Author: Suchitra P

ସାମଗ୍ରୀ : ବଡ଼ ସାଇଜ୍‌ ସ୍ଲାଇସ୍‌ ବ୍ରେଡ୍‌- ୮ଟି ମସ୍‌ରୁମ୍‌ -୨ ୫୦ ଗ୍ରାମ୍‌ ସିଝାଆଳୁ-୩ଟି ବଡ଼ ପିଆଜ- ୨ଟି (କଟା) ଗ୍ରୀନ୍‌ ମଟର -୧ ଟେବୁଲ୍‌-ଚାମଚ କଟା ଟମାଟୋ-୧ ଟେବୁଲ୍‌-ଚାମଚ କଟା ଧନିଆ ପତ୍ର- କିଛି ଚାଟ୍‌ ମସଲା- ୧ ଛୋଟ ଚାମଚ ରିଫାଇନ୍‌ -୧ ଛୋଟ ଚାମଚ ଲୁଣ- ଅଳ୍ପ ବଟର୍‌ – ୧ ଛୋଟ ଚାମଚ ପ୍ରଣାଳୀ : କରେଇରେ ତେଲ ଗରମ କରି ହଳଦିପାଣିରେ ଧୁଆ ହୋଇ ଚିପୁଡ଼ା ହୋଇଥିବା ଛତୁ, ପିଆଜ, ଲଙ୍କା, ଟମାଟୋ, ଲୁଣ ଟିକେ ଦେଇ ଭଲକରି ଭାଜି, ଛତୁ ସିଝିବାଯାଏଁ ଭାଜି ରଖନ୍ତୁ । ଏଥୁରେ ସିଝାଆଳୁ ଓ ଚାଟ୍‌ ମସଲା, ଧନିଆ ପତ୍ର ପକାଇ ଚକଟି ରଖନ୍ତୁ । ପ୍ୟାନ୍ ଗରମ କରି ହାଲ୍‌କା ବଟର୍‌ ଲଗାଇ ବ୍ରେଡ୍‌ଗୁଡ଼ିକୁ ଦୁଇପଟରୁ ହାଲ୍‌କାଭାବେ ଭାଜି ମଝିରେ ଆଳୁ-ଛତୁ ମିଶ୍ରଣ ଭଲଭାବେ ଲଗାଇ ଉପରୁ ଆଉ ଗୋଟିଏ ବ୍ରେଡ୍‌ ପିସ୍‌ ଲଗାଇ…

Read More

ସାମଗ୍ରୀ : ଖୁଆ-୫୦୦ ଗ୍ରାମ୍‌ କ୍ଷୀର -୨ କପ୍‌ (ବହଳିଆ କ୍ଷୀର) ଗୁଣ୍ଡ ଚିନି -୧ କପ୍‌ ଘିଅ- ଅଧା କପ୍‌ ଗୁଜୁରାତି ଗୁଣ୍ଡ-୨ ଚାମଚ ପିସ୍ତା ଓ କାଜୁ ଗୁଣ୍ଡ-୨ ଚାମଚ କେଶର-୧ ଚାମଚ ପ୍ରଣାଳୀ : କେଶରକୁ ଅଳ୍ପ ଉଷୁମ କ୍ଷୀରରେ ପକାଇ ମିଶାଇ ବାକି କ୍ଷୀରରେ ଢାଳ । ଚିନି, ଘିଅ ଓ କ୍ଷୀର ମିଶାଇ ଚୁଲିରେ ବସାଅ । ଗୁଜୁରାତି ଗୁଣ୍ଡ ପକାଅ । ଖୁଆକୁ ଭଲକରି ହାତରେ ଗୁଣ୍ଡ କରି ଅଳ୍ପ ଅଳ୍ପ ପକାଇ ଗୋଳାଉଥାଅ । ମିଶ୍ରଣ ଶୁଖିଆସିଲେ ଥଣ୍ଡା କରି ହାତରେ ଗୋଲ୍‌ ଗୋଲ୍‌ ଚେପ୍‌ଟା ଆକାରରେ କରି ମଝିରେ ପିସ୍ତା ଓ କାଜୁ ଗୁଣ୍ଡ ଦେଇ ହାତରେ ଚାପିଦିଅ । ଥଣ୍ଡା ହେଲେ ଫ୍ରିଜ୍‌ରେ ରଖୁଦିଅ । ସେଟ୍‌ ହୋଇଯିବ ।

Read More

ଉପକରଣ : ଲେମ୍ବୁ -୪୦ଟି ( ପାଚିଲା) ସୋରିଷତେଲ-୧/୨କେଜି. ସୋରିଷ-୧୦୦ ଗ୍ରାମ୍‌ ଧନିଆଗୁଣ୍ଡ-୧୦୦ ଗ୍ରାମ୍‌ ପାନମହୁରି-୧୦୦ ଗ୍ରାମ୍‌ ଲଙ୍କାଗୁଣ୍ଡ- ୧୦୦ ଗ୍ରାମ୍‌ ହଳଦୀ ଗୁଣ୍ଡ-୫୦ ଗ୍ରାମ୍‌ ମେଥି-୨୫ ଗ୍ରାମ୍‌ କଳାଜିରା-୨୫ ଗ୍ରାମ୍‌ ହେଙ୍ଗୁ-ଟିପେ ଲୁଣ-ସ୍ଵାଦାନୁସାରେ ପ୍ରଣାଳୀ : ଲେମ୍ବୁକୁ ଲୁଣ ଦେଇ ଗୋଟିଏ ଡବାରେ ପୂରାଇ ଖରାରେ ରଖନ୍ତୁ । ପ୍ରତିଦିନ ଡବା ହଲାଉଥିବେ । ୭ ଦିନ ପରେ ଲେମ୍ବୁ ନରମିଯିବ । ଏହାକୁ କାଢ଼ି ଦୁଇଟା ଚିରା ଲଗାଇ ରଖିବେ । ଲେମ୍ବୁ ପୂରା ଯେମିତି କଟିନଯାଏ । ପୁଣି ଏହି ଲେମ୍ବୁକୁ ଆଉ ଦୁଇଟି ଖରା ଦେବେ । ପାନମହୁରି, ମେଥି ଓ କଳାଜିରାକୁ ମିଶାଇ ହାଲକା କରି ଭାଜିବେ । ସୋରିଷ ସହ ମିଶାଇ ସବୁକୁ ଗୁଣ୍ଡ କରିବେ । ତେଲରେ ହେଙ୍ଗୁ ପକାଇ ଫୁଟାଇ ଥଣ୍ଡା କରିବେ । ସେଥ୍ରେ ମସଲାସବୁ ଗୋଳାଇ ଲେମ୍ବୁ ଡବାରେ ଭରନ୍ତୁ । ଏହି ସ୍ଟଫଡ୍ ଲେମ୍ବୁକୁ ଡବାରେ…

Read More

ସାମଗ୍ରୀ: ଯେ କୌଣସି ଶୁଖିଲା ଖାଦ୍ୟ ବଳକା ଭଜା–୧ କପ୍‌ ପିଆଜକଟା-୧/୨ କପ୍ ଟମାଟୋ-୧/୨କପ୍‌ ଧନିଆପତ୍ର ଓ କଟା ଲଙ୍କା-୧ ଟେବୁଲ୍‌-ଚାମଚ ସୁଜି–୧ କପ୍‌ ଦହି- ୧ କପ୍ ତେଲ- ଭାଜିବା ପାଇଁ ପ୍ରଣାଳୀ: ଦହି,ସୁଜି ଓ ଲୁଣ ପକାଇ ଅଳ୍ପ ପାଣି ଦେଇ ବହଳିଆ ମିଶ୍ରଣ ପ୍ରସ୍ତୁତ କରନ୍ତୁ | ବଳକା ପରିବା ଓ ଅନ୍ୟାନ୍ୟ ସାମଗ୍ରୀ ମିଶାନ୍ତୁ | ତାୱା ଗରମ କରି ତେଲ ପକାନ୍ତୁ | ଏବେ ଏକ ବଡ ଚାମଚ ଆଣ ଦେଇ ଚକୁଳି ପରି ପକାନ୍ତୁ | ୨ମିନିଟ୍ ପରେ ଆରପଟ ସେକନ୍ତୁ | ହୋଇଗଲେ ଚଟଣି ସହ ପରଶନ୍ତୁ |

Read More

ସାମଗ୍ରୀ : ବାସୁମତୀ ଚାଉଳ-୨ କପ୍‌ ତେଜପତ୍ର- ୧ଟି ଲବଙ୍ଗ -୩ଟି କାଜୁ ଭଜା-୨୦ ଗ୍ରାମ୍‌ ବାଦାମ-୨୦ ଗ୍ରାମ୍‌  ସୋରିଷ-୧ ଚାମଚ ଚିନି-୧ ଚାମଚ ଦହି-୧ କପ୍‌ ଘିଅ-୨ ଚାମଚ ଲୁଣ-ସ୍ବାଦାନୁସାରେ ପ୍ରଣାଳୀ : ୨ କପ୍‌ ଚାଉଳରେ ଆବଶ୍ୟକ ପାଣି ଦେଇ ୧/୨ ଘଣ୍ଟା ପାଇଁ ବତୁରାଇ ରଖି ଛାଣି ଅଲଗା ରଖନ୍ତୁ । ଘିଅ ଗରମ କରି ଗୋଟା ମସଲା ଓ ତେଜପତ୍ର ପକାନ୍ତୁ । ଏଥର ଚାଉଳ ଓ ଲୁଣ, ହଳଦି, ଚିନି ପକାଇ ମଧ୍ୟମ ଆଞ୍ଚରେ ୨-୩ ମିନିଟ୍‌ ଭାଜନ୍ତୁ । ତା ପରେ ୪ କପ୍‌ ପାଣି ଦେଇ ଘୋଡ଼ଣୀ ଲଗାଇ କମ୍‌ ଆଞ୍ଚରେ ୧୦-୧୫ ମିନିଟ୍‌ ରାନ୍ଧନ୍ତୁ । ହୋଇଗଲେ ଚୁଲିରୁ କାଢ଼ି ଘୋଡ଼ଣୀଲଗା ଅବସ୍ଥାରେ ୫-୭ ମିନିଟ୍‌ ରଖନ୍ତୁ । କାଢ଼ି ଉଷୁମ ହେବାଯାଏଁ ରଖନ୍ତୁ । ତା ପରେ ସେଥିରେ ଦହି, ବାଦାମ ଓ କାଜୁ ଗୋଳାଇଦିଅନ୍ତୁ ଓ ପ୍ଲେଟ୍‌କୁ…

Read More

ସାମଗ୍ରୀ : ବ୍ରେଡ୍‌ -୪ ପିସ୍‌ (ଛୋଟଖଣ୍ଡରେ କଟା) ଛତୁ -୨୫୦ ଗ୍ରାମ୍‌ ହଳଦି, ଲୁଣ- ସ୍ଵାଦାନୁସାରେ ଛୋଟକଟା ପିଆଜ-୧ ଟେବୁଲ୍‌-ଚାମଚ ଛୋଟକଟା ଗାଜର-୧ ଟେବୁଲ୍‌-ଚାମଚ ମଟର-୧ ଟେବୁଲ୍‌-ଚାମଚ ଚୂନାକଟା ବିନ୍‌ – ୧ ଟେବୁଲ୍‌-ଚାମଚ ଛୋଟକଟା ଫୁଲକୋବି-୧ ଟେବୁଲ୍‌-ଚାମଚ ବଡ଼ଫାଳ ଚଣାଡାଲି- ଅଳ୍ପ ଭଜା ଚିନାବାଦାମ- ଅଳ୍ପ ଭୃସଙ୍ଗ ପତ୍ର- ଅଳ୍ପ କଞ୍ଚାଲଙ୍କା କଟା- ଅଳ୍ପ ଜିରାଗୁଣ୍ଡ ଓ ଚାଟ୍‌ ମସଲା ରିଫାଇନ୍‌ ତେଲ- ୩-୪ ଛୋଟ ଚାମଚ ପ୍ରଣାଳୀ : କରେଇରେ ତେଲ ଗରମ କରି ଫୁଟଣ, ଡାଲିଫାଳ (ଧୁଆ), ବାଦାମ ମଞ୍ଜି, ଭୁର୍ସୁଙ୍ଗ ପତ୍ର ଓ ଲଙ୍କାକଟା ପକାଇ ଫୁଟାନ୍ତୁ । ଏହାପରେ ପିଆଜ ପକାଇ ୩-୪ ମିନିଟ୍‌ ଭାଜିବା ପରେ ଅନ୍ୟ ପରିବା, ଲୁଣ, ହଳଦି, ଜିରାଗୁଣ୍ଡ ପକାଇ ପରିବା ସିଝିବାଯାଏଁ ଘୋଡ଼ାଇ ଭାଜନ୍ତୁ । ଛତୁକୁ ହଳଦି-ଲୁଣପାଣିରୁ ଚିପୁଡ଼ି ଅଲଗା କରି ଭଲକରି ଭାଜି ଏଥିରେ ମିଶାନ୍ତୁ । ସବୁ ପରିବା ମିଶି ଭାଜି…

Read More

ସାମଗ୍ରୀ : ସୁଜି-୧/୨କପ୍‌ ସାଦା ସିମେଇ ଓ ଷ୍ଟାର୍‌ ସିମେଇ-୧/୨କପ୍‌ ଭାଜିବା ପାଇଁ ଘିଅ-୨ ଛୋଟ ଚାମଚ ଛୋଟ ଅଳେଇଚ- ୨ -୩ଟି ତେଜପତ୍ର -୨ଟି ଚିନି- ୧/୨ କପ୍‌ ଲୁଣ- ଅଳ୍ପ କ୍ଷୀର-୧ ଲିଟର (ମାରି ଅଧା କରିବେ) କାଜୁ / କିସ୍‌ମିସ୍‌ ଭଜା- ଅଳ୍ପ ପ୍ରଣାଳୀ : କରେଇରେ ଘିଅ ଗରମ କରି ଅଳେଇଚ ଓ ତେଜପତ୍ର ପକାଇ ସିମେଇ ଦୁଇ ପ୍ରକାରର ପକାଇ ଭାଜି ରଖନ୍ତୁ । ସୁଜିକୁ ଅଲଗା ହାଲ୍‌କା ବାଦାମୀ କରି ଭାଜି ଏଥିରେ ମିଶାନ୍ତୁ । ଲୁଣ ଓ ପାଣି ଦେଇ ସିଝାନ୍ତୁ । ସିଝିଗଲେ ଓ ପାଣି ମରିଆସି ଅଳ୍ପ ଥିଲେ ଚିନି ଓ ବହଳିଆ କ୍ଷୀର, ଭଜା କାଜୁ-କିସ୍‌ମିସ୍‌ ଆଦି ପକାଇ ଫୁଟାନ୍ତୁ । କ୍ଷୀର ପରି ବହଳିଆ ହୋଇଆସିଲେ ଥଣ୍ଡା ବା ଗରମ ସର୍ଭ କରନ୍ତୁ ।

Read More

ସାମଗ୍ରୀ : ଅଟା-୧/୨କପ୍‌ ବେକିଙ୍ଗ ପାଉଡ଼ର-୧/୪ ଚାମଚ ଗୋଲମରିଚ ପାଉଡ଼ର-୩ ବଡ଼ ଚାମଚ ଗୋଲମରିଚ ଗୁଣ୍ଢ-୧/୪ ଚାମଚ ଲୁଣ-ସ୍ଵାଦାନୁସାରେ ରିଫାଇନ୍‌–୧ ଚାମଚ ସିଝା ଆଳୁ କ୍ୟୁବ୍ ସାଇଜର କଟା-୧କପ୍‌ କଟାପିଆଜ -୧/୨କପ୍‌ ଗଜାମୁଗ- ୨ବଡ଼ ଚାମଚ ଡାଳିମ୍ବ ମଞ୍ଜି-୨ ବଡ଼ ଚାମଚ ଦହି- ୧/୨କପ୍‌ ଚାଟ୍‌ ମସଲା- ୩ ଚାମଚ ଧନିଆ ଚଟଣି-୧ ଚାମଚ ଲଙ୍କାଗୁଣ୍ଡ ଓ ଲୁଣ-ସ୍ଵାଦାନୁସାରେ ପ୍ରଣାଳୀ : ଅଟାରେ ବେକିଙ୍ଗ ପାଉଡ଼ର, ଦହି ଓ ଗୋଲମରିଚ ଗୁଣ୍ଡ ଓ ଲୁଣ ଦେଇ କଡ଼ା କରି ଦଳନ୍ତୁ ୧୦ଟି ଗୁଳା କରି ବେଲନ୍ତୁ । ପତଳା କରି ବେଲି ମଝିରୁ ଫୋଡ଼ି ଫୋଡ଼ି ଦିଅନ୍ତୁ । ଦୁଇ ପଟରେ ରିଫାଇନ୍‌ ଲଗାଇ ୨୦୦°ରେ ଓଭାନ୍ ରେ ୮-୧୦ ମିନିଟ୍‌ ସେକନ୍ତୁ । ଗୋଟିଏ ପ୍ଲେଟ୍‌ରେ ସଜାଇ ରଖି ତା” ଉପରେ ଉପରୋକ୍ତ ସାମଗ୍ରୀ ସଜାଇ ରଖି ପରଶନ୍ତୁ ।

Read More

ସାମଗ୍ରୀ : ପନୀର୍‌- ୬୦୦ ଗ୍ରାମ୍‌ ମଟର ( ମଞ୍ଜି)- ୨୦୦ ଗ୍ରାମ୍‌ ପିଆଜ- ୨ଟି ବିଲାତି -୪ଟି (ପ୍ୟୁରୀ) ଘିଅ ବା ତେଲ- ୧୦୦ ଗ୍ରାମ୍‌ ବଡ଼ ଅଳେଇଚ-୧ଟି ଛୋଟ ଅଳେଇଚ- ୫ଟି ଲବଙ୍ଗ- ୫ଟି ଡାଲ୍‌ଚିନି-୧ ଇଞ୍ଚ ତେଜପତ୍ର ୧ଟି ଜାଇତ୍ରୀ ଗୁଣ୍ଡ-୧/୪ ଚାମଚ କଟା ଅଦା-୧ ଚାମଚ ଲଙ୍କାଗୁଣ୍ଡ–୧ ଚାମଚ କଞ୍ଚାଲଙ୍କା- ୨ଟି (କଟା) ହଳଦି-୧/୨ଚାମଚ ଅଦାବଟା-୧ ଟେ. ଚାମଚ ରସୁଣ ବଟା–୧ ଟେ. ଚାମଚ ଗରମ ମସଲା -୨ ଚାମଚ ଲୁଣ-ସ୍ଵାଦାନୁସାରେ ଧନିଆ ପତ୍ର -୧ ଚାମଚ ପ୍ରଣାଳୀ : ପନୀର୍‌କୁ ୧ ଇଞ୍ଚ ଖଣ୍ଡରେ କାଟି ରଖନ୍ତୁ । ଫ୍ରେସ୍‌ ଗ୍ରୀନ୍‌ ମଟର ଛଡ଼ାଇ ରଖନ୍ତୁ । ବିଲାତି ଓ ପିଆଜକୁ ଛୋଟ ଛୋଟ କାଟି ରଖନ୍ତୁ । କରେଇରେ ଘିଅ ଗରମ କରନ୍ତୁ । ସେଥୁରେ ଗୋଟା ଗରମ ମସଲା ପକାଇ ଫୁଟାନ୍ତୁ । ଏଥର କଟା ପିଆଜ, ଅଦା, ଲଙ୍କା ପକାଇ…

Read More

ସାମଗ୍ରୀ : ବୁଟ ଡାଲି- ୧ କପ୍‌ ଚୋପାଛଡ଼ା ଗୋଟା ବିରି-୧/୨କପ୍‌ ତଡ଼କା ମୁଗ (ଗୋଟା)- ୧/୨କପ୍‌ ବଡ଼ ପିଆଜ-୨ଟି (କଟା) ଛେଚା ଅଦା-ରସୁଣ-୧ ଟେ. ଚାମଚ ଛୋଟକଟା କଞ୍ଚାଲଙ୍କା -୪ଟି ଗୋଲମରିଚ ଓ ଡାଲ୍‌ଚିନି ଗୁଣ୍ଡ- ୧/୨ଚାମଚ ଅଣ୍ଡା -୨ଟି ହଳଦି-୧/୨ଚାମଚ ଲୁଣ-ସ୍ୱାଦାନୁସାରେ କସ୍ତୁରୀ ମେଥି-ଅଳ୍ପ ରାଇ ସୋରିଷ-୧ ଚାମଚ ଚିନି-୧/୨ ଚାମଚ ବଟର୍‌-୧ ଚାମଚ ଟମାଟୋ କଟା-୧/୨ କପ୍‌ ପ୍ରଣାଳୀ : ଡାଲିସବୁକୁ ୩ ଘଣ୍ଟା ପାଣିରେ ବତୁରାଇ କୁକର୍‌ରେ ହଳଦି, ଲୁଣ, ପାଣି ଦେଇ ୨ଟି ସିଟି ମାରି ସିଝାଇ ରଖନ୍ତୁ । କରେଇରେ ତେଲ ଗରମ କରି ସୋରିଷ ଫୁଟାନ୍ତୁ । କଟାଲଙ୍କା, ଛେଚା ଅଦା-ରସୁଣ ପକାଇ ବାସ୍ନା ବାହାରିବାଯାଏଁ ( ୨-୩ ମିନିଟ) ଭାଜନ୍ତୁ । ଏଥର ପିଆଜ ପକାଇ ଲୁଣ ଦେଇ ଆଉ ୫ ମିନିଟ୍‌ ଭାଜନ୍ତୁ । ପିଆଜ ନରମ ହୋଇଗଲେ କଟା ଟମାଟୋ ପକାଇ ୨-୩ ମିନିଟ୍‌ ଭାଜନ୍ତୁ ।…

Read More