
- ସାମଗ୍ରୀ :
- ଅଣ୍ଡା–୪ଟି
- ପିଆଜ -୨ଟି
- ଅଦା-ରସୁଣ ବଟା- ୨ ଚାମଚ
- ଲଙ୍କା ବଟା-୧ ଚାମଚ
- ନଡ଼ିଆ / ପୋସ୍ତ ବଟା -୧ ଟେ. ଚାମଚ
- ଟମାଟୋ ପ୍ୟୁରୀ- ୧/୨ କପ୍
- ସିଝା ଆଳୁ- ୨ଟି (ଅଣ୍ଡା ସାଇଜ)
- ଗରମ ମସଲା ଗୁଣ୍ଡ-୧/୨ ଚାମଚ
- ତେଲ-୫୦ ଗ୍ରାମ୍
- ଲୁଣ-ସ୍ୱାଦାନୁସାରେ
- କଞ୍ଚାଲଙ୍କା -୨ଟି
- ହଳଦି -୧/୨ଚାମଚ
ପ୍ରଣାଳୀ :
ଅଣ୍ଡାକୁ ସିଝାଇ ଚୋପା ଛଡ଼ାଇ ହାଲ୍କା ଭାଜି ରଖନ୍ତୁ । ଆଳୁକୁ ସିଝାଇ ଚୋପା ଛଡ଼ାଇ ଦୁଇଫାଳ କରି କାଟି ରଖନ୍ତୁ । ପିଆଜ ଓ ଲଙ୍କାକୁ ସରୁ ଲମ୍ବାରେ କାଟି ରଖନ୍ତୁ । କରେଇରେ ତେଲ ଗରମ କରି ଅଦା-ରସୁଣ ବଟା ପକାଇ କଷନ୍ତୁ । ଗନ୍ଧ ଚାଲିଗଲେ ନଡ଼ିଆ ପୋସ୍ତ ବଟା, ଲୁଣ, ହଳଦି ପକାଇ ଆଉ ୩ ମିନିଟ୍ ଘାଣ୍ଟି ଟମାଟୋ ପ୍ୟୁରୀ ମିଶାନ୍ତୁ । ୫ ମିନିଟ୍ କଷିବା ପରେ ଆଳୁକଟା ଓ ଗରମ ମସଲା ଗୁଣ୍ଡ ପକାଇ ୧/୨ କପ୍ ପାଣି ଦିଅନ୍ତୁ | ପାଣି ଫୁଟିଗଲେ ଅଣ୍ଡାକୁ ଲମ୍ବାରେ ମଝିରୁ କାଟି ଝୋଳରେ ପକାନ୍ତୁ, ହାଲ୍କାରେ ଗୋଳାନ୍ତୁ । କସ୍ତୁରୀ ମେଥି ପତ୍ର ୧ ଚାମଚ ପକାଇ ଗୋଳାଇ ୨ ମିନିଟ୍ ଘୋଡ଼େଇଦିଅନ୍ତୁ ।
ଗରମାଗରମ ପରଶନ୍ତୁ ।