Author: Suchitra P

Prepare time: 7-8 Hrs Cook: 45 min Ready in: 45 min ଘୁଗୁନି ଏକ ପ୍ରକାର ଓଡ଼ିଆ ଖାଦ୍ୟ ıଏହା ତେବେ ଭାରତର ବିଭିନ୍ନ ଜାଗାରେ ମଧ୍ୟ ଖିଆଯାଇଥାଏ | Directions ୧୦୦ଗ୍ରାମ ମଟରକୁ ୧ ଘଣ୍ଟା ପାଣିରେ ବୋତୁରେଇ ରଖ | ତା ପରେ ତାକୁ ଶିଝାଇ କିଛି ଛୁଙ୍କ ଦିଅ | ସେଥିରେ ଅଦା,ରସୁଣ ଆଦି ମସଲା ବାଟି ତା ସହିତ ମିଶାଇଦିଅ |ତାପରେ ସେଥିରେ ବେସନ ୨୦ଗ୍ରାମ୍ ପାଣିରେ ଗୋଳେଇ ତାହାକୁ ସେଥିରେ ମିଶାଇଦିଅ |୧୦ ମିନିଟ ଫୁଟିଲା ପରେ ଏହାକୁ ତଳକୁ ଓହ୍ଲାଇ ଗରମ ମସଲାଗୁଣ୍ଡ ତା ସହିତ ମିଶାଇଦିଅ ıଏବେ ଘୁଗୁନି ପ୍ରସ୍ତୁତ ହେଇଗଲା |

Read More

Prepare time: 2 hr Cook: 15 min Ready in: 2 hr 15 min Ingredients ଅରୁଆ ଚାଉଳ ୨୫୦ଗ୍ରାମ ବିରି ଡାଲି ୧୦୦ ଗ୍ରାମ ଲୁଣ ସ୍ୱାଦ ଅନୁସାରେ ତେଲ ଆବଶ୍ୟକ ଅନୁସାରେ Directions ବିରି ଓ ଚାଉଳକୁ ୬ ଘଣ୍ଟା ପାଣିରେ ଭିଜାଇ ରଖ । ଏହାପରେ ଏହାକୁ ଧୋଇ ଚିକ୍କଣ କରି ବାଟି ଲୁଣ ଗୋଳାଇ ରଖ । ତାଉଆରେ ଅଳ୍ପ ତେଲ ଦେଇ ପତଳା ସାଇଜର ଚକୁଳି ପ୍ରସ୍ତୁତ କର । ଥରେ ଉଲଟାଇ ଦିଅ । ଏହାକୁ ଚଟଣୀ ସହିତ ଖାଇଲେ ଖୁବ ସ୍ୱାଦଯୁକ୍ତ ହୋଇଥାଏ ।

Read More

Prepare time: 30 min Cook: 30 min Ready in: 1 hr Ingredients ବ୍ରେଡ ସର ମିଶା କ୍ଷୀର ଏକ କପ୍ ଚିନି ଏକ କପ୍ ପାଣି ଦୁଇ କପ୍ ଛାଣିବାକୁ ତେଲ ଗୁଜୁରାତି ଗୁଣ୍ଡ କାଜୁ ଓ ଖିସମିସ୍ Directions ବ୍ରେଡରୁ ଚାରି କଡରେ ଥିବା ମାଟିଆ ଅଂଶକୁ କାଟି ବାହାର କରି ଦିଅନ୍ତୁ । ଏହି ଧଳା ବ୍ରେଡକୁ ଛିଣ୍ଡାଇ ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ । ସେଥିରେ ସର ମିଶା କ୍ଷୀର ଅଳ୍ପ ଅଳ୍ପ ଦେଇ ଅଟା ଚକଟିଲା ଭଳି ଚକଡ଼ି ଦିଅନ୍ତୁ। ତାପରେ ସେଇ ଚକଡ଼ାରୁ ଛୋଟ ଛୋଟ ବଲ୍ ଭଳି ପ୍ରସ୍ତୁତ କରନ୍ତୁ ଓ ସେଥିରେ ବଲ୍ ମଝିରେ କାଜୁ ବା ଖିସମିସ୍ ରଖି ଦିଅନ୍ତୁ । ପ୍ରସ୍ତୁତ ପ୍ରଣାଳୀ: ଗ୍ୟାସରେ କଡେଇ ବସାଇ ୨ କପ୍ ପାଣି ଓ ଏକ କପ୍ ଚିନି ଦେଇ ଫୁଟାନ୍ତୁ ଓ ସେଥିରେ…

Read More

Prepare time: 30 min Cook: 30 min Ready in: 1 hr ଆଳୁଦମ ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ ଅଟେ ଯାହାକୁ ଦହିବରା ସହିତ ଖାଇବାକୁ ଲୋକ ଭଲ ପାଆନ୍ତି । କଟକ ସହର ଦହିବରା-ଆଳୁଦମ ପାଇଁ ଖ୍ୟାତିଲାଭ କରିଛି । ଖାସ କରି ବିଡ଼ାନାସୀର ରଘୁ ଦହିବରା-ଆଳୁଦମ ଏକ ପରିଚିତ ନାଁ ଅଟେ । ଆଜି ଆଣିବା ଆଳୁଦମର ପ୍ରସ୍ତୁତି। ଆବଶ୍ୟକ ସାମଗ୍ରୀ ଆଳୁ ପିଆଜ ଅଦାବଟା ରସୁଣବଟା ଜିରାଗୁଣ୍ଡ ଧନିଆଗୁଣ୍ଡ ଲଙ୍କାଗୁଣ୍ଡ ହଳଦିଗୁଣ୍ଡ ଆବଶ୍ୟକ ଅନୁଯାୟୀ ତେଲ ଏବଂ ସ୍ୱାଦ ଅନୁଯାୟୀ ଲୁଣ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଆଳୁକୁ ଧୋଇ ସିଝାଇ ଦିଅନ୍ତୁ । ଆଳୁ ସିଝିଗଲା ପରେ ତା’ର ଚୋପା ଛଡ଼ାଇ ଚାରିଖଣ୍ଡ କରି କଟାଯାଏ । ଏଥର କଡ଼େଇରେ ତେଲ ପକାଇ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ଭାଜି ହୋଇଗଲେ ସେଥିରେ ଅଦାବଟା ଓ ରସୁଣବଟା ପକାଇ କିଛି ସମୟ…

Read More

ଚିକେନରେ ପ୍ରସ୍ତୁତ ଖାଦ୍ୟ ବା କାହାକୁ ପସନ୍ଦ ନୁହେଁ। ତରକାରୀ କିମ୍ବା ଛଣା ଚିକେନ୍ ଠାରୁ ପୋଡା ଚିକେନ୍ ଅଧିକ ଭିଟାମିନ୍ ଥାଏ ବୋଲି ଡାକ୍ତରମାନେ ମତ ଦିଅନ୍ତି। ପୋଡା ଚିକେନ୍ ତିଆରି କରିବା ଅତି ସହଜ ଅଟେ। ଜାଣିବା ଓଡ଼ିଶାର ଗାଁ କିମ୍ବା ଜଙ୍ଗଲ ଅଞ୍ଚଳରେ ପ୍ରସ୍ତୁତି ହେଉଥିବା ଚିକେନ ବେସର ପୋଡାର ପ୍ରସ୍ତୁତି। ଆବଶ୍ୟକ ସାମଗ୍ରୀ ଚିକେନ୍ ଦରାକର ଅନୁସାରେ ଅଦା ଓ ରସୁଣ ପେଷ୍ଟ କିଛି କଟା ପିଆଜ ଦରକାର ଅନୁସାରେ ଲୁଣ ଓ ହଳଦୀ ୫୦ ଗ୍ରାମ୍ ସୋରିଷ ତେଲ କିଛି ଲଙ୍କାଗୁଣ୍ଡ ,ଜିରାଗୁଣ୍ଡ ଓ ଧନିଆଗୁଣ୍ଡ ପୋଡିବା ପାଇଁ କଦଳିପତ୍ର କିମ୍ବା ଶାଳପତ୍ର ପ୍ରସ୍ତୁତି ପ୍ରଣାଳୀ କଟା ଚିକେନକୁ ଭଲ ଭାବରେ ଧୋଇ ସେଥିରେ ସୋରିଷ ତେଲ, ଅଦା ଓ ରସୁଣ ପେଷ୍ଟ, ସ୍ୱାଦ ଅନୁସାରେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଜିରାଗୁଣ୍ଡ ଓ ଧନିଆଗୁଣ୍ଡ ପକେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହି ଗୋଳା…

Read More

ଗୁଳ୍ମ ବା ଲତାର ପତ୍ରକୁ ଶାକ ବା ଶାଗ କୁହାଯାଏ । ଶାଗକୁ ମୁଖ୍ୟତଃ ଖାଦ୍ୟ ଭାବରେ ବ୍ୟବହାର କରାଯାଏ । ଏହାକୁ ଭାଜି, ଖରଡ଼ି ବା ତରକାରି କରି ସାଧାରଣତଃ ଭାତ ସହିତ ଖିଆଯାଇଥାଏ । କେତେକ ସ୍ଥାନରେ ଏହାକୁ ରୋଟି ସହିତ ମଧ୍ୟ ଖାଇଥାନ୍ତି । ମୁଖ୍ୟତଃ ଏହା ଭଜାଯାଇଥାଏ, କିନ୍ତୁ କେତେକ ପ୍ରକାର ଶାଗ ଡାଲି ସହିତ ବା ଅନ୍ୟାନ୍ୟ ରନ୍ଧନ ସାମଗ୍ରୀ ସହିତ ତରଳ ବା ତରକାରୀ ଆକାରରେ ପ୍ରସ୍ତୁତ କରାଯାଇଥାଏ । ଏହା ମଧ୍ୟ ଜଗନ୍ନାଥଙ୍କ ମହାପ୍ରସାଦରେ ବ୍ୟବହାର କରାଯାଇଥାଏ ।

Read More

ଆବଶ୍ୟକ ସାମଗ୍ରୀ ଚିକେନ୍ ପିସ୍ -୫୦୦ ଗ୍ରାମ୍ ବଡ଼ ପିଆଜ (ସରୁ ଲମ୍ବା କଟା) କ୍ୟାପସିକମ୍ – ୨ଟି (ସରୁ ଲମ୍ବା କଟା) କଞ୍ଚାଲଙ୍କା ସୋୟା ସସ୍ -୨ ଚାମଚ ଟମାଟୋ ସସ୍ -୨ ଚାମଚ ଚିଲି ସସ୍ -୨ ଚାମଚ ଲୁଣ-ସ୍ୱାଦ ଅନୁସାରେ ରିଫାଇନ୍ ତେଲ, ଅଦା ରସୁଣ-୧୨-୧୪ କୋଲା ଭିନେଗାର- ଅଧକପ୍ ଅଣ୍ଡା-୩ଟି ଚାଇନା ସଲ୍ଟ –୧/୨ ଚାମଚ କର୍ଣ୍ଣଫ୍ଲୋର- ୨-୩ ଟେବୁଲ-ଚାମଚ। ପ୍ରସ୍ତୁତି ପ୍ରଣାଳୀ ଅଦା-ରସୁଣକୁ ଛୋଟଛୋଟ କାଟି ବାଟି ଦିଅନ୍ତୁ । ବଟା ଯାଇଥିବା ଅଦା-ରସୁଣକୁ ଭିନେଗାର ସହ ମିଶେଇ ଚିକେନରେ ଗୋଳାଇ ଦିଅନ୍ତୁ । ଏହି ଚିକେନକୁ ୩-୪ ଘଣ୍ଟା ଫ୍ରିଜରେ ରଖିଦିଅନ୍ତୁ । କର୍ଣ୍ଣଫ୍ଲୋର ରେ ଲୁଣ, ଅଣ୍ଡା ମିଶାଇ ଭଲକରି ଫେଣ୍ଟି ଦିଅନ୍ତୁ । ଫ୍ରିଜଓ ଚିକେନ୍ କାଢ଼ି ଏହି କର୍ଣ୍ଣଫ୍ଲୋରରେ ମିଶାନ୍ତୁ । ତେଲ ଗରମ କରି ଏହି ଚିକେନ୍ ପିସ୍‌କୁ ଛାଣି ଦିଅନ୍ତୁ । ଯେମିତି ଚିକେନ୍ ପିସ୍‌…

Read More

Ingredients ଓଉ ଖଟା ନିମନ୍ତେ: ଓଉ – ୧ ଚିନି – ୧ କପ ହେଙ୍ଗୁ – ଅଧ ଚାମଚ ଫୁଟଣ – ଜିରା ଲଙ୍କା (ଶୁଖିଲା) – ୫ ରୁ ୭ ଟି Directions ଓଉକୁ ଧୋଇ ସଫା କରାଯାଇଥାଏ । ତାକୁ ଛୁରିରେ ଲମ୍ବା ସରୁ ସରୁ ଖଣ୍ଡ କରି କଟାଯାଇଥାଏ । ଚୁଲିରେ କଡ଼େଇ ବସାଇ ତାହା ଗରମ ହୋଇଗଲେ ସେଥିରେ ୧-୨ ଚାମଚ ତେଲ ଢଳାଯାଇଥାଏ । ଏଥିରେ ଫୁଟଣ ଓ ଶୁଖିଲା ଲଙ୍କା ପକାଇ ଭଜାଯାଇଥାଏ । ତାହାପରେ ହେଙ୍ଗୁ ପକାଇ ଅଳ୍ପ ବଘାରି ସେଥିରେ ଓଉକୁ ପକାଇ ଢାଙ୍କି ଦିଆଯାଇଥାଏ । ଏହା ସିଝି ଆସିଲେ ସେଥିରେ ଅଳ୍ପ ପାଣି ଓ ଚିନି ପକାଇ ଦେଇ ୫ ରୁ ୧୦ ମିନଟ ବସାଯାଇଥାଏ । ତାହାପରେ ଚୁଲିର ଆଞ୍ଚ କମ କରି ସେଥିରେ କଟା ଧଣିଆ ପତ୍ର ଓ ଜିରା ଗୁଣ୍ଡ ଛିଞ୍ଚି…

Read More

ଆବଶ୍ୟକ ସାମଗ୍ରୀ: ବିରି – ୨୫୦ ଗ୍ରାମ ବନ୍ଧାକୋବି – ୨୫୦ ଗ୍ରାମ କଞ୍ଚାଲଙ୍କା – ୨ଟା କଳାଜିରା – ୨ ଚାମଚ୍ ତେଲ – ଛାଣିବା ପାଇଁ ଲୁଣ – ସ୍ୱାଦ ଅନୁସାରେ ପ୍ରସ୍ତୁତି ପ୍ରଣାଳୀ: ବିରିକୁ କିଛି ପାଣିରେ ବତୁରାଇଦିଅ । ବିରି ବତୁରିଲା ପରେ ଚିକ୍କଣ କରି ବାଟ । ବନ୍ଧାକୋବିକୁ ଧୋଇ ଚୁନାଚୁନା କରି କାଟି ଦିଅ । ବିରିବଟା ରେ ବନ୍ଧାକୋବି, ପିଆଜ ଓ କଞ୍ଚାଲଙ୍କାକୁ ମିଶାଇ ଗୋଳାଇଦିଅ । ସେଥିରେ ଲୁଣ ଓ କଳାଜିରା ମିଶାଇଦିଅ । ତେଲ କଡାଇରେ ଗରମ କର ଓ ଏହି ବିରିଗୋଳାକୁ ଗୋଲ୍ ଗୋଲ୍ କରି ବରା ଆକାରରେ ଛାଣ । ଗରମ ଗରମ ପରଷିଦିଅ ।

Read More

ଭାତ ପୁର୍ବ ଓ ଦକ୍ଷିଣ ଭାରତର ଏକ ମୁଖ୍ୟ ଖାଦ୍ୟ । ଆବଶ୍ୟକ ସାମଗ୍ରୀ ଚାଉଳ – (ଉସୁନା କିମ୍ବା ଅରୁଆ) ପାଣି ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଚାଉଳକୁ ଭଲଭାବରେ ଧୋଇ,ଗୋଡି ବଛା ଯାଇଥାଏ । ହାଣ୍ଡିରେ ଅଧା ପର୍ଯ୍ୟନ୍ତ ପାଣି ଫୁଟାଇ ସେଥିରେ ବଛା ହେଇଥିବା ଚାଉଳ ପକାନ୍ତୁ ଓ ହାଣ୍ଡି ଉପରେ ଘୋଡଣି ଘୋଡେଇ ଦିଅନ୍ତୁ । ଅଧ ଘଣ୍ଟା ଭିତରେ ଭାତ ତିଆରି ହୋଇଯିବ । ଉସୁନା ଚାଉଳ ହୋଇଥିଲେ ଭାତ ହବା ପାଇଁ ଅଧିକ ସମୟ ନେଇଥାଏ । ଅରୁଆ ଚାଉଳରେ ଭାତ ଶୀଘ୍ର ହୋଇଥାଏ ।

Read More