Author: Suchitra P

କାନିକା ଜଗନ୍ନାଥଙ୍କର ଏକ ପ୍ରଧାନ ଭୋଗ । ଏହା ଚାଉଳ, ଚିନି, ଘିଅ, ଲବଙ୍ଗ ଆଦି ମିଶାଇ ରାନ୍ଧି ତିଆରି କରାଯାଏ । ଏହା ପ‌ହିଲି ଭୋଗବେଳେ ଏବଂ ଅନ୍ୟ ଦିନେ ମଧ୍ୟ ତିଆରି ହୁଏ । ୧୯୧୦ ମସିହା ଯାଏ ଏହା ପରେ ଏହା ଗୋପାଳ ବଲ୍ଲଭ ଭୋଗର ଅଂଶ ଭାବେ ରନ୍ଧା ହୋଇଥାଏ । ଆବଶ୍ୟକ ସାମଗ୍ରୀ ଚାଉଳ – ୧ କିଲୋ-କୃଷ୍ଣଭୋଗ-ବାସୁମତି ଚିନି – ୩୫୦ ଗ୍ରାମ ଡାଳଚିନି – ୫୦ ଗ୍ରାମ ଲବଙ୍ଗ – ୫ ଗ୍ରାମ ଜାଇଫଳ – ୧/୨ ଚାମଚ ଗୁଣ୍ଡ କିସମିସ – ୫୦ ଗ୍ରାମ ଅଳେଇଚ – ୮ ଗୋଟା ବୁଟଡାଲି – ୧ ମୁଠା ତେଜପତ୍ର – ୨ ଗୋଟା ଘିଅ – ୨୦୦ ଗ୍ରାମ କିମ୍ବା ୩୦୦ ଗ୍ରାମ ପାଣି – ୨ କେଜି ବା ୨.୫ କେଜି ଲୁଣ – ପରିମାଣ ଟିକେ କମ୍ ପକାଇଲେ…

Read More

ଖେଚେଡ଼ି(ବା ଖେଚୁଡ଼ି) ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ, ତେବେ ଭାରତର ବାକି ଜାଗାରେ ମଧ୍ୟ ଏହା ଖିଆଯାଇଥାଏ । ତିଆରି କରିବାର ପ୍ରଣାଳୀ ଅଲଗା ଅଲଗା ଜାଗାରେ ଅଲଗା ପ୍ରକାର ହୋଇଥାଏ ଓ ନାମ ମଧ୍ୟ ଅଲଗା ହୋଇଥାଏ । ଓଡ଼ିଶାରେ ତିଆରି ଖେଚେଡ଼ି ଶୁଖିଲା ହୋଇଥାଏ ଓ ଏଥିରେ ଚିନିର ବ୍ୟବହାର ହୋଇଥାଏ । ଆବଶ୍ୟକ ସାମଗ୍ରୀ ଚାଉଳ ପରିବା ଡାଲି ଚିନି ମସଲା ପ୍ରସ୍ତୁତି ପ୍ରଣାଳୀ ପରିବା (ବିନ, ଗାଜର, ବିଟ ଆଦି)କୁ ଧୋଇ ତେଲ/ଘିଅରେ ଭାଜି ଦିଆଯାଏ । ଚାଉଳକୁ ଧୋଇ ଘିଅ/ତେଲରେ ଭାଜି ପରିବା, ଘିଅରେ ମସଲା ଭାଜି ଡାଲି ସହ ମିଶାଇ ପାଣି ଦେଇ ସିଝାଇ ଦିଆଯାଏ । ପରଷିବା ପୂର୍ବରୁ କିଛି ଚିନି ପକାନ୍ତୁ ।

Read More

ପଖାଳ (ପଖାଳ ଭାତ ନାମରେ ମଧ୍ୟ ଜଣା) ଭାତରେ ପାଣି ମିଶାଇ ତିଆରି କରାଯାଉଥିବା ଏକ ଓଡ଼ିଆ ଖାଦ୍ୟ । ଏହା ଜଗନ୍ନାଥ ମନ୍ଦିରରେ ତିଆରି ଛପନ ଭୋଗ ଭିତରୁ ଏକ । ପଖାଳ ଖରା ଦିନରେ ଓଡ଼ିଆ ଘରମାନଙ୍କରେ ଦେହରୁ ତାତି କମାଇବା ପାଇଁ ତଥା ପେଟ ଗରମ ଓ ଦେହରେ ପାଣି କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ଖିଆଯାଇଥାଏ । ଭାତକୁ ପାଣିରେ ପଖାଳି ତିଆରି କରାଯାଉଥିବାରୁ ଏହାକୁ ପଖାଳ କୁହାଯାଏ । ଏହାର ପାଣିକୁ ତୋରାଣି କୁହାଯାଏ । ପଖାଳ ଓଡ଼ିଶା ବ୍ୟତୀତ ଆସାମ, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ଼ରେ ମଧ୍ୟ ପ୍ରଚଳିତ । ଆସାମରେ ଏହାକୁ “ପୋଇତା ଭାତ”, ପଶ୍ଚିମ ବଙ୍ଗରେ “ପନ୍ତ ଭାତ”, ଝାଡ଼ଖଣ୍ଡ ଓ ବିହାରରେ “ମାରା ଭାତ” ଓ ଛତିଶଗଡ଼ରେ ପଖାଳ ବା “ବୋରେ ଭାତ” କହନ୍ତି । ତାମିଲନାଡୁରେ ଏହା ବକାଳ ବାତ ନାମରେ ଜଣା…

Read More

ପଲଉ ଏକ ପ୍ରକାରର ଅନ୍ନ ଜାତୀୟ ଖାଦ୍ୟ ଓ ଗରମ ପାଣିରେ ଚାଉଳକୁ ଶିଝାଇ ଏହା ପ୍ରସ୍ତୁତ କରାଯାଏ । କେତେକ ପ୍ରସ୍ତୁତି ପ୍ରଣାଳୀରେ ଚାଉଳକୁ ପ୍ରଥମେ ଟିକେ ତେଲରେ ଭାଜି ତାହା ସୁନେଲି ରଙ୍ଗର ହୋଇଯିବା ପରେ ତାହାକୁ ଗରମପାଣିରେ ଶିଝାଯାଏ । ପଲଉରେ ଭଜା ପିଆଜ, ଅନ୍ୟ ଭଜା ପରିବା, ମସଲା ଆଦି ମଧ୍ୟ ମିଶାଯାଏ । ସ୍ଥାନୀୟ ଲୋକଙ୍କ ପସନ୍ଦ ଅନୁସାରେ ପଲଉରେ ମାଛ, ମାଂସ, ପାସ୍ତା, କାଜୁ, ମଟର, ବିନ୍‍ସ୍, ଆଳୁ, ଗାଜର, କିଶ୍‍ମିଶ୍ ଆଦି ମଧ୍ୟ ମିଶାଯାଇପାରେ । ଭାରତରେ ଲୋକେ ମଧ୍ୟାହ୍ନ ବା ରାତ୍ରି ଭୋଜନ ପାଇଁ କେବେ କେବେ ପଲଉ ଉପଭୋଗ କରନ୍ତି, କିନ୍ତୁ ଭୋଜି ଓ ଉତ୍ସବରେ ପ୍ରାୟତଃ ପଲଉ ରନ୍ଧା ହୋଇଥାଏ । ପଲଉରୁ ବହୁ ପରିମାଣର ଶ୍ଵେତସାର ଓ ସ୍ନେହସାର ମିଳିଥାଏ । ପଲଉ ସହିତ କେହି କେହି ଦହି ବା ରାଇତା ଖାଇବା ପସନ୍ଦ କରନ୍ତି ।…

Read More