
ସାମଗ୍ରୀ :
- ବୁଟ ଡାଲି – ୨ କପ୍
- ବଡ଼ ପିଆଜ – ୨ଟି (ସରୁ କଟା)
- କଞ୍ଚାଲଙ୍କା କଟା – ୩-୪ଟିର
- ଲୁଣ – ସ୍ବାଦାନୁସାରେ
- ଜିରା (ଗୋଟା) – ଅଳ୍ପ
- ତେଲ – ଛାଣିବାକୁ
ପ୍ରଣାଳୀ-
ଡାଲିକୁ ୪-୫ ଘଣ୍ଟା ବତୁରାଈ ପାଣି ନଦେଇ ଦରବଟା (ବେଶୀ ଚିକ୍କଣ କରିବେନି) କରି ରଖନ୍ତୁ । ଲଙ୍କା, ପିଆଜ, ଲୁଣ, ଜିରା ମିଶାଇଦିଅନ୍ତୁ । ଛୋଟ ଚେପଟା ଆକାରରେ ଗଢ଼ି ଗରମ ତେଲରେ ମଧ୍ୟମ ଆଞ୍ଚରେ ଲାଲ ବାଦାମୀ କରି ଭାଜନ୍ତୁ । ଗରମାଗରମ ଜଳଖିଆ ଚଟଣି ସହ ପରଶନ୍ତୁ ।