
ସାମଗ୍ରୀ :
- ବାସୁମତୀ ଚାଉଳ-୨ କପ୍
- ତେଜପତ୍ର- ୧ଟି
- ଲବଙ୍ଗ -୩ଟି
- କାଜୁ ଭଜା-୨୦ ଗ୍ରାମ୍
- ବାଦାମ-୨୦ ଗ୍ରାମ୍
- ସୋରିଷ-୧ ଚାମଚ
- ଚିନି-୧ ଚାମଚ
- ଦହି-୧ କପ୍
- ଘିଅ-୨ ଚାମଚ
- ଲୁଣ-ସ୍ବାଦାନୁସାରେ
ପ୍ରଣାଳୀ :
୨ କପ୍ ଚାଉଳରେ ଆବଶ୍ୟକ ପାଣି ଦେଇ ୧/୨ ଘଣ୍ଟା ପାଇଁ ବତୁରାଇ ରଖି ଛାଣି ଅଲଗା ରଖନ୍ତୁ । ଘିଅ ଗରମ କରି ଗୋଟା ମସଲା ଓ ତେଜପତ୍ର ପକାନ୍ତୁ । ଏଥର ଚାଉଳ ଓ ଲୁଣ, ହଳଦି, ଚିନି ପକାଇ ମଧ୍ୟମ ଆଞ୍ଚରେ ୨-୩ ମିନିଟ୍ ଭାଜନ୍ତୁ । ତା ପରେ ୪ କପ୍ ପାଣି ଦେଇ ଘୋଡ଼ଣୀ ଲଗାଇ କମ୍ ଆଞ୍ଚରେ ୧୦-୧୫ ମିନିଟ୍ ରାନ୍ଧନ୍ତୁ । ହୋଇଗଲେ ଚୁଲିରୁ କାଢ଼ି ଘୋଡ଼ଣୀଲଗା ଅବସ୍ଥାରେ ୫-୭ ମିନିଟ୍ ରଖନ୍ତୁ । କାଢ଼ି ଉଷୁମ ହେବାଯାଏଁ ରଖନ୍ତୁ । ତା ପରେ ସେଥିରେ ଦହି, ବାଦାମ ଓ କାଜୁ ଗୋଳାଇଦିଅନ୍ତୁ ଓ ପ୍ଲେଟ୍କୁ କାଢ଼ି ସର୍ଭ କରନ୍ତୁ ।