍ ଅଟା ପାଣିରେ ଦଳି ନେଇ ୧୨ ଘଣ୍ଟା ରଖିବେ । ସେଥିରେ
ଦେଢ଼ କପ୍ ଅଟା ଦେଇ ୧୨ ଘଣ୍ଟା ପରେ ଦଳି ନେଇ ପୁରି ବେଲିବେ । ଗୁପ୍ଚୁପ୍
ବଟର କିମ୍ବା ହରିଲିକ୍ସ ଠିପିରେ ଗୁପ୍ଚୁପ୍ ଗୁଡ଼ିକ କାଟି ନେଇ ଛାଣି ରଖିବେ ।)
ପ୍ରସ୍ତୁତି : ସିଝା ଆଳୁ, ସିଝା ମଟର, ଲୁଣ, ଆମଚୁର କିମ୍ବା ଚାଟ ମସଲା,
ଭଜା ଜିରା ଓ ଲଙ୍କା ଗୁଣ୍ଡ, କଟାଧନିଆପତ୍ର ଦେଇ ଚକଟି ନେବେ । ଗୁପ୍ଚୁପ୍
ଗୁଡ଼ିକ ଟିକେ ଟିକେ ଫଟାଇ ଦେଇ ଏହି ପୁର ଟିକେ ଦେଇ ନିମ୍ନ ଲିଖିତ ପାଣିରେ
ତା ବୁଡାଇ ଖାଇବାକୁ ଦେବେ ।
(ଦୁଇ ଗ୍ଲାସ ପାଣିରେ ଧଳାଲୁଣ, କଳାଲୁଣ ୨ ଟି କାଗଜି ଲେମ୍ବୁରସ,
ଭଜା ଜିରା ଓ ହେଙ୍ଗୁ ଗୁଣ୍ଡ, କଞ୍ଚାଲଙ୍କା ଓ ପୋଦିନା ପତ୍ର ବଟା ଟିକେ ଚିନି ଦେଇ
ଭଲ ଭାବରେ ମିଶାଇ ନେବେ ।