
ସାମଗ୍ରୀ :
- ଚିକେନ୍ – ୫୦୦ ଗ୍ରାମ୍
- ଲୁଣ – ସ୍ବାଦାନୁସାରେ
- ହଳଦି – ଅଳ୍ପ
- କର୍ଣଫ୍ଲୋର – ୪ ଟେବୁଲ-ଚାମଚ
- ରିଫାଇନ୍ ତେଲ – ଛାଣିବା ପାଇଁ
- ପିଆଜ – ୪ଟି (ସରୁ କଟା)
- ଚୂନାକଟା ରସୁଣ – ୩ ଛୋଟ ଚାମଚ
- ଚୂନାକଟା କଞ୍ଚାଲଙ୍କା -୨ ଛୋଟ ଚାମଚ
- ସରୁ କଟା ଅଦା – ୩ ଛୋଟ ଚାମଚ
- କ୍ୟାପ୍ସିକମ୍ – ୨ଟି (ସରୁ ଲମ୍ବା କଟା)
- ଟମାଟୋ – ସରୁ ଲମ୍ବା କଟା
- ଗୋଲମରିଚ ଗୁଣ୍ଡ – ୧ ଛୋଟ ଚାମଚ
- ଆଜିନୋ ମୋତୋ – ୧/୨ ଛୋଟ ଚାମଚ
- ଅଦା-ରସୁଣ ବଟା – ୧ ଟେବୁଲ ଚାମଚ
- ଚିଲି ସସ୍ – ୧ ଟେବୁଲ ଚାମଚ
- ସୋୟା ସସ୍ – ୧ ଟେବୁଲ ଚାମଚ
- ଟମାଟୋ ସସ୍ – ୧ ଟେବୁଲ ଚାମଚ
ପ୍ରଣାଳୀ-
ଚିକେନ ପିସ୍ ଗୁଡ଼ିକୁ ପରିଷ୍କାର କରି ଧୋଇ ଲୁଣ, ହଳଦି, ଅଦା-ରସୁଣ ବଟା ଓ ୩ ଟେବୁଲ୍ ଚାମଚ କର୍ଣଫ୍ଲୋର ଗୋଳାଇ ଭଲକରି ୩୦ ମିନଟ୍ ରଖନ୍ତୁ । ନନ୍-ଷ୍ଟିକ୍ ରେ ତେଲ ଟିକେ ବେଶି ଗରମ କରି କଡ଼ା କରି ଭାଜି ରଖନ୍ତୁ । ତେଲରେ ଅଦା, ରସୁଣ, ଲଙ୍କାକଟା ପକାଇ ଭାଜନ୍ତୁ । ଅଳ୍ପ ଭାଜି ହୋଇ ଆସିଲେ ପିଆଜ ପକାଇ ବାଦାମୀ ରଙ୍ଗ ହେବାଯାଏଁ ଭାଜନ୍ତୁ । ଏଥର କ୍ୟାପ୍ସିକମ୍, ଟମାଟୋ ଓ ଆଜିନୋ ମୋତୋ ପକାଇ ନରମ କରି ଭାଜନ୍ତୁ । ଭଜା ହୋଇ ରହିଥିବା ଚିକେନ୍ ମିଶାନ୍ତୁ । ସମସ୍ତ ପ୍ରକାର ସସ୍ ପକାଇ ଗୋଳାନ୍ତୁ । ବଳକା ୧ ଚାମଚ କର୍ଣଫ୍ଲୋରକୁ ପାଣିରେ ଗୋଳାଇ ଏଥିରେ ଢାଳନ୍ତୁ । ଆଞ୍ଚ କମାଇ ଘୋଡ଼ାଇଦିଅନ୍ତୁ । ୧୦ ମିନିଟ୍ ପରେ ଗୋଲମରିଚ ଗୁଣ୍ଡ ପକାଇ ଗରମାଗରମ ପରଶନ୍ତୁ ।