
ସାମଗ୍ରୀ :
- ମାଂସ – ୬୦୦ ଗ୍ରାମ୍
- ପିଆଜ – ବଡ଼ ୨ଟି
- ଲବଙ୍ଗ – ୬ଟି
- ଅଳେଇଚ – ୮ଟି
- ଜିରା – ୧ ଟେବୁଲ୍ ଚାମଚ
- ଡାଲଚିନି -୨ ଇଞ୍ଚ
- ଜାଇଫଳ- ୪ ଭାଗରୁ ୧ ଭାଗ
- ଧନିଆ ଗୁଣ୍ଡ -୨ ଟେବୁଲ୍ ଚାମଚ
- ଲୁଣ – ସ୍ବାଦାନୁସାରେ
- ତେଲ – ୪ ଟେବୁଲ୍ ଚାମଚ
- ତେଜପତ୍ର – ୨ଟି
- ଅଦା ବଟା – ୨ ଟେବୁଲ୍ ଚାମଚ
- ରସୁଣ ବଟା -୨ ଟେବୁଲ୍ ଚାମଚ
- ଲଙ୍କାଗୁଣ୍ଡ -୧ ଚାମଚ
- ହଳଦି-୨ ଚାମଚ
- ନଡ଼ିଆ ବଟା – ୩ ଟେବୁଲ୍ ଚାମଚ
- ପୋସ୍ତ ବଟା – ୩ ଟେବୁଲ୍ ଚାମଚ
- ଧନିଆ ପତ୍ର କଟା – ୧ ଟେବୁଲ୍ ଚାମଚ
-
ପ୍ରଣାଳୀ-
ପ୍ରଥମେ ୧ ଇଞ୍ଚ ଖଣ୍ଡ କରି ମାଂସ କାଟନ୍ତୁ । ପିଆଜ କାଟି ଛୋଟ ଛୋଟ କରି ରଖନ୍ତୁ । କରେଇ ଗରମ କରି ଲବଙ୍ଗ, ଅଳେଇଚ, ଜିରା, ଡାଲଚିନି ଓ ଜାଇଫଳକୁ ଭାଜି ଗୁଣ୍ଡ କରି ରଖନ୍ତୁ । କରେଇରେ ତେଲ ଗରମ କରି ତେଜପତ୍ର, ପିଆଜ ଓ ଗୁଣ୍ଡ ମସଲା ପକାଇ ପିଆଜକୁ ଲାଲ୍ କରି ଭାଜନ୍ତୁ । ଅଦା-ରସୁଣ ବଟା ପକାଇ ଲଗାତର ୬ ମିନିଟ୍ ଯାଏଁ ଭାଜନ୍ତୁ । ତା’ପରେ ଲଙ୍କାଗୁଣ୍ଡ, ହଳଦି ଓ ମାଂସ ମିଶାନ୍ତୁ । ଭଲକରି ଗୋଳାଇ ୧୦୦ ମି.ଲି. ପାଣି ଦେଇ ଘୋଡ଼ାନ୍ତୁ । କମ୍ ଆଞ୍ଚରେ ସିଝିଗଲେ ନଡ଼ିଆ ବଟା, ପୋସ୍ତ ବଟା, ଧନିଆ ଗୁଣ୍ଡ ଓ ଲୁଣ ପକାଇ ୧୫ ରୁ ୨୦ ମିନିଟ୍ କମ୍ ଆଞ୍ଚରେ ବସାଇ ରାନ୍ଧନ୍ତୁ । ଶେଷରେ ଏକ ପାତ୍ରକୁ କାଢ଼ି ଧନିଆ ପତ୍ରରେ ସଜାଇ ଖାଇବାକୁ ଦିଅନ୍ତୁ ।