ସାମଗ୍ରୀ:
୧କିଲୋଗ୍ରାମ୍ ଲାଉ
୧ଚାମଚ ଫୁଟଣ
ଅଧ କପ୍ ମୁଗଡାଲି
୬ଟା କଞ୍ଚାଲଙ୍କା
୨ଟେବୁଲ୍ ଚାମଚ ତେଲ
ଦରକାର ମୁତାବକ ଲୁଣ ଓ ହଳଦୀ
ପ୍ରସ୍ତୁତି:
ଲାଉ ସରୁସରୁ କରି କାଟ |ମୁଗଡାଲିକୁ ଶୁଖିଲା କଡାଇରେ ଭାଜି ନିଅ |କଡାଇରେ ତେଲ ଦେଇ ଫୁଟଣ ପକାଅ |ଫୁଟଣ ଫୁଟିଲେ ଡାଲି ଓ ଲାଉ ଦେଇ ଦିଅ |ଲୁଣ ହଳଦୀ ଗୋଳାଇ ଦେଇ ଢାଙ୍କୁଣି ଦେଇ ଦିଅ |ଲାଉ ଓ ଡାଲି ସିଝିଗଲେ କଞ୍ଚା ଲଙ୍କା ଜିରା ଦେଇ ତରକାରୀ ଓହ୍ଲାଇ ଦିଅ|