
ସାମଗ୍ରୀ :
- ରନ୍ଧା ଭାତ – ୩ କପ
- ପାଣି – ୬ କପ
- ଦହି – ୪ ଟେବୁଲ-ଚାମଚ
- ସୋରିଷ – ୧ ଚା’ ଚାମଚ
- ଆମ୍ବ କଷି ଅଦା – ୧ ଇଂଚ ଛେଚା
- ଶୁଖିଲା ଲଙ୍କା – ୧ ଟି
- ଭୁର୍ସୁଙ୍ଗ ପତ୍ର – ୧୦ ଟି
- ତେଲ – ୧ ଟେବୁଲ ଚାମଚ
- ଲୁଣ – ସ୍ୱାଦ ଅନୁସାରେ
ପ୍ରଣାଳୀ-
ପ୍ରଥମେ ରନ୍ଧା ଭାତରେ ପାଣି ଦେଇ ଥଣ୍ଡା କରନ୍ତୁ । ପ୍ୟାନ କୁ ଗରମ କରି ତେଲ ଦିଅନ୍ତୁ । ସେଥିରେ ସୋରିଷ , ଭୁର୍ସୁଙ୍ଗ ପତ୍ର ଓ ଶୁଖିଲା ଲଙ୍କା ପକାଇ ଭାଜନ୍ତୁ । ଭାଜି ହୋଇ ଆସିଲେ ଆଞ୍ଚ ବନ୍ଦ କରି ସେଥିରେ ୧/୨ କପ ପାଣି ଦେଇ ଥଣ୍ଡା କରନ୍ତୁ । ପରେ ଏଥିରେ ଦହି ପକାନ୍ତୁ । ଏବେ ଦହିକୁ ଭାତରେ ମିଶାନ୍ତୁ । ପରେ ପକାଇ ଆମ୍ବ କଷି ଅଦା ଛେଚା, ଲୁଣ ପକାଇ ଭଲଭାବରେ ମିଶାନ୍ତୁ । ଏବେ ଆମର ପ୍ରସ୍ତୁତ ହୋଇଗଲା ଦହି ପଖାଳ । ଦହି ପଖାଳକୁ ବଡି ଭଜା ,ଶାଗ ଭଜା ଓ ବାଇଗଣ ଭଜା ସହିତ ପରସନ୍ତୁ ।