
ସାମଗ୍ରୀ :
ପନୀର୍ – ୨୫୦ ଗ୍ରାମ୍ (୨-୨ ୧/୨ଇଞ୍ଚ କଟା)
ସରୁ ଲମ୍ବାକଟା ପିଆଜ – ୨ଟି ବଡ଼
ସରୁ ଲମ୍ବାକଟା କ୍ୟାପ୍ସିକମ୍- ୧ଟି ବଡ଼
ସରୁ ଲମ୍ବାକଟା ଟମାଟୋ -୧ ବଡ଼
କର୍ଣ୍ଣଫ୍ଲୋର – ୨ ଟେ. ଚାମଚ
ପାଣି – ୧/୨ ରୁ ୧ କପ୍
ସରୁ ଲମ୍ବାକଟା କଞ୍ଚାଲଙ୍କା – ୩ଟି
ଗୋଲମରିଚ ଗୁଣ୍ଡ – ୧ ଚାମଚ
ଲୁଣ-ସ୍ବାଦାନୁସାରେ
ଧନିଆ ଗୁଣ୍ଡ- ୧ ଚାମଚ
ଟମାଟୋ ସସ୍-୧ ଟେ. ଚାମଚ
ଚିଲି ସସ୍-୧ ଟେ. ଚାମଚ
ସୋୟା ସସ୍ -୧/୨ ଟେ. ଚାମଚ
ରିଫାଇନ୍ ତେଲ-୨ କପ୍
କଟା ରସୁଣ- ୧/୨ ଟେ. ଚାମଚ
ପ୍ରଣାଳୀ :
କର୍ଣ୍ଣଫ୍ଲୋର, ଲୁଣ ଓ ପାଣି ମିଶାଇ ବହଳିଆରୁ ଟିକେ କମ୍ ମୋଟା ଆଣ ବନାନ୍ତୁ । କରେଇରେ ତେଲ ଗରମ କରି ପନୀର୍କୁ ଏଥରେ ଗୋଳାଇ ଛାଣି ରଖନ୍ତୁ । ତା’ପରେ କରେଇରେ ଅଳ୍ପ ତେଲ ଦେଇ କଟା ଲଙ୍କା, ପିଆଜ, ରସୁଣ ପକାଇ ୫ ମିନିଟ୍ ଭାଜିଲା ପରେ କ୍ୟାପ୍ସିକମ୍ ପକାଇ ୨ ମିନିଟ୍ ଭାଜିଲା ପରେ କଟା ଟମାଟୋ ପକାଇ ଘୋଡ଼ାଇ ଆଉ ୫ ମିନିଟ୍ ଭାଜନ୍ତୁ । ଏସବୁ ନରମ ହୋଇଗଲେ ପନୀର୍ ପକାନ୍ତୁ । ଧନିଆ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ୩ଟିଯାକ ସସ୍ ଓ ଅଳ୍ପ ପାଣି ଦେଇ ଗୋଳାଇ ମଧ୍ୟମ ଆଞ୍ଚରେ ଘୋଡ଼ାଇ ବସାଇ ପରେ ଦେଖନ୍ତୁ । ଲୁଣ ଦରକାର ହେଲେ ଦେବେ । ମସଲାସବୁ ମିଶିଗଲେ ପନୀର୍ ସହ ଗରମାଗରମ୍ ସର୍ଭ କରିବେ ।ରାଗ ପସନ୍ଦ ଥିଲେ ଲଙ୍କାଗୁଣ୍ଡ ମଧ୍ୟ ପକାଇପାରନ୍ତି ।