
ସାମଗ୍ରୀ :
- ଅଣ୍ଡା – ୪ ରୁ ୫ଟି
- କଞ୍ଚା ଲଙ୍କା କଟା – ୧ ଚାମଚ
- ବିଲାତି କଟା – ୧ଟି
- ପିଆଜ କଟା – ୧ଟି
- ଅଦା କଟା – ୧ ଇଞ୍ଚ
- ଗରମ ମସଲା – ୧ ଚା’-ଚାମଚ
- ଲଙ୍କା ଗୁଣ୍ଡ – ୧ ଚା’-ଚାମଚ
- ଧନିଆ ପତ୍ର କଟା – ୧ ଚାମଚ
- ଲୁଣ – ସ୍ବାଦାନୁସାରେ
- ଗୋଲମରିଚ ଗୁଣ୍ଡ – ୧/୨ଚାମଚ
- ତେଲ – ୫ ଚାମଚ
- ହଳଦୀ – ୧/୨ ଚା’-ଚାମଚ
ପ୍ରଣାଳୀ-
ପ୍ରଥମେ ଅଣ୍ଡା ଫଟାଇ ଏକ ପାତ୍ରରେ ଲୁଣ, ଗରମ ମସଲା, ଗୋଲମରିଚ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ହଳଦୀ ମିଶାଇ ଭଲକରି ୨ ରୁ ୩ ମିନିଟ୍ ଯାଏ ଫେଣ୍ଟି ରଖନ୍ତୁ । ପ୍ୟାନ ରେ ତେଲ ଗରମ କରି ପିଆଜ ପକାଇ କିଛି ସମୟ ପାଇଁ ହାଲ୍କା ଭାଜନ୍ତୁ । ପରେ କଟା ଅଦା ପକାଇ ଗନ୍ଧ ଯିବା ଯାଏ ଭାଜନ୍ତୁ । ପିଆଜ ସୁନେଲି ରଙ୍ଗ ହୋଇ ଆସିଲେ ଟମାଟୋ ଦେଇ ଭଲ କରି ଭାଜନ୍ତୁ । ଟମାଟୋ ନରମ ହୋଇ ଆସିଲେ ଅଣ୍ଡା ଫେଣ୍ଟା ପକାନ୍ତୁ । ଏବେ କଟା କଞ୍ଚା ଲଙ୍କା ଓ କଟା ଧନିଆ ପତ୍ର ପକାଇ ଭଲ ଭାବରେ ଭାଜନ୍ତୁ । ଅଣ୍ଡା ବାଦାମୀ ରଙ୍ଗ ହୋଇ ଆସିଲେ, ଏବେ ଏହାକୁ କାଢ଼ି ରୁଟି, ଭାତ ବା ପରଟା ସହ ପରଶନ୍ତୁ ।