ଉପାଦାନ: ହରଡ଼ ଡାଲି ୧ କପ୍, ହଳଦୀ ଗୁଣ୍ଡ ୧ ଚା ଚାମୁଚ, ଲଙ୍କା ଗୁଣ୍ଡ୧ ଚା’ ଚାମୁଚ, ତେନ୍ତୁଳି ରସ ୧ ଚାମୁଚ, ତେଲ ୧ ଟେବୁଲ୍ ଚାମୁଚ, ସୋରିଷ ଓ ଜିରା ୨ ଚା ଚାମୁଚ, ଅଦା ୨ ଇଞ୍ଚ ଚୁନା ଚୁନା କାଟନ୍ତୁ) , କଞ୍ଚାଲଙ୍କା ୨ ଟା( ଚୂନାଚୁନା କାଟନ୍ତୁ), ଗରମ ମସଲା ୧ ଚାମୁଚ, ହେଙ୍ଗୁ ଓ ଲୁଣ ଅନୁମାନ ମୁତାବକ ଧନିଆ ପତ୍ର ୪ଟା ଗଛ( ଚୁନା ଚୁନା କାଟନ୍ତୁ) ।
ପ୍ରସ୍ତୁତି; ଡେକ୍ଚିରେ ୪ କପ୍ ପାଣି ଦେଇ ଡାଲି, ଲୁଣ, ହଳଦୀ ପକାଇ ସିଝାନ୍ତୁ । ଡାଲି ସିଝି ଆସିଲେ ଏଥରେ ତେନ୍ତୁଳି ମଣ୍ଡ, ଲଙ୍କା ଗୁଣ୍ଡ ପକାଇଁ ଦିଅନ୍ତୁ । ଡାଲି ସିଝିବା ଦରକାର, କିନ୍ତୁ ଫିଟିବା ଉଚିତ ନୁହେଁ। ୧୦ ମିନିଟ୍ ପରେ ଡେକ୍ଚି ଓହ୍ଲାଇ ଚୁଲିରେ ପ୍ୟାନ୍ ବସାନ୍ତୁ ଏବଂ ତେଲ ପକାଇ ଗରମ କରନ୍ତୁ |ସେଥିରେ ସୋରିଷ ଓ ଜିରା ଫୁଟାନ୍ତୁ । ହେଙ୍ଗୁକୁ ଗୁଣ୍ଡ କରି ପକାନ୍ତୁ ଏବଂ ମିନିଟି ପରେ ଏଥିରେ ଡାଲିକୁ ବଘାରି ଦିଅନ୍ତୁ । ତା’ ପରେ ଏଥିରେ ଧନିଆପତ୍ର, କଞ୍ଚାଲଙ୍କାକୁ ପକାଇ ଘାଣ୍ଟି ଦିଅନ୍ତୁ ଏବଂ ଆଉ ୫ ମିନିଟ୍ ବୂଲିରେ ବସାଇ ଫୁଟାନ୍ତୁ ।ଚୂଲିରୁ ଓହ୍ଲାଇ ଉପରେ ଗରମ ମସଲା ପକାଇ ଘୋଡ଼ାଇ ଦିଅନ୍ତୁ। ପାଞ୍ଚ ମିନିଟ୍ ପରେ ଭାତ ବା ରୁଟି ସଙ୍ଗେ ବାଢ଼ନ୍ତୁ ।