
ସମଗ୍ରୀ :
ଗାଜର- ୬୦୦ ଗ୍ରାମ୍
କ୍ଷୀର-୭୫୦ ମିଲି
ଚିନି-୧୫୦ଗ୍ରାମ୍
ଘିଅ -୭୫ ଗ୍ରାମ୍
ଅଳେଇଚ ଗୁଣ୍ଡ-୨ ଚିମୁଟା
ପିସ୍ତା-୨ ଚାମଚ
କାଜୁ-୨ ଚାମଚ
କିସ୍ମିସ୍-୧ ଟେବୁଲ୍-ଚାମଚ
ପ୍ରଣାଳୀ :
ଗାଜରକୁ କୋରି କ୍ଷୀର ସହ ପ୍ୟାନ୍ରେ ଦେଇ ଆଞ୍ଚରେ ବସାନ୍ତୁ | ସବୁ କ୍ଷୀର ମରିଗଲେ ଅଳ୍ପ ଅଳ୍ପ କରି ଘିଅ ପକାଇ ଭଲଭାବେ ମିଶି ଲାଲ୍ ହେବା ଯାଏଁ ଭାଜନ୍ତୁ | ଶେଷରେ କାଜୁ ,କିସ୍ମିସ୍ ଓ ବାଦାମ ପକାଇ ଆଉ ୧୦ ମିନିଟ୍ ଗୋଳାଇ ଭାଜି ପ୍ଲେଟ୍କୁ କାଢନ୍ତୁ | ଉପରୁ ଗୁଜିରାତି ଅଳେଇଚ ଗୁଣ୍ଡ ଓ ବଳକା କାଜୁ କିସ୍ମିସ୍ପକାଇ , ସିଲ୍ଭର୍ ବର୍କ ଲଗାଇ ସର୍ଭ କରନ୍ତୁ |