Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ଗୁପଚୁପ୍/Gupchup
    Odia Recipe

    ଗୁପଚୁପ୍/Gupchup

    Suchitra PBy Suchitra PFebruary 4, 2022No Comments2 Mins Read
    Facebook Twitter Pinterest LinkedIn Tumblr Email
    Gupchup
    Gupchup
    Share
    Facebook Twitter LinkedIn Pinterest Email
    Gupchup
    Gupchup

    ପୁରି ପାଇଁ :

    • ସୁଜି – ୧ କପ୍
    • ମଇଦା – ୧/୨ କପ୍
    • ତେଲ – ଛାଣିବା ପାଇଁ

    ଖଟା ପାଣି ପାଇଁ :

    • ଜିରା ଗୁଣ୍ଡ – ୧ ଛୋଟ ଚାମଚ
    • ତେନ୍ତୁଳି ମଣ୍ଡ – ୧ କପ୍
    • ଲଙ୍କା ଗୁଣ୍ଡ – ୧/୨ ଚା’ ଚାମଚ
    • ବିଟ୍ ଲୁଣ – ୧/୨ ଚା’ ଚାମଚ
    • ଲୁଣ – ସ୍ୱାଦ ଅନୁସାରେ
    • ଜଲଜିରା – ୧ ଛୋଟ ଚାମଚ
    • କଟା ଧନିଆ ପତ୍ର – ୧/୪ କପ୍
    • କଟା ପୋଦିନା ପତ୍ର – ୨ ଛୋଟ ଚାମଚ
    • ଲେମ୍ବୁ ରସ – ୨ ଚାମଚ

    ଆଳୁ ମସଲା ପାଇଁ:

    • କଟା ଧନିଆ ପତ୍ର – ୧/୪ କପ୍
    • ସିଝା ବଡ ଆଳୁ – ୨ଟି
    • କଟା ପିଆଜ – ୧ ଟି (ବଡ)
    • କଞ୍ଚା ଲଙ୍କା ଛେଚା – ୨ ଟି
    • ଲୁଣ – ସ୍ୱାଦ ଅନୁସାରେ

    ପ୍ରଣାଳୀ-

    ସୁଜି ଓ ମଇଦା କୁ ଭଲ କରି ମିଶାନ୍ତୁ । ସେଥିରେ ସ୍ୱାଦ ଅନୁସାରେ ଲୁଣ ଓ ତେଲ ଅଳ୍ପ ମିଶାନ୍ତୁ । ଅଳ୍ପ ଅଳ୍ପ ପାଣି ଦେଇ ଚକଟନ୍ତୁ । ସୁଜି ଓ ମଇଦା ଭଲକରି ମିଶିବା ଯାଏ ଚକଟନ୍ତୁ । ଏବେ ୨୦ ମିନିଟ୍ କପଡା ଘୋଡାଇ ରଖନ୍ତୁ । ତାପରେ ତେନ୍ତୁଳି ମଣ୍ଡରେ କିଛି ପାଣି, ଜଲଜିରା, ଲଙ୍କା ଗୁଣ୍ଡ, ବିଟ୍ ଲୁଣ, ଲେମ୍ବୁ ରସ, ପୋଦିନା ପତ୍ର, ଧନିଆ ପତ୍ର ଓ ଲୁଣ ପକାଇ ଭଲକରି ମିଶାଇ ଖଟାପାଣି ପ୍ରସ୍ତୁତ କରନ୍ତୁ । ମଇଦା ଚକଟାକୁ ପୁଣି ଥରେ ଭଲକରି ଚକଟନ୍ତୁ । ଏବେ ଏହାକୁ ଗୁପଚୁପ୍ ଆକାରରେ ବେଲି ଓଦା କପଡ଼ାରେ ରଖନ୍ତୁ । କରେଇରେ ତେଲ ଗରମ କରି ଅଳ୍ପ ଆଞ୍ଚରେ ଛାଣି ରଖନ୍ତୁ । ଏବେ ସିଝା ଆଳୁକୁ ଭଲକରି ଚକଟନ୍ତୁ । ଏଥିରେ କଞ୍ଚା ଲଙ୍କା ଛେଚା, ଧନିଆ ପତ୍ର, ଜିରା ଗୁଣ୍ଡ, କଟା ପିଆଜ ଓ ଲୁଣ ଦେଇ ଚକଟି ଆଳୁ ମସଲା ତିଆରି କରନ୍ତୁ । ଗୁପଚୁପ୍ ରେ ଆଳୁ ମସଲା ଓ ଖଟା ପାଣି ଦେଇ ପରସନ୍ତୁ ।

    Gupchup Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2026 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.