
ସାମଗ୍ରୀ :
- ମଟନ୍ – ୫୦୦ ଗ୍ରାମ୍
- ଲଙ୍କା – ୪ଟି
- ଅଦା – ୧ ଇଞ୍ଚ
- ଦହି – ୨୫୦ ଗ୍ରାମ୍
- କାଜୁ ବଟା – ୩ ଚାମଚ
- ପିସ୍ତାବାଦାମ ବଟା – ୩ ଟେବୁଲ-ଚାମଚ
- ଘିଅ – ୩ ଟେବୁଲ -ଚାମଚ
- ଜିରା – ୧ ଚାମଚ
- ଅଳେଇଚ – ୪ଟି
- ଲବଙ୍ଗ – ୪ଟି
- ପିଆଜ ବଟା – ୩ ଟେବୁଲ୍-ଚାମଚ
- ରସୁଣ ବଟା – ୧ ଚେବୁଲ୍-ଚାମଚ
- ପୋଦିନା ପତ୍ର – ୧୦ ଟି
- ସାଫରନ୍ – ୧ ଚିମୁଟା
ପ୍ରଣାଳୀ-
ମାଂସକୁ ୧-୧.୫ ଇଞ୍ଚ ଖଣ୍ଡରେ କାଟି ରଖନ୍ତୁ । ଲଙ୍କା ଓ ଅଦାକୁ କାଟି ରଖନ୍ତୁ । ଦହି ଫେଣ୍ଟି, ପିସ୍ତା ଓ କାଜୁ ବଟାରେ ମିଶାନ୍ତୁ । କରେଇରେ ତେଲ ଗରମ କରନ୍ତୁ ଓ ଜିରା, ଲବଙ୍ଗ, ଅଳେଇଚ ପକାନ୍ତୁ । ଫୁଟିଲେ ବଟା ପିଆଜ ପକାଇ ୩-୪ ମିନିଟ ଭାଜନ୍ତୁ । କଞ୍ଚାଲଙ୍କା, ଅଦା ଓ ରସୁଣ ବଟା ପକାଇ ଆଉ ୬ ମିନିଟ୍ ଭାଜନ୍ତୁ । ତା’ପରେ ମାଂସ ପକାଇ ଗୋଳାନ୍ତୁ । ମାଂସରୁ ପାଣି ବାହାରିଲେ ଦହି ଓ ପୋଦିନା ପକାଇ ଗୋଳାଇ ୧୫ ମିନିଟ୍ ମଧ୍ୟମ ଆଞ୍ଚରେ ଘୋଡ଼ାଇ ବସାନ୍ତୁ । କ୍ଷୀରରେ ସାଫ୍ରନ୍ ମିଶାଇ ମାଂସରେ ଦିଅନ୍ତୁ । ଘୋଡ଼ଣୀ ଲଗାଇ ଚାରିପଟୁ ଅଟାରେ ବନ୍ଦ କରିଦିଅନ୍ତୁ । ୨୦-୩୦ ମିନିଟ୍ କମ୍ ଆଞ୍ଚରେ ବସାନ୍ତୁ । ତା’ପରେ ଘୋଡ଼ଣୀ ଖୋଲି ଗୋଲମରିଚ ଗୁଣ୍ଡ, ଲୁଣ ଓ ଲେମ୍ବୁରସ ମିଶାଇ ସର୍ଭିଙ୍ଗ ଡିସ୍କୁ କାଢ଼ନ୍ତୁ ।