
ସାମଗ୍ରୀ :
ଅରୁଆ ଚାଉଲ ଗୁଣ୍ଡ-୩ କପ୍
ପାଣି- ୪ କପ୍
ଲୁଣ-୧ ଛୋଟ ଚାମଚ
କଳାଜିରା,ଯୁଆଣି-ଅଳ୍ପ
ମେଥିଶାଗ(ପତ୍ର)-୧କପ୍
ପ୍ରଣାଳୀ:
ଅରୁ ଆଚାଉଳକୁ ଧୋଇ ୩ ଘଣ୍ଟା ବତୁରାଇ ଛାଣି ନିଗାଡି ଆଳ୍ପ ଶୁଖିଲା ଭଲକରି ଗୁଣ୍ଡ କରି ରଖନ୍ତୁ (ଏହାକୁ ଫ୍ରିଜ୍ର୍ ରଖିଦେବେ ) | ଗୋଟିଏ ଖୋଲାମୁହାଁ ଡେକ୍ଚିରେ ପାଣି ଓ ଲୁଣ ଦେଇ ଫୁଟାନ୍ତୁ | ଏହି ଗୁଣ୍ଡ ପକାଇ ଗୋଳାଇ ଗୋଳାଇ ଜନ୍ତନ୍ତୁ |ପାଣି ମରିଗଲେ କାଢି ଥଣ୍ଡା କରନ୍ତୁ | ଅଳ୍ପ ଉଷୁମ ପାଣି ହାତ କରି ଦଳି ନରମ କରନ୍ତୁ | କଳାଜିରା ,ଯୁଆଣି, ମେଥିଶାଗଆଦି ପକାଇ ଦଳି ରଖନ୍ତୁ | ବେଲଣାରେ ବେଲି ରୁଟି ପରି କରନ୍ତୁ | ଏହା ପୂରା ପତଳା ହେବନି | ସାବଧାନରେ କରିବେ ,ନହେଲେ ଫାଟିଯିବ | ନନ୍ଷ୍ଟିକ୍ ତାୱା ଗରମ କରି ଦୁଇପଟ ଭଲକରି ସେକି କାଢନ୍ତୁ | ତରକାରି ବା ତଟଣି ସହ ପରଶନ୍ତୁ |