
Ingredients
- ଓଉ ଖଟା ନିମନ୍ତେ:
- ଓଉ – ୧
- ଚିନି – ୧ କପ
- ହେଙ୍ଗୁ – ଅଧ ଚାମଚ
- ଫୁଟଣ –
- ଜିରା
- ଲଙ୍କା (ଶୁଖିଲା) – ୫ ରୁ ୭ ଟି
Directions
- ଓଉକୁ ଧୋଇ ସଫା କରାଯାଇଥାଏ । ତାକୁ ଛୁରିରେ ଲମ୍ବା ସରୁ ସରୁ ଖଣ୍ଡ କରି କଟାଯାଇଥାଏ ।
- ଚୁଲିରେ କଡ଼େଇ ବସାଇ ତାହା ଗରମ ହୋଇଗଲେ ସେଥିରେ ୧-୨ ଚାମଚ ତେଲ ଢଳାଯାଇଥାଏ ।
- ଏଥିରେ ଫୁଟଣ ଓ ଶୁଖିଲା ଲଙ୍କା ପକାଇ ଭଜାଯାଇଥାଏ ।
- ତାହାପରେ ହେଙ୍ଗୁ ପକାଇ ଅଳ୍ପ ବଘାରି ସେଥିରେ ଓଉକୁ ପକାଇ ଢାଙ୍କି ଦିଆଯାଇଥାଏ ।
- ଏହା ସିଝି ଆସିଲେ ସେଥିରେ ଅଳ୍ପ ପାଣି ଓ ଚିନି ପକାଇ ଦେଇ ୫ ରୁ ୧୦ ମିନଟ ବସାଯାଇଥାଏ ।
- ତାହାପରେ ଚୁଲିର ଆଞ୍ଚ କମ କରି ସେଥିରେ କଟା ଧଣିଆ ପତ୍ର ଓ ଜିରା ଗୁଣ୍ଡ ଛିଞ୍ଚି ଭାତ ସହିତ ପରସାଯାଇଥାଏ ।